ଭୁବନେଶ୍ବର: ଭୁବନେଶ୍ବରରେ ବାୟୁ ଗୁଣବତ୍ତା ସୂଚକାଙ୍କ ମାନ (ଏକ୍ୟୁଆଇ) ଆଉ ଭଲ ସ୍ଥିତିରେ ରହୁନାହିଁ। ଗାଡ଼ିମଟର ସଂଖ୍ୟା ବୃଦ୍ଧି ସାଙ୍ଗକୁ କୋଠା ଓ ରାସ୍ତା ନିର୍ମାଣରୁ ବାହାରୁଥିବା ଧୂଳିକଣା ଦ୍ବାରା ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ୨୦୨୪ ଓ ୨୦୨୫(ଏପର୍ଯ୍ୟନ୍ତ) ଏମିତି ଗୋଟିଏ ସପ୍ତାହ ନାହିଁ, ଯେଉଁଦିନ ରାଜଧାନୀର ବାୟୁ ସ୍ବଚ୍ଛ ସ୍ଥିତିରେ ରହିଛି। ବର୍ଷକ ୧୨ ମାସ ମଧ୍ୟରୁ ୪ ମାସ ଅର୍ଥାତ୍ ନଭେମ୍ବରରୁ ଫେବ୍ରୁଆରି ମଧ୍ୟରେ ବାୟୁର ମାନ ମଧ୍ୟମ କିମ୍ବା ଖରାପ ସ୍ତରରେ ରହୁଛି। ଯେତେବେଳେ କି ମାର୍ଚ୍ଚରୁ ଅକ୍ଟୋବର ମାସ ମଧ୍ୟରେ ହାରାହାରି ଏକ୍ୟୁଆଇ ସନ୍ତୋଷଜନକ ସ୍ତରରେ ରହିଥିବା ନଜରକୁ ଆସିଛି। ପଳାଶୁଣୀ, ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର ଅଞ୍ଚଳ ସବୁଠାରୁ ଅଧିକ ପ୍ରଦୂଷିତ ଚିହ୍ନଟ ହୋଇଛି। ୩୬୫ ଦିନରୁ ଅଧିକାଂଶ ସମୟ ଏହି ଅଞ୍ଚଳରେ ବାୟୁର ମାନ ଖରାପ ସ୍ତରରେ ରହୁଛି। ପର୍ଟିକୁଲେଟ୍ ମ୍ୟାଟର୍(ପିଏମ୍)-୨.୫ (୨.୫ ମାଇକ୍ରୋମିଟର କିମ୍ବା ତା’ଠାରୁ କମ୍ ବ୍ୟାସ ବିଶିଷ୍ଟ ସୂକ୍ଷ୍ମ ନିଶ୍ୱାସଯୋଗ୍ୟ କଣିକା, ଯାହାକି ଫୁସଫୁସରେ ପ୍ରବେଶ କରି ରକ୍ତପ୍ରବାହରେ ବିପଦ ସୃଷ୍ଟି କରେ) ଗମ୍ଭୀର ସ୍ତରରେ ପହଞ୍ଚୁଛି। ପିଏମ୍ ୧୦ ମାତ୍ରା ମଧ୍ୟ ଖରାପ ହେଉଛି। ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ଦେଶର ସମସ୍ତ ରାଜ୍ୟ ରାଜଧାନୀଗୁଡ଼ିକ ମଧ୍ୟରେ ସର୍ବାଧିକ ପ୍ରଦୂଷିତ ସହର ଭାବେ ଚିହ୍ନଟ ହୋଇଛି। ନୂଆଦିଲ୍ଲୀକୁ ପଛରେ ପକାଇ ଦେଇଛି। ଏଠାକାର ଏକ୍ୟୁଆଇ(ପିଏମ୍୨.୫) ୨୭୭ ରହିଥିବା ବେଳେ ନୂଆଦିଲ୍ଲୀରେ ୨୫୯ ଥିଲା। ଏହି ସମୟରେ ବାଲେଶ୍ବର ସହରର ପିଏମ୍୨.୫ ମାତ୍ରା ଅତ୍ୟନ୍ତ ଖରାପ(୩୦୭)ରେ ପହଞ୍ଚିଛି। ଏହା ତଳକୁ ଭୁବନେଶ୍ବର ଓଡ଼ିଶାର ଦ୍ବିତୀୟ ପ୍ରଦୂଷିତ ସହର ଭାବେ ରହିଛି। କଟକ ଏକ୍ୟୁଆଇ ୨୭୫ ଓ ତାଳଚେରର ୨୫୩ ରହିଥିଲା।
Amit Shah: ସମବାୟ ସମିତିର ବିକାଶ ପାଇଁ ଓଡ଼ିଶାକୁ ୩,୩୪୬ କୋଟି ମିଳିଛି ଅମିତ ଶାହ
ନଭେମ୍ବରରୁ ଫେବ୍ରୁଆରି ମଧ୍ୟମ/ଖରାପ ସ୍ତରରେ ରହୁଛି
ଦିଲ୍ଲୀକୁ ଟପିଲା ଭୁବନେଶ୍ବର
ଭୁବନେଶ୍ବରର ପୁରୁଣା ଭୁବନେଶ୍ବରସ୍ଥିତ ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଓ ପଟିଆସ୍ଥିତ ଚନ୍ଦକା ଶିଳ୍ପାଞ୍ଚଳରେ ଅନ୍ଲାଇନ୍ରେ ବାୟୁର ମାନ ନିରନ୍ତର ଭାବେ ପରୀକ୍ଷା ହେଉଛି। ଏହାବ୍ୟତୀତ ୟୁନିଟ୍-୮ସ୍ଥିତ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ, ଆଇଆରସି ଭିଲେଜ୍, କ୍ୟାପିଟାଲ ପୁଲିସ ଷ୍ଟେସନ, ଚନ୍ଦ୍ରଶେଖରପୁର, ପଳାଶୁଣୀ ଓ ଖଣ୍ଡଗିରି ଥାନାରେ ମାନୁଆଲ ଷ୍ଟେସନ ପ୍ରତିଷ୍ଠା କରାଯାଇ ବାୟୁର ମାନ ଯାଞ୍ଚ ହେଉଛି। ୨୦୨୪ ମସିହା ପରି ୨୦୨୫ରେ ଉଭୟ ପିଏମ୍୨.୫ ଓ ପିଏମ୍୧୦ ସମାନ ସ୍ଥିତିରେ ରହିଛି। ୨୦୨୪ ଜାନୁଆରିରେ ପିଏମ୍୧୦ ମାତ୍ରା ହାରାହାରି ୧୬୫ ରହିଥିବା ବେଳେ ଫେବ୍ରୁଆରିରେ ୧୨୮, ନଭେମ୍ବରରେ ୧୪୩ ଓ ଡିସେମ୍ବରରେ ୧୮୭ ରହିଥିଲା। ୨୦୨୫ର ଜାନୁଆରିରୁ ନଭେମ୍ବର ମାସ ମଧ୍ୟରେ ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଛି। ମାସିକ ହାରାହାରି ଏକ୍ୟୁଆଇ ପିଏମ୍୨.୫ ମାତ୍ରା ୨୦୨୫ ଜାନୁଆରିରେ ୧୭୦, ଫେବ୍ରୁଆରିରେ ପିଏମ୍ ୧୦ ମାତ୍ରା ୧୧୬, ନଭେମ୍ବର ମାସରେ ୧୪୫ ରହିଥିଲା। ମଝିରେ ମଝିରେ ବାୟୁର ମାନ ଖରାପ ସ୍ତର(୨୦୧ରୁ ୩୦୦) ଦେଇ ଗତି କରୁଛି।
Police-Maoist clash: କନ୍ଧମାଳରେ ପୁଣି ପୁଲିସ-ମାଓବାଦୀ ମୁହାଁମୁହିଁ: ସିଲ୍କସୁଗା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ
ବିଧାନସଭାରେ ଉଠିଲା
ଭୁବନେଶ୍ବର ବାୟୁ ପ୍ରଦୂଷଣ ନେଇ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ ଏବର୍ଷ ଜାନୁଆରିରେ ପିଏମ୍ ୨.୫ ମାତ୍ରା ହାରାହାରି ୧୭୦ ଓ ଫେବ୍ରୁଆରିରେ ୧୧୬ ରହିଥିଲା। ନଭେମ୍ବର ମାସରେ ପିଏମ୍ ୧୦ ମାତ୍ରା ହାରାହାରି ୧୪୫ରେ ପହଞ୍ଚିଥିଲା। ଡିସେମ୍ବରରେ ମଧ୍ୟ ସେଭଳି ସ୍ଥିତି ଲାଗିରହିଛି। ପ୍ରତିଦିନ ହେଉଥିବା ଆମ୍ବିଏଣ୍ଟ ଏୟାର କ୍ବାଲିଟି(ଏଏକ୍ୟୁ) ମନିଟରିଂ ତଥ୍ୟ ସମ୍ପର୍କିତ ସୂଚନା ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପୋର୍ଟାଲରେ ଅପଲୋଡ୍ ହେଉଛି। ଭୁବନେଶ୍ବରର ପ୍ରଦୂଷଣ ମାତ୍ରା ନିୟନ୍ତ୍ରଣ କରିବାକୁ ବୋର୍ଡ ପକ୍ଷରୁ ପ୍ରତିବର୍ଷ ଭୁବନେଶ୍ବର ସହରର ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ, ଜଙ୍ଗଲ ବିଭାଗ ସଚିବ, ରାଜ୍ୟ ପରିବହନ ବିଭାଗ କମିସନର ଓ ଅଧ୍ୟକ୍ଷ, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଏବଂ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ନିୟମିତ ଭାବେ ଅବଗତ କରାଯାଉଛି। ଭୁବନେଶ୍ବର ସମେତ ରାଜ୍ୟର ସମସ୍ତ ଶିଳ୍ପ ତଥା ଖଣିଗୁଡ଼ିକରୁ ପର୍ଯ୍ୟାପ୍ତ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା କରିବା ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ଆବଶ୍ୟକ ସର୍ତ୍ତ ସହ ସମ୍ମତିପତ୍ର ପ୍ରଦାନ କରାଯାଇଛି। ଶିଳ୍ପମାନେ ବାୟୁ ପ୍ରଦୂଷଣ କରୁଛନ୍ତି କି ନାହିଁ ତାହାର ନିରନ୍ତର ଯାଞ୍ଚ କରିବାକୁ ନିୟମିତ ଭାବେ ପରିଚାଳନା ଓ ଆଇପି କ୍ୟାମେରା ସ୍ଥାପନ କରାଯାଇଛି। ଯାଞ୍ଚ ସମୟରେ ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ ତେବେ ବୋର୍ଡ ପକ୍ଷରୁ ଏହାକୁ ସୁଧାରିବା ପାଇଁ କାରଖାନାଙ୍କୁ ନିର୍ଦ୍ଦେଶନାମା ଦିଆଯାଇଥାଏ। ନ୍ୟାସନାଲ କ୍ଲିନ୍ ଏୟାର ପ୍ରୋଗ୍ରାମରେ ଭୁବନେଶ୍ବରକୁ ସାମିଲ କରାଯାଇ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/11/dadagdgzvvc-2025-12-11-03-18-00.jpg)