ଗଜଲରେ ବିଭୋର ହେଲେ ଶ୍ରୋତା

Advertisment
ଗଜଲରେ ବିଭୋର ହେଲେ ଶ୍ରୋତା

ଭୁବନେଶ୍ବର: ‘ସ୍ବରାଳାପ’ ଅନୁଷ୍ଠାନର ୬ଷ୍ଠ ବାର୍ଷିକ ଉତ୍ସବ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀମାନେ ବହୁ ଲୋକପ୍ରିୟ ଗଜଲ ଗାଇ ଶ୍ରୋତାମାନଙ୍କୁ ବିଭୋର କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଅଜୟ କୁମାର ଶତପଥୀ ‘ୟେ ଦିଲ୍‌ ୟେ ପାଗଲ...’ ଗଜଲ ଗାଇ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପରେ ଉପାଧ୍ୟକ୍ଷ ଶୁଭଲକ୍ଷ୍ମୀ ଶତପଥୀ ‘ନୈନା ଭିଗ୍‌ ଜାୟେ...’ ଗାଇଥିବା ବେଳେ ଶ୍ରଦ୍ଧାଞ୍ଜଳିଙ୍କ ‘ୟୁଁ ନ ଥି ମୁଝ୍‌ସେ’ ଗଜଲ ଦର୍ଶକଙ୍କୁ ବିମୋହିତ କରିଥିଲା।

ଏହାପରେ ଆଲିଶାଙ୍କ ‘ନିୟତ୍ ଇ ସୌକ’, ରାକେଶଙ୍କ ‘ହମ୍‌ ତେରେ ସେହେର’, ସତ୍ୟଜିତ୍‌ଙ୍କ ‘ବହୁତ୍‌ ଖୁବ୍‌ ସୁରତ୍‌’ ଗଜଲ ଶ୍ରୋତାଙ୍କୁ ବାନ୍ଧି ରଖିଥିଲା। ସେହିଭଳି ଆଦ୍ୟା, ତୁଳସୀ, ପାୟୋଜା, ସ୍ବଂୟ, ସୁକନ୍ୟା, ଲକ୍ଷ୍ମୀପ୍ରିୟା ଓ ଅପୂର୍ବ ପ୍ରମୁଖ ବିଭିନ୍ନ ପୁରୁଣା ସଂଗୀତ ଓ ଗଜଲ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ସୋଆ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, କଣ୍ଠଶିଳ୍ପୀ ଅଜୟ କୁମାର ମହାନ୍ତି, ପ୍ରସନ୍ନ ନନ୍ଦ, ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲ ସଭାପତି ଅରବିନ୍ଦ ବେହେରା, ମହାବୋଧି ସୋସାଇଟି ଅଫ୍‌ ଇଣ୍ଡିଆର ଟ୍ରଷ୍ଟି ସୌରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କମଲ୍‌ କିରଣ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe