ନନ୍ଦନକାନନରୁ ଉଦ୍ଭିଦ ଉଦ୍ୟାନ ରାସ୍ତା ବୁଡ଼ିଲା

ଲଗାଣ ବର୍ଷା ପରେ ନନ୍ଦନକାନନ ଜନ୍ତୁଙ୍କୁ ଜଗିଛନ୍ତି କର୍ମଚାରୀ

ନନ୍ଦନକାନନରୁ ଉଦ୍ଭିଦ ଉଦ୍ୟାନ ରାସ୍ତା ବୁଡ଼ିଲା

ବାରଙ୍ଗ: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ନନ୍ଦନକାନନ କାଞ୍ଜିଆ ହ୍ରଦ ଜଳ ଉଛୁଳିଥିଲା। ଫଳରେ ଏହି ହ୍ରଦ କୂଳ ଦେଇ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଲମ୍ବିଥିବା ରାସ୍ତା ବୁଡ଼ିଯାଇଛି। ରାସ୍ତାରେ ୩ ଫୁଟ୍‌ ଉଚ୍ଚରେ ପାଣି ସୁଅ ଛୁଟୁଛି। ଫଳରେ ଏହି ରାସ୍ତାରେ ଥିବା ବଙ୍ଗାଳୀସାହିର ଲୋକେ ପ୍ରଭାବିତ ହୋଇଛନ୍ତି। ସେମାନେ ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି। ରାଜ୍ୟ ଉଦ୍ଭିଦ ଉଦ୍ୟାନ ପଛ ପାଖ ଗେଟ୍‌ ଦେଇ ପର୍ଯ୍ୟଟକ ଓ କର୍ମଚାରୀମାନେ ଯାତାୟତ କରୁଛନ୍ତି।

ତ୍ରିଶୁଳିଆ: ଦୁଇ ଦିନ ଧରି ଲାଗି ରହିଥିବା ଲଘୁଚାପଜନିତ ଲଗାଣ ବର୍ଷା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି। ପ୍ରାଣୀଉଦ୍ୟାନର ଜୀବଜନ୍ତୁଙ୍କୁ ସୁରକ୍ଷିତ ଭାବେ ଫିଡିଙ୍ଗ୍‌ ଚାମ୍ବରରେ ରଖାଯାଇଛି। ପାଚେରି ଭୁଶୁଡ଼ିଲେ, ହିଂସ୍ର ପ୍ରାଣୀମାନେ ଅନ୍ୟ ପ୍ରାଣୀଙ୍କ ଖୁଆଡ଼କୁ ପଶିବା ଭୟ ଥିବାରୁ କର୍ମଚାରୀମାନେ ଜଗି ରହିଛନ୍ତି। କାଞ୍ଜିଆ ହ୍ରଦ ଭର୍ତ୍ତି ହୋଇ ଉଛୁଳିବାରୁ ଜଳହସ୍ତୀମାନଙ୍କ ପୁଷ୍କରିଣୀ ହ୍ରଦ ସହ ମିଶି ଯାଇଛି। ତେଣୁ ଜଳହସ୍ତୀମାନେ କାଞ୍ଜିଆ ହ୍ରଦକୁ ଚାଲିଯିବାର ଭୟ ରହିଛି। ଏଥିପାଇଁ ବି କର୍ମଚାରୀମାନଙ୍କୁ ସତର୍କ କରାଯାଇଥିବା ସୂଚନା ମିଳିଛି। ଖୁଆଡ଼ ବା ସଫାରି ପାଚେରି ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ପୂର୍ବରୁ ଉଦ୍ୟାନର ପାଚେରି ଭୁଶୁଡ଼ିଥିଲା। ତେବେ ଏଥର ରେକର୍ଡ ପରିମାଣର ବର୍ଷା ହୋଇଥିବାରୁ ପ୍ରାଣୀ ଉଦ୍ୟାନର ପାଚେରି ଉପରେ କଡ଼ା ନଜର ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe