୮୫ ବର୍ଷୀୟ ସ୍ବାମୀଙ୍କ ନାଁରେ ପତ୍ନୀଙ୍କ ମାମଲା

ଘରେ ପଶି ଭଙ୍ଗାରୁଜା, ମାରପିଟ୍ ଅଭିଯୋଗ ସମ୍ପତ୍ତିକୁ ନେଇ ଲାଗି ରହିଛି ବିବାଦ

ପୁରୁଷୋତ୍ତମପୁର ବ୍ଲକ୍ ଯୁବ ବିଜେଡି ସଭାପତିଙ୍କୁ ଅପହରଣ, ହତ୍ୟା ଧମକ

Bangalore Mirror

ଭୁବନେଶ୍ବର: ୮୫ ବର୍ଷୀୟ ସ୍ବାମୀଙ୍କ ନାଁରେ ସ୍ତ୍ରୀଙ୍କର ମାମଲା। ତାହା ପୁଣି ସମ୍ପତ୍ତିକୁ ନେଇ। ବିଲ୍ଡରଙ୍କ ସହ ମିଶି ଘରେ ପଶି ଭଙ୍ଗାରୁଜା କରିବା, ମାଡ଼ ମାରିବା, ହତ୍ୟା ଧମକ ଦେବା ଭଳି ସଙ୍ଗିନ ମାମଲା ରୁଜୁ ହୋଇଛି। ତେବେ ଏହି ବିବାଦ ସମ୍ପତ୍ତିକୁ ନେଇ ଲାଗି ରହିଥିବା ବେଳେ ବହୁ ବର୍ଷର ବୋଲି ଜଣାପଡ଼ିଛି। ଅଭିଯୋଗକାରୀ ପତ୍ନୀ ହେଲେ ଶାସ୍ତ୍ରୀନଗରରେ ରହୁଥିବା ଉତ୍ତମା ପ୍ରହରାଜ।

ଉତ୍ତମାଙ୍କ ଅଭିଯୋଗ ଅନୁସାରେ, ଗତ ୨୬ ତାରିଖରେ ସ୍ବାମୀ ବ୍ରହ୍ମାନନ୍ଦ ପ୍ରହରାଜ, ଜଣେ ବିଲ୍ଡର ଓ ପ୍ରାୟ ୨୦ ଜଣ ଗୁଣ୍ଡାକୁ ନେଇ ତାଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲେ। ଏପରିକି ସ୍ବାମୀ ତାଙ୍କୁ, ତାଙ୍କ ବୋହୂ ଓ ନାତିକୁ ମଧ୍ୟ ମାଡ଼ ମାରିଥିଲେ। ଘର ନ ଛାଡ଼ିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ପୁଲିସ ସୂଚନା ଅନୁସାରେ, ବ୍ରହ୍ମାନନ୍ଦ ବହୁଦିନରୁ ପରିବାରଠାରୁ ଅଲଗା ରହୁଛନ୍ତି। ତେବେ ତାଙ୍କ ପତ୍ନୀ ପୁଅ, ବୋହୂ ଓ ନାତି ଏକାଠି ରହୁଛନ୍ତି। ବ୍ରହ୍ମାନନ୍ଦଙ୍କ ମାଲିକାନାରେ ଥିବା ଘରର କିଛି ଅଂଶ ଓ ଖାଲି ଥିବା ଜମିକୁ ସେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଛନ୍ତି। କିଣିଥିବା ବ୍ୟକ୍ତି ଯେତେବେଳେ ଦଖଲକୁ ନେବାକୁ ଯାଉଛନ୍ତି ସେତେବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହ ଗଣ୍ଡଗୋଳ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe