The case of the arrest of the multifaceted lady blackmailer
ଭୁବନେଶ୍ବର: ତମାଣ୍ଡୋ ଥାନା ପୁଲିସ ହାବୁଡ଼ରେ ପଡ଼ି ବିଚାର ବିଭାଗୀୟ ହାଜତରେ ଥିବା ବହୁରୂପୀ ଲେଡି ବ୍ଲାକ୍ମେଲର୍ ଇରାନୀ ପାତ୍ର ବିରୋଧରେ ଦିନକୁ ଦିନ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶା ଜଲିଉଡ୍ ଜଗତରୁ ଅପରାଧ ଜଗତକୁ ପଶି ଆସିଥିବା ଇରାନୀ ବିଭିନ୍ନ ରୂପରେ ଲୋକଙ୍କୁ ଫସାଇଥିବା ମାୟାଜାଲରେ ଫସାଇଥିବା ବ୍ୟକ୍ତିଙ୍କ ତାଲିକା ଲମ୍ବିବାରେ ଲାଗିଛି। ସେମାନେ ଜଣଙ୍କ ପରେ ଜଣେ କରି ତମାଣ୍ଡୋ ଥାନାରେ ପହଞ୍ଚି ଇରାନୀର କଳା କାରନାମା ବାବଦରେ ଲିଖିତ ଅଭିଯୋଗ କରୁଛନ୍ତି। ଜଣେ ଡାକ୍ତରଙ୍କୁ ଫସାଉ ଫସାଉ ପୁଲିସ ହାବୁଡ଼ରେ ପଡ଼ିଥିବା ଇରାନୀ ଗ୍ୟାଙ୍ଗ୍ ନାଁରେ ଜଣେ ଛାତ୍ର, ଜଣେ ବ୍ୟବସାୟୀ ଅଭିଯୋଗ କରିବା ପରେ ଆଜି ଆଉ ଜଣେ ବିଲ୍ଡର୍ସ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ତେଣୁ ପୁଲିସ ଠକ ଦମ୍ପତିକୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି। ପୁଲିସ ୭ ଦିନିଆ ରିମାଣ୍ଡ ଆବେଦନ କରିଥିବା ଜଣାପଡ଼ିଛି।
ବିଲ୍ଡର୍ସଙ୍କ ଅଭିଯୋଗ ଅନୁସାରେ ସେ କିଛିଦିନ ତଳେ ଇରାନୀ ସହ ଫେସ୍ବୁକ୍ ମେସେଞ୍ଜରରେ ଜାଣିଥିଲେ। ଇରାନୀ ତାଙ୍କୁ ମେସେଞ୍ଜରରେ ମେସେଜ୍ କରିଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତା ହେବା ପରେ ସେ ହ୍ବାଟସ୍ଆପ୍ ନମ୍ବର ନେଇଥିଲେ। ଏମିତିରେ ଧୀରେଧୀରେ ହ୍ବାଟସ୍ଆପ୍ରୁ ସେମାନଙ୍କ ସମ୍ପର୍କ ନିବିଡ଼ ହୋଇଥିଲା। କଥା ଛଳରେ ଇରାନୀ ତା’ ସହିତ ବହୁ ଅଫିସର ଓ ପ୍ରଭାବଶାଳୀ ଲୋକଙ୍କ ସହ ସମ୍ପର୍କ ଥିବା କହିଥିଲା। ଆଦୌ ଭେଟିନଥିବା ବିଲ୍ଡର୍ସ ଇରାନୀଙ୍କ ପ୍ରତିଭା ଜାଣିବା ପରେ ତାଙ୍କ ପତ୍ନୀଙ୍କ ପାଇଁ ସରକାରୀ ଚାକିରିଟି ବୁଝିଦେବାକୁ କହିଥିଲେ। ଧୂର୍ତ୍ତ ଇରାନୀର ମହୁଫାଶ ଏଣିକି କାମ କରିଥିଲା। ସେ ଏଥିପାଇଁ ବିଲ୍ଡର୍ସଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ସାଢ଼େ ୩ଲକ୍ଷ ଟଙ୍କା ନେଇଗଲା। ଅଭିଯୋଗକାରୀଙ୍କ କହିବା କଥା ଚାକିରି କଥା ବାରମ୍ବାର ପଚାରିବା ପରେ ଇରାନୀ ତାଙ୍କୁ ଘରକୁ ଆମନ୍ତ୍ରଣ କରିଥିଲା। ସେ ଇରାନୀର ଚଞ୍ଚକତା ବୁଝିପାରିନଥିଲେ। ଦିନେ ସେ ତା ଘରକୁ ଆସିବା ପରେ ଅସଲ ଚେହେରା ଦେଖିବାକୁ ପାଇଥିଲେ। ଇରାନୀ ଓ ତା’ ସ୍ବାମୀ ନିଶିକାନ୍ତ ପାତ୍ର ଓରଫ୍ ବାପି ତାଙ୍କୁ ଅତର୍କିତ ଭାବେ ବାନ୍ଧି ପକାଇଥିଲେ। ଅଶ୍ଳୀଳ ଫଟୋ, ଭିଡିଓ କରିବା ପରେ ସେମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଟଙ୍କା ଫେରସ୍ତ ମାଗିଲେ ସେମାନେ ଭିଡିଓ ଓ ଫଟୋ ଭାଇରାଲ୍ କରିବେ ବୋଲି ଧମକ ଦେଇଥିଲା। ଆଜି ବିଲ୍ଡର ଜଣଙ୍କ ଥାନାରେ ଅଭିଯୋଗ କରିବା ପୁଲିସ ଆଉ ଏକ ମାମଲା ରୁଜୁ କରିଛି।
Follow Us