‘ଜୀବନର ଝର କଲମ’ ପୁସ୍ତକ ଉନ୍ମୋଚିତ

Advertisment
‘ଜୀବନର ଝର କଲମ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର,: ପୂର୍ବତନ ପ୍ରଶାସକ ଚିନ୍ମୟ ବସୁଙ୍କ ବଙ୍ଗଳା ପୁସ୍ତକ ‘ଜୀବନର ଝର୍ଣ୍ଣା କଲମ’ର ଓଡ଼ିଆ ଅନୁବାଦ ‘ଜୀବନର ଝର କଲମ’ ଆଜି ରାଜଭବନ ପରିସରରେ ଉନ୍ମୋଚିତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପୁସ୍ତକକୁ ଉନ୍ମୋଚନ କରି ପୁସ୍ତକଟି ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ଓ ପ୍ରେରଣାଦାୟୀ ହୋଇପାରିବ ବୋଲି କହିଥିଲେ।

ଲେଖକ ଶ୍ରୀ ବସୁ ପୁସ୍ତକ ସମ୍ପର୍କରେ ସୂଚନା ଦେଇ କହିଲେ, ଏହି ପୁସ୍ତକରେ ଥିବା ପ୍ରତିଟି କାହାଣୀ ଜୀବନର ବିଭିନ୍ନ ସମୟର ଅଭିଜ୍ଞତାକୁ ନେଇ ରଚିତ ହୋଇଛି। ମୁଁ ଦେଖିଥିବା ଅନ୍ୟମାନଙ୍କ କାହାଣୀ ଏଥିରେ ବର୍ଣ୍ଣିତ। ଏହା ବାସ୍ତବରେ ଆତ୍ମଜୀବନୀ ନୁହେଁ, ବରଂ ଜୀବନର ଗଳ୍ପଗୁଚ୍ଛ କହିଲେ ଯଥାର୍ଥ ହେବ। ଏହି ପୁସ୍ତକ ପ୍ରକାଶନରେ ପୂର୍ବତନ ପ୍ରଶାସକ ତଥା କଥାକାର ତରୁଣକାନ୍ତି ମିଶ୍ରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ଏହି ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଛନ୍ତି ବିଶିଷ୍ଟ ଅନୁବାଦକ ପ୍ରଦୀପ ରାୟ। ଏହାକୁ ବିଦ୍ୟାପୁରୀ ପ୍ରକାଶନୀ ପକ୍ଷରୁ ପ୍ରକାଶ କରାଯାଇଛି।

ଉନ୍ମୋଚନ ଉତ୍ସବରେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ, ଗୋକୁଳ ଚନ୍ଦ୍ର ପତି, ତରୁଣକାନ୍ତି ମିଶ୍ର, ଯୁଗଳ କିଶୋର ମହାପାତ୍ର, ଅରବିନ୍ଦ ବେହେରା ପ୍ରମୁଖଙ୍କ ସମେତ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ପ୍ରକାଶକ ଜୀବାନନ୍ଦ ମିଶ୍ର ଓ ବିରଞ୍ଚି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe