ଭୁବନେଶ୍ବର: ନୂଆପଲ୍ଲୀସ୍ଥିତ ଆଇଡି ମାର୍କେଟରେ ଆଜି ବିଡିଏ ପକ୍ଷରୁ ଦୁଇଟି ଦୋକାନକୁ ସିଲ୍ କରାଯାଇଛି। ୧୯୯୨ ମସିହାରୁ ଉଭୟ ଦୋକାନ ନଂ ଡି ଜି ୮୨ ଓ ଏଫ୍ ଇ ଜି ୭୬କୁ ଭଡ଼ା ସୂତ୍ରରେ ଦୁଇଜଣ ବ୍ୟକ୍ତି ନେଇଥିଲେ। ମାତ୍ର ସେମାନେ ଦୋକାନ ନେବା ପରଠୁ ଦୀର୍ଘ ଦିନ ହେବ ବକେୟ କିସ୍ତି ଓ ଭଡ଼ା ଦେଉନଥିଲେ। ଦୀର୍ଘ ବର୍ଷ ହେବ ଲକ୍ଷାଧିକ ଟଙ୍କା ବକେୟା ରଖିଥିବାରୁ ଦୋକାନ ଆଜି ବିଡିଏ-୨ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ୨,୩ ଓ ୪, ନୂଆପଲ୍ଲୀ ପୁଲିସ୍ ଏବଂ ଏକ ପ୍ଲାଟୁନ୍ ରିଜର୍ଭ ପୁଲିସ୍ ଫୋର୍ସ ସହଯୋଗରେ ସିଲ୍ କରାଯାଇଥିଲା। ତେବେ ଆଜି ପ୍ରାୟ ୭ଟି ଦୋକାନକୁ ସିଲ୍ କରାଯିବାର ଯୋଜନା ଥିବା ବେଳେ ୫ଟି ଦୋକାନ ସେମାନଙ୍କ ବକେୟା ପୈଠ କରିଦେଇଥିବାରୁ ସେଗୁଡ଼ିକୁ ସିଲ୍ କରାଯାଇନଥିଲା। ୭ଦିନ ମଧ୍ୟରେ ବକେୟା ପୈଠ ନକଲେ ସେମାନଙ୍କ ଦୋକାନ ନିଲାମ କରାଯିବ ବୋଲି ବିଡିଏ କର୍ତ୍ତୃପକ୍ଷ କହିଛନ୍ତି।
ବକେୟା ଟଙ୍କା ପୈଠ କରିନଥିବାରୁ ଦୁଇ ଦୋକାନ ସିଲ୍ କଲା ବିଡିଏ
Advertisment
Follow Us