ଦମ୍ ଦେଖାଉଛି ବିଜେଡି

Advertisment

ଭୁବନେଶ୍ବର ୱାର୍ଡ ନଂ. ୫୦

ଭୁବନେଶ୍ବର ୱାର୍ଡ ନଂ. ୫୦

ଦମ୍ ଦେଖାଉଛି ବିଜେଡି

ଭୁବନେଶ୍ବର: ଗତଥର ବିଏମ୍‌ସି ୫୦ ନମ୍ବର ଵାର୍ଡରେ ସର୍ବକନିଷ୍ଠ କର୍ପୋରେଟର୍ ଭାବେ ଜିତିଥିବା ଇଂ ସୁଜିତ କୁମାର ସ୍ବାଇଁ (କାହ୍ନା) ଏଥର ବି ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ପ୍ରାୟ ୭ଶହରୁ ଊର୍ଦ୍ଧ୍ବ ଭୋଟ୍‌ରେ ୨୦୧୪ ପୌର ନିର୍ବାଚନ ଜିତିଥିବା ସୁଜିତ ଏଥର ନିଜ ପ୍ରଚାରକୁ ଆହୁରି ଜୋର୍‌ଦାର୍‌ କରିଛନ୍ତି। ଘରକୁ ଘର ବୁଲି ଲୋକଙ୍କ ସହ ମିଶୁଛନ୍ତି ଓ ମୌଳିକ ସମସ୍ୟା ଉପରେ ଆଲୋଚନା କରୁଛନ୍ତି। ଗତଥର ଯେତିକି କାମ କରିଛନ୍ତି ସେନେଇ ଲୋକଙ୍କୁ ବୁଝାଉଛନ୍ତି ଓ ଏଥର କି କି ଉନ୍ନୟମନମୂଳକ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି, ସେବାବଦରେ ଲୋକଙ୍କୁ କହୁଛନ୍ତି।

ବସ୍ତିବାସିନ୍ଦାଙ୍କ ଆସ୍ଥାଭାଜନ ହେବା ପାଇଁ ସେ ଘନଘନ ସେମାନଙ୍କ ଘରକୁ ଯାଉଛନ୍ତି। ତାଙ୍କ କାର୍ଯ୍ୟକାଳ ଭିତରେ ସେ ବସ୍ତି ଉନ୍ନତି ପାଇଁ କରିଥିବା କାମ ବାବଦରେ କହୁଛନ୍ତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବାବଦରେ ବୁଝାଉଛନ୍ତି। ସେହିଭଳି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକଚନ୍ଦ୍ର ପଣ୍ଡାଙ୍କ ଏହି ୱାର୍ଡ ପ୍ରତି ଥିବା ଅବଦାନ ଉପରେ ଭୋଟରଙ୍କୁ କହୁଛନ୍ତି। ସୁଜିତ ଆଜି ବରମୁଣ୍ଡା ଗାଁ, ଫାୟାରଷ୍ଟେସନ୍ ବସ୍ତି ଅଞ୍ଚଳ, ପାଇକନଗର, ମଲ୍ଲିକ କମ୍ପ୍ଲେକ୍ସ, କ୍ରିଷ୍ଣା ଗାର୍ଡେନ୍ ପ୍ରମୁଖ ଅଞ୍ଚଳ ବୁଲି ପ୍ରଚାର କରିଛନ୍ତି। ଗତକାଲି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଶ୍ରୀ ପଣ୍ଡା ଓ ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସଙ୍କ ସହ ସେ ଵାର୍ଡରେ ମାରାଥନ୍‌ ପ୍ରଚାର କରିଥିଲେ।

ଭୁବନେଶ୍ବର ୱାର୍ଡ ନଂ. ୩୨: ଶ୍ରୀଧରଙ୍କ ମାରାଥନ ପ୍ରଚାର

publive-image

୩୨ ନମ୍ବର ୱାର୍ଡରେ ବିଜେଡି ପକ୍ଷରୁ ମାରାଥନ୍ ପ୍ରଚାର ଜାରି ରହିଛି। ବିଜେଡି ପ୍ରାର୍ଥୀ ଶ୍ରୀଧର ଜେନା ନିଜ ସମର୍ଥକମାନଙ୍କ ସହ ଏହି ୱାର୍ଡ ଅଧୀନସ୍ଥ ମହାଦେବନଗର, ଜଗନ୍ନାଥନଗର ଲେନ୍‌-୮ ଗଳିକନ୍ଦି ବୁଲି ଲୋକଙ୍କ ସହ ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଉପରେ ଆଲୋଚନା କରିଥିଲେ। ଏହା ରାଜଧାନୀର ଏକ ପ୍ରମୁଖ ଅଞ୍ଚଳ ହୋଇଥିବାରୁ ସେଠାକାର ଅଧିବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବାକୁ ସେ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe