ବିଏମସି କମିସନରଙ୍କୁ ମିଳିଲା ଅବସରକାଳୀନ ଭତ୍ତା ମଞ୍ଜୁରି କ୍ଷମତା

Advertisment
ବିଏମସି କମିସନରଙ୍କୁ ମିଳିଲା ଅବସରକାଳୀନ ଭତ୍ତା ମଞ୍ଜୁରି କ୍ଷମତା

Telegraph India

ଭୁବନେଶ୍ବର: ପ୍ରୋଭିଜିନାଲ ପେନସନ୍‌ ଓ ପେନ୍‌ସନ୍‌ ପାଇବା ପାଇଁ ହନ୍ତସନ୍ତ ହେଉଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଖୁସି ଖବର। ବିଏମସି କମିସନରଙ୍କୁ ଅବସରକାଳୀନ ଭତ୍ତା ମଞ୍ଜୁରି ପାଇଁ କ୍ଷମତା ମିଳିଛି। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପେନ୍‌ସନ୍‌ ମଞ୍ଜୁର କରିବା ପୂର୍ବରୁ ଲୋକାଲ ଫଣ୍ଡ ଅଡିଟ୍‌ଙ୍କ ଦ୍ବାରା ଆବେଦନ ଯାଞ୍ଚ କରାଇ ନେବାକୁ ପରାମର୍ଶ ଦିଆଯାଇଛି। ତା’ ସହିତ ପେନ୍‌ସନ୍‌ ଫର୍ମକୁ ମଧ୍ୟ ଆବଶ୍ୟକ ମୁତାବକ ବଦଳାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ସୂଚନାଯୋଗ୍ୟ, ମହାନଗର ନିଗମ ଗୁଡ଼ିକରେ କାମ କରୁଥିବା କର୍ମଚାରୀମାନେ ଅବସର ନେବା ତାରିଖର ମାସକ ପରେ ପ୍ରୋଭିଜନାଲ ପେନ୍‌ସନ୍‌ ପାଇବେ ବୋଲି ସମ୍ପୃକ୍ତ ଅଫିସ୍‌ରୁ ଏକ ଆଦେଶପତ୍ର ପାଇଥାନ୍ତି। ଏହାପରେ ଫାଇନାଲ୍‌ ପେନ୍‌ସନ୍‌ ପାଇଁ ଫାଇଲ୍‌ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଯାଇଥାଏ। ଏହି ପ୍ରକ୍ରିୟା ଅନେକ ସମୟରେ ବିଳମ୍ବ ହେଉଥିଲା। ପେନ୍‌ସନ୍‌ ପାଇଁ କର୍ମଚାରୀଟିଏ ବାରମ୍ବାର ଅଫିସ୍‌ ଦଉଡ଼ୁଥିଲା। କେତେକ ସମୟରେ ତାକୁ ହାତ ଗୁଞ୍ଜା ଦେବାକୁ ପଡ଼ୁଥିଲା ବୋଲି ଅଭିଯୋଗ ରହିଥିଲା।

ଏ ନେଇ ଓଡ଼ିଶା ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ପାଦକ ନିରଞ୍ଜନ ମହାପାତ୍ର ଓ ସଭାପତି ଶଶିକାନ୍ତ ବାରିକ ବିଏମ୍‌ସି କମିସନରଙ୍କ ସହ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଥିଲେ। ସଂଘର ଚିଠି ଆଧାରରେ ପୂର୍ବତନ ବିଏମ୍‌ସି କମିସନର ସଞ୍ଜୟ ସିଂହ ମଧ୍ୟ ବିଭାଗକୁ ଲେଖିଥିଲେ। ଉଭୟ ଚିଠିକୁ ଆଧାର କରି ଗତକାଲି ଗୃହ ଓ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଆବେଦନପତ୍ରକୁ ସଂଶୋଧିତ କରିବା ପାଇଁ ନିର୍ଦ୍ଦେଶ ଦେଇଛି।

ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସଂଘ ଏହାକୁ ସ୍ବାଗତ କରିଛି। ତେବେ ଆଉ କେତେକ ସମସ୍ୟା ରହିଯାଇଥିବା ସଂଘ କହିଛି। ଅନ୍ୟ ସମସ୍ତ ସରକାରୀ କର୍ମଚାରୀଙ୍କୁ ଅବସର ସମୟରେ ପେନ୍‌ସନ୍‌ ବୁକ୍‌ ପ୍ରଦାନ କରାଯାଉଥିବା ବେଳେ ବିଏମ୍‌ସି କର୍ମଚାରୀଙ୍କୁ ପ୍ରଦାନ କରାଯାଉ ନାହିଁ। ଏଣୁ ବିଭାଗ ଏ ନେଇ ସ୍ବତନ୍ତ୍ର ଆଦେଶନାମା ଜାରି କରିବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe