ଭୁବନେଶ୍ବର: ଆଜି ସମ୍ବାଦ ଭବନ ପରିସରରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ କବୟିତ୍ରୀ ଡ. ରାଜଲକ୍ଷ୍ମୀ ଜେନାଙ୍କ ରଚିତ କବିତା ସଂକଳନ ‘କରକାପାତ’ ଓ ଶିଶୁ କବିତା ପୁସ୍ତକ ‘ସୁନ୍ଦର ଏ ସୃଷ୍ଟି’ ଉନ୍ମୋଚିତ ହୋଇଛି। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପୁସ୍ତକ ଦ୍ବୟକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସମସ୍ତେ ଲେଖିବା ଓ ପଢ଼ିବା ସହିତ ଏଭଳି ଭାବେ ସମସ୍ତେ ଓଡ଼ିଆ ଭାଷା ସାହିତ୍ୟର କଥା କହିବା ଜାରି ରଖିଲେ, ଆମ ଭାଷା ଏମିତି ଯୁଗ ଯୁଗ ଧରି ବଞ୍ଚି ରହିଥିବ।
ଏହି ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ‘ପୌରୁଷ’ର ସମ୍ପାଦକ ଅସିତ୍ ମହାନ୍ତି, ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର, ‘ସମ୍ବାଦ ସାହିତ୍ୟ ଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା, ସାହିତ୍ୟିକ ସୂର୍ଯ୍ୟ ମିଶ୍ର, ଦୁର୍ଗା ଚରଣ ଷଡ଼ଙ୍ଗୀ, ପ୍ରତାପ ଚନ୍ଦ୍ର ପାଣି, ଚିତ୍ତରଞ୍ଜନ ବେହେରା, ଲିଙ୍ଗରାଜ ପତି, ତ୍ରିଭୂବନ ଷଡ଼ଙ୍ଗୀ, ବିଜୟ କୁମାର ପଣ୍ଡା, ଶିବ ପ୍ରସାଦ ପ୍ରଧାନ, ସୁରେଶ କୁମାର ମହାନ୍ତି, ସବିତା ବେହେରା, ଗଣେଶ୍ବର ନାୟକ, ବୃନ୍ଦାବନ ପାତ୍ର, ଅଜୟ କୁମାର ଖଟୁଆ, ସୁଧାଂଶୁବାଳା ଖଟୁଆ, ନୃସିଂହ ଚରଣ ଜେନା, ଅରବିନ୍ଦ କାନୁନ୍ଗୋ ପ୍ରମୁଖ ଉପସ୍ଥିତ ଥିଲେ।
Follow Us