ଭକ୍ତି ରସରେ ଭିଜିଲେ ଦର୍ଶକ, ୧୨ ତାରିଖ ଯାଏ ପ୍ରତି ସଂଧ୍ୟାରେ ଦେଖିବେ ‘ଆହେ ନୀଳ‌ଶଇଳ’

ଭକ୍ତି ରସରେ ଭିଜିଲେ ଦର୍ଶକ, ୧୨ ତାରିଖ ଯାଏ ପ୍ରତି ସଂଧ୍ୟାରେ ଦେଖିବେ ‘ଆହେ ନୀଳ‌ଶଇଳ’

ଭୁବନେଶ୍ବର: ରବୀନ୍ଦ୍ର ମଣ୍ଡପରେ ପୁଣିଥରେ ମଞ୍ଚସ୍ଥ ହେଉଛି ଐତିହାସିକ ନାଟକ ‘ଆହେ ନୀଳଶଇଳ’। ବୁଧବାର ଦ୍ବିତୀୟ ଦିନରେ ମଧ୍ୟ ପ୍ରେକ୍ଷାଳୟରେ ନାଟକ ‌ଦେଖିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। କଳାକାରଙ୍କ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ଜଗନ୍ନାଥ ପ୍ରେମରେ ବାନ୍ଧି ରଖିଥିଲା। ଏକାଧିକ ବରିଷ୍ଠ ନାଗରିକଙ୍କ ଆଖିରେ ଭରି ଦେଇଥିଲା ଭକ୍ତିର ଆନନ୍ଦାଶ୍ରୁ। ଦର୍ଶକମାନେ ଜାତିର ପ୍ରାଣ ଶ୍ରୀଜଗନ୍ନାଥଙ୍କ କଥା, କାହାଣୀ ଦେଖି ମନ୍ତ୍ରମୁଗ୍ଧ ହେବାସହ ଭାବବିହ୍ବଳ ହୋଇ ଅପଲକ ନୟନରେ ନାଟକକୁ ‌ଦେଖିଥିଲେ। ପୂରା ପ୍ରେକ୍ଷାଳୟ ଆଜି ମଧ୍ୟ ଦର୍ଶକପୂର୍ଣ୍ଣ ହୋଇଯାଇଥିଲା।

ତେବେ ଆସନ୍ତା ଶନିବାର ୧୨ତାରିଖ ପର୍ଯ୍ୟନ୍ତ ଏହି ନା‌ଟକ ରବୀନ୍ଦ୍ର ମଣ୍ଡପରେ ପରିବେଷିତ ହେବ। ଆଗ୍ରହୀ ଦର୍ଶକମାନେ ବୁକ୍‌ ମାଇଁ ସୋ’ରୁ କିମ୍ବା ୯୮୫୩୦୩୫୧୦୪ ନମ୍ବରରେ ଯୋଗାଯୋଗ କରି ଟିକେଟ୍‌ ବୁକ୍‌ କରିପାରିବେ ବୋଲି ପ୍ରଯୋଜନା ସଂସ୍ଥା ଚକ୍‌ଲେଟ୍‌ ପ୍ରଡକ୍ସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe