‘ମୌଳିକ ଅର୍ଥରେ ଶ୍ରୀ ଗୀତଗୋବିନ୍ଦ’ ପୁସ୍ତକ ଲୋକାର୍ପିତ

‘ମୌଳିକ ଅର୍ଥରେ ଶ୍ରୀ ଗୀତଗୋବିନ୍ଦ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର: ଆଜି ରାଜଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଲେଖକ ସରୋଜ କୁମାର ଓଝାଙ୍କ ରଚିତ ପୁସ୍ତକ ‘ମୌଳିକ ଅର୍ଥରେ ଶ୍ରୀ ଗୀତଗୋବିନ୍ଦ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରକାଶିକା ଲକ୍ଷ୍ମୀପ୍ରିୟା ଓଝା, କବି ରକ୍ଷକ ନାୟକ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀନିବାସ ଘଟୁଆରୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି ପୁସ୍ତକରେ ସମ୍ପୂର୍ଣ୍ଣ ଗୀତଗୋବିନ୍ଦର ଆକ୍ଷରିକ ଶବ୍ଦାର୍ଥ, ସମସ୍ତ ଟୀକାର ପାଠକୀୟ ଅନ୍ତରର ଅନୁଶୀଳନ କରାଯାଇଛି। ଏହା ଗାୟନ, ନୃତ୍ୟ ରଚନା ଓ ଗବେଷଣା ପାଇଁ ଖୁବ୍‌ ସହାୟକ ହେବ ବୋଲି ଏଥିରେ ଅଭିମତ ରଖିଥିବା ଗବେଷକମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe