ପୁରୁଣା ଓଡ଼ିଆ ଓ ହିନ୍ଦୀ ସଙ୍ଗୀତରେ ମନ୍ତ୍ରମୁଗ୍ଧ ହେଲେ ଦର୍ଶକ

ପୁରୁଣା ଓଡ଼ିଆ ଓ ହିନ୍ଦୀ ସଙ୍ଗୀତରେ ମନ୍ତ୍ରମୁଗ୍ଧ ହେଲେ ଦର୍ଶକ

ଭୁବନେଶ୍ୱର: ଭୁବନେଶ୍ବର ନିଷାଦ ପକ୍ଷରୁ ଏକ ମୁଲାକାତ ହେ ଏକ ବାହାନା ହେ... ସଙ୍ଗୀତ କାର୍ଯ୍ୟକ୍ରମ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏ ମୁଲକାତ ଏକ ବାହାନା..., ଶିକାରୀ ଶିକାରୀ..., ମଥାରେ ଦେଇ ପାଟ ଓଢ଼ଣି..., ସୋଲା ବରଷ କି..., ବାଟରେ ଚାଲୁ ଚାଲୁ..., ସାୱନ କି ମହିନା..., ଏକ ମେ ଅର ଏକ ତୁ..., ହେମ ହରିଣୀ..., ହମ୍‌ ତୁମ ସେ ଜୁଦା ହୋକେ... ପ୍ରଭୃତି ଓଡ଼ିଆ, ହିନ୍ଦୀ ମନଛୁଆଁ ଚଳଚ୍ଚିତ୍ର ସଙ୍ଗୀତରେ କଣ୍ଠଶିଳ୍ପୀମାନେ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ। କଣ୍ଠଶିଳ୍ପୀ ଶିବା ଫଉଜୀ, ବ୍ରଜ, ଚିତ୍ତରଞ୍ଜନ, ଶୁଭ୍ରାଂଶୁ, ମୀରା ପଣ୍ଡା, ସ୍ମିତା, ବିଜୟଲକ୍ଷ୍ମୀ, ନିର୍ଲିପ୍ତା ଓ ଅନ୍ୟମାନେ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଟା ଜିଜ୍ଞାସା ଡାକୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଗ୍ରୀଡକୋ ଇଞ୍ଜିନିୟର କମଳା ମହାନ୍ତି, ଶ୍ରୀଚନ୍ଦନ ମିଶ୍ର, ରାମ ପ୍ରସାଦ ପାତ୍ର, ଲଲିତେନ୍ଦୁ ମିଶ୍ର, ସୁମନ୍ତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଗୁଲସନ୍ ନଦିମ। ଶେଷରେ ଅନୁଷ୍ଠାନ ପକ୍ଷରୁ ସୁଶାନ୍ତ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe