ସବୁ ରେକର୍ଡ଼ ଭାଙ୍ଗିବ ରାଜଧାନୀ ତାତି!! ୨୦୧୬କୁ ବଳିଯିବ ୨୦୨୧

Advertisment
ବଦଳିବ ପାଗ: ଆସନ୍ତାକାଲିଠୁ ବଢ଼ିବ ତାପମାତ୍ରା, ୧୪ରୁ ଦୁଇ ଦିନ ପାଇଁ ୟଲୋ ୱାର୍ଣ୍ଣିଂ ଜାରି

European Commission - europa.eu

ଭୁବନେଶ୍ବର: ଫେବ୍ରୁଆରି ୨୦, ୨୦୧୬ରେ ରାଜଧାନୀରେ ତାପମାତ୍ରା ୪୦.୯ଡିଗ୍ରି ଛୁଇଁଥିଲା। ଫେବ୍ରୁଆରି ୨୭, ୨୦୨୧ରେ ରାଜଧାନୀରେ ପାରଦ ୪୦.୬ଡିଗ୍ରି ଛୁଇଁଲା। ରାଜଧାନୀର ସ୍ବାଭାବିକ ତାପମାତ୍ରାଠାରୁ ପ୍ରାୟ ୬ଡିଗ୍ରି ଅଧିକ ତାତି ରେକର୍ଡ ହୋଇଥିଲା। ୫ ବର୍ଷ ପୂର୍ବେ ରାଜଧାନୀ ଫେବ୍ରୁଆରି ମାସରେ ଯେପରି ଉତ୍ତପ୍ତ ଥିଲା, ଚଳିତବର୍ଷ ସେହିପରି ଉତ୍ତପ୍ତ ‌ରହିଛି। ପାଣିପାଗ ବିଭାଗ ପୂର୍ବାନୁମାନ ଯେ ଏଥର ତାତି ଅଧିକ ହେବ। ତେଣୁ ୨୦୨୧ର ତାତି ସବୁ ରେକର୍ଡ ଭାଙ୍ଗିବ, ତାହା ରାଜଧାନୀବାସୀ ଏବେଠୁ ଅନୁଭବ କଲେଣି।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଗତ ୬ବର୍ଷ ମଧ୍ୟରେ ମାତ୍ର ଦୁଇଥର ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୫ଡିଗ୍ରି ଅତିକ୍ରମ କରିଛି। ଏପ୍ରିଲ ୧୧, ୨୦୧୬ରେ ପାରଦ ୪୫.୮ଡିଗ୍ରି ଛୁଇଁଥିବା ବେଳେ ମେ’ ୨୫, ୨୦୧୫ରେ ପାରଦ ୪୫.୪ଡିଗ୍ରି ଛୁଇଁଥିଲା। ଯାହା ଉକ୍ତ ବର୍ଷର ସର୍ବୋଚ୍ଚ ତାପମାତ୍ରା ଥିଲା। ୫ ବର୍ଷ ତଳେ ଯେପରି ଫେବ୍ରୁଆରି ମାସରୁ ରାଜଧାନୀ ଉତ୍ତପ୍ତ ସହର ପାଲଟିଥିଲା, ଫେବ୍ରୁଆରିରୁ ଜୁନ୍ ପର୍ଯ୍ୟନ୍ତ ଖରାର ଜ୍ବଳା ଜାରି ରହିଥିଲା, ପାରଦ ପ୍ରତିଦିନ ରେକର୍ଡ ଭାଙ୍ଗୁଥିଲା; ଏଥର ବି ସେହିପରି ହୋଇପାରେ। ୨୦୧୬ରେ ଏପ୍ରିଲ ଦ୍ବିତୀୟ ସପ୍ତାହରୁ ପାରଦ ୪୫ଡିଗ୍ରି ଟପି ଯାଇଥିଲା। ସେହି ବର୍ଷ ଯେପରି ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଏଲ୍‌ନିନୋ ପ୍ରଭାବରେ ତାତି ପ୍ରବଳ ହୋଇଥିଲା, ଏଥର ବି ସେହିଭଳି ଏଲ୍‌ନିନୋ ପ୍ରଭାବ ରାଜଧାନୀ ଉପରେ ପଡ଼ିବ। ଯାହାର ପୂର୍ବାଭାସ ଏବେଠୁ ମିଳିଲାଣି ବୋଲି ପାଣିପାଗ କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି।

୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଖରାଦିନେ ଅଧିକାଂଶ ଦିନରେ ପାରଦ ୪୨ରୁ ୪୪ଡିଗ୍ରି ମଧ୍ୟରେ ଥିଲା। ୨୦୧୬ରେ କେବଳ ୪୫ ଡିଗ୍ରି ଛୁଇଁଥିଲେ ହେଁ ୨୦୧୭ ଓ ୨୦୧୮ରେ ପାରଦ ୪୨ରୁ ୪୪ଡିଗ୍ରି ମଧ୍ୟରେ ରହିବାରୁ ରାଜଧାନୀ ଉତ୍ତପ୍ତ ସହର ପାଲଟିଥିଲା। ଚଳିତବର୍ଷ ଫେବ୍ରୁଆରିରୁ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଲଗାତାର ୫ଦିନ ୪୦ଡିଗ୍ରି ପାଖାପାଖି ରହୁଛି। ଯେତେବେଳେ କି ଫେବ୍ରୁଆରି ପାରଦ ୩୨ରୁ ୩୪ଡିଗ୍ରି ମଧ୍ୟରେ ରହିବା କଥା।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ବାୟୁମଣ୍ଡଳରେ ଜଳୀୟବା‌ଷ୍ପ କମ୍‌ ରହୁଛି, ଆକାଶ ପରିଷ୍କାର ଅଛି, ଆଣ୍ଟି ସାଇକ୍ଲୋନିକ୍ ପବନ ବହୁଛି। ଯାହା ତାତି ପ୍ରବଳ ହେବାର ସବୁ ଲକ୍ଷଣ। ଏହାବାଦ୍ ରାଜଧାନୀରେ ବାତ୍ୟା ଫନି ପରେ ବହୁତ ଗଛ ଭାଙ୍ଗି ଯାଇଥିବା ବେଳେ ରାଜଧାନୀରେ ଛାଇ କମିଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ରାଜଧାନୀରେ ପ୍ରଦୂଷଣ ମାତ୍ରା ବଢ଼ିଯାଇଛି। ଯାହା ତାତିକୁ ଅସହ୍ୟ କରିଦେଉଛି। ବାୟୁମଣ୍ଡଳରେ ପ୍ରବଳ ଧୂଳିକଣା ଓ କାର୍ବନ୍‌ ମନୋକ୍ସାଇଡ୍ ରହିଥିବାରୁ ଲୋକଙ୍କର ଶ୍ବାସକ୍ରିୟା ଜନିତ ସମସ୍ୟା ହେଉଛି। ଏହି ସମୟରେ ଟାଣ ଖରା ଲୋକଙ୍କର ଯନ୍ତ୍ରଣା ବଢ଼ାଇ ଦେଉଛି। ପୂର୍ବବର୍ଷଗୁଡ଼ିକ ତୁଳନାରେ ଚଳିତବର୍ଷ ରାଜଧାନୀରେ ଅଧିକ ନିର୍ମାଣ କାର୍ଯ୍ୟ ହେଉଛି। ଏପରିକି ପ୍ରତି ଗଳିକନ୍ଦିରେ ଖୋଳାତଡ଼ା ହେଉଛି। ଯାହା ଚଳିତବର୍ଷକୁ ଉତ୍ତପ୍ତ କରିବାକୁ ସହାୟକ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe