ହାଇକୋର୍ଟରେ ଗାଁ ଦାଣ୍ଡ ଜବରଦଖଲ ମାମଲା: ମାପଚୁପ ସାରି ଚୁପ୍‌ ବସିଛି ପ୍ରଶାସନ

Advertisment
ଅଧ୍ୟାପକଙ୍କୁ ୟୁଜିସି ସ୍କେଲ୍‌ ପ୍ରସଙ୍ଗ: ହାଇକୋର୍ଟରେ ସରକାରଙ୍କ ଆବେଦନ ଖାରଜ

new india express

ବାଲିଅନ୍ତା: ସ୍ଥାନୀୟ ପୂରଣପଧାନ ପଞ୍ଚାୟତ ଅଧୀନ ବାଆବଜା (ବୁଦ୍ଧିପଡ଼ା) ଗାଁ ଦାଣ୍ଡ ଜବରଦଖଲ ହୋଇଥିବା ନେଇ ହାଇକୋର୍ଟରେ ମାମଲା ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାଲିଅନ୍ତା ତହସିଲ ପ୍ରଶାସନ ମାପଚୁପ କରି ଜବରଦଖଲ ହୋଇଥିବା ଅଂଶ ଚିହ୍ନଟ କରିଛି। କିନ୍ତୁ ଏହା ଭିତରେ ୫ ମାସ ବିତିଯାଇଥି‌ଲେ ବି ଜବରଦଖଲ ଉଚ୍ଛେଦ କରାଯାଉନାହିଁ। ତେଣୁ ଗ୍ରାମବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ଏବଂ ସେମାନେ ଏନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ କିଛି ପରିବାର ଗାଁ ଦାଣ୍ଡକୁ ମଡ଼ାଇ ଘର ଓ ବାରଣ୍ଡା କରିଛନ୍ତି।

ଫଳରେ ଗାଁ ଦାଣ୍ଡ ସଂକୁଚିତ ହୋଇଯାଇଛି ଏବଂ ଯାତାୟାତ ପାଇଁ ସମସ୍ୟା ହେଉଛି। ଏନେଇ ଭଦ୍ରଲୋକଙ୍କ ଉପସ୍ଥିତିରେ ଗାଁରେ ଆ ପୋସ ବୁଝାମଣା ପାଇଁ ଉଦ୍ୟମ କରାଯାଇଥି‌ଲେ ବି ଜବରଦଖଲକାରୀମାନେ କାହା କଥା ଶୁଣିନଥିଲେ। ଏମିତିକି ଏନେଇ ବାଲିଅନ୍ତା ତହସିଲଦାରଙ୍କୁ ଅଭିଯୋଗ କରାଯାଇଥିଲେ ବି କିଛି ସୁଫଳ ମିଳିନଥିଲା। ତେଣୁ ବାଧ୍ୟ ହୋଇ ଗ୍ରାମବାସୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଅଭିଯୋଗର ଶୁଣାଣି କରି ତହସିଲ ପ୍ରଶାସନକୁ ମାପଚୁପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏପ୍ରିଲ୍‌ ୧୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଜିଲ୍ଲାପାଳ ବାଲିଅନ୍ତା ତହସିଲଦାରଙ୍କୁ ମାପଚୁପ କରି ପଦକ୍ଷେପ ନେବାକୁ କହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶର ଦୁଇ ମାସ ପରେ ପୂରଣ ରାଜସ୍ବ ନିରୀକ୍ଷକ, ଅମିନ ଏବଂ ସ୍ଥାନୀୟ ଭଦ୍ରଲୋକଙ୍କ ଉପସ୍ଥିତିରେ ଗାଁ ଦାଣ୍ଡ ମାପଚୁପ କରାଯାଇଥିଲା। ରାସ୍ତାକୁ ମଡ଼ାଇ ବେଆଇନ ଭାବେ ନିର୍ମିତ ଘରଦ୍ବାର ଏବଂ ବ‌ାରଣ୍ଡା ଚିହ୍ନଟ କରାଯାଇଥିଲା। ୪ ଜଣ ବ୍ୟକ୍ତି ବେଆଇନ ଭାବେ ଘର ନିର୍ମାଣ କରିଥିବା ବେଳେ ୬ ଜଣ ଗାଁ ଦାଣ୍ଡକୁ ମଡ଼ାଇ ବାରଣ୍ଡା କରିଥିବା ଚିହ୍ନଟ ହୋଇଥିଲା। କିନ୍ତୁ ଏଇଠି ଅଟକିଗଲା ରାଜସ୍ବ ବିଭାଗର କାର୍ଯ୍ୟାନୁଷ୍ଠାନ। ଜବରଦଖଲ ହଟାଇବାକୁ ତହସିଲ ପ୍ରଶାସନ ତତ୍ପର ହେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe