‘ଭଗବତ ଗୀତା: ଦି ସଙ୍ଗ୍ ଅଫ୍ ଗଡ’ ପୁସ୍ତକ ଉନ୍ମୋଚିତ

‘ଭଗବତ ଗୀତା: ଦି ସଙ୍ଗ୍ ଅଫ୍ ଗଡ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ଜଗତଗୁରୁ କୃପାଳୁ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ସ୍ବାମୀ ମୁକୁନ୍ଦାନନ୍ଦଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଭଗବତ ଗୀତା: ଦି ସଙ୍ଗ୍ ଅଫ୍ ଗଡ’ ଉନ୍ମୋଚିତ ହୋଇଯାଇଛି। ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ବାମୀଜୀ ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିବା ସହିତ ‘ଭଗବତ୍ ଗୀତାର ଜୀବନ ଉପଯୋଗୀ ଶିକ୍ଷା’ ସମ୍ବନ୍ଧିତ ପ୍ରବଚନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଗତଗୁରୁ କୃପାଳୁ ବିଶ୍ବବିଦ୍ୟାଳୟର ଚେୟାରମ୍ୟାନ ଏବଂ କୁଳପତି ଏସ୍. କେ. ଦାସ, କାର୍ଯ୍ୟକାରୀ ପରିଷଦର ସଦସ୍ୟ କିଷନଲାଲ ଭରତିୟା, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସଂସ୍ଥାର ସଂଯୋଜକ ଦୋଳଗୋବିନ୍ଦ ରଥ ସମସ୍ତ ଭଗବତପ୍ରେମୀ ଓ ଶ୍ରୋତାଙ୍କୁ ଧନ୍ୟବାଦ ଦେଇଥିଲେ। ଆସନ୍ତା ୨୭ ତାରିଖରେ ପୁରୀ ଚକ୍ରତୀର୍ଥ ରୋଡ୍‌ସ୍ଥିତ କୃପାଳୁ ବନ୍ଦେ ଜଗଦଗୁରୁମ୍ ପୁରୁଷୋତ୍ତମ ବାଟିକାରେ ସ୍ବାମୀଜୀ ଭଗବତ ଗୀତା ସଂପର୍କରେ ପ୍ରବଚନ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe