କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ର ଭାରତ ବନ୍ଦ ଦ୍ବିତୀୟ ଦିନ ବି ପ୍ରଭାବଶୂନ୍ୟ

Advertisment
କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ର ଭାରତ ବନ୍ଦ ଦ୍ବିତୀୟ ଦିନ ବି ପ୍ରଭାବଶୂନ୍ୟ

ଭୁବନେଶ୍ବର: କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ଦିଆଯାଇଥିବା ଦୁଇ ଦିନିଆ ଭାରତ ବନ୍ଦ ଡାକରାର ଆଜି ଥିଲା ଦ୍ବିତୀୟ ତଥା ଶେଷ ଦିନ। ମାତ୍ର ଏହି ଆନ୍ଦୋଳନ ଆଜି ବି ପ୍ରଭାବଶୂନ୍ୟ ଥିଲା। ରାଜଧାନୀରେ ପେଟ୍ରୋଲ ପମ୍ପ, ଦୋକାନ ବଜାର ଖୋଲା ରହିଥିବା ବେଳେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ସ୍କୁଲ୍‌, କଲେଜ ମଧ୍ୟ ଖୋଲା ରହିଥିଲା। ତେବେ ମଧ୍ୟାହ୍ନ ପର୍ଯ୍ୟନ୍ତ ମୋ ବସ୍‌ କି ଯାତ୍ରୀବାହୀ ଅଟୋ ଗଡ଼ିନଥିଲା। ବିକ୍ଷୋଭକାରୀମାନେ କିଛି ପ୍ରମୁଖ ଛକ ବଜାରରେ ବିକ୍ଷୋଭ ପ୍ରଦର୍ଶନ କରି ଯାନବାହାନ ଅଟକାଉଥିଲେ ଓ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଅପରାହ୍ନରେ ପ୍ରାୟତଃ ସବୁ ଯାତ୍ରୀ ପରିବହନ ବ୍ୟବସ୍ଥା ଚାଲୁ ହୋଇଯାଇଥିଲା।

୧୨ଦଫା ଦାବିରେ ଦିଆଯାଇଥିବା ଏହି ବନ୍ଦ ଡାକରା ଆନ୍ଦୋଳନରେ ବିକେଏମ୍‌ୟୁ, ସିପିଆଇ, ଏଆଇଟିୟୁସି, ସିଆଇଟିୟୁ, ୟୁଟିୟୁସି, ଏଚ୍‌ଏମ୍‌ଏସ୍‌, ଫର୍‌ୱାର୍ଡ ବ୍ଲକ୍‌ ଓ ଏନ୍‌ଆଇସିସିଟିୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ ମାଷ୍ଟରକ୍ୟାଣ୍ଟିନ, ବସ୍‌ଷ୍ଟାଣ୍ଡ, ଅଶୋକନଗର, ରାଜମହଲ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୂର୍ବାହ୍ନ ୧୧ଟାରେ ଶତାଧିକ ବିକ୍ଷୋଭକାରୀମାନେ ରାଜମହଲ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଧାନସଭା ଆଡ଼କୁ ଯିବା ବେଳେ ପୁଲିସ ଅଟକାଇ ସେମାନଙ୍କୁ ଗିରଫ କରିଥିଲା। କାର୍ଯ୍ୟକ୍ରମରେ ସିପିଆଇ ରାଜ୍ୟ ସଂପାଦକ କ୍ଷୀରୋଦ ସିଂହଦେଓ, ବିକେଏମ୍‌ୟୁ ରାଜ୍ୟ ସଂପାଦକ ସୁର ଜେନା, ଏଆଇଟିୟୁସି ଉପସାଧାରଣ ସଂପାଦକ ବିଜୟ ଜେନା, କ୍ଷେତମୂଲିଆ ନେତା ଶରତ ସ୍ବାଇଁ, ଆଦିବାସୀ ନେତା ହେମ୍ବ୍ରମ୍, ଶ୍ରମିକ ନେତା ବିପ୍ଲବ ମହାପାତ୍ର, ନାରୀନେତ୍ରୀ ନମିତା ସାହୁ, ମଙ୍ଗଳା ସେଠୀ, ଏଆଇସିଟିୟୁସି ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା, ଆଇଏମ୍‌ଟିୟୁସିର କିଶୋର ଜେନା, ସିଆଇଟିୟୁର ଦୁଷ୍ମନ୍ତ ଦାସ, ଏଆଇଟିୟୁସିର ସାଧାରଣ ସଂପାଦକ ମହେନ୍ଦ୍ର ପରିଡ଼ା, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠୀ, ୟୁଟିୟୁସିର ପୂର୍ଣ୍ଣଚନ୍ଦ୍ର ବେହେରା, ଏଚ୍‌ଏମ୍‌ଏସ୍‌ର ସଂଯୁକ୍ତା ମହଲ, ଫର୍‌ୱାର୍ଡ ବ୍ଲକ୍‌ର ଜ୍ୟୋତିରଞ୍ଜନ ମହାପାତ୍ର, ଯୁବନେତା ମଧୁସୂଦନ, ସଫ‌େଇ କର୍ମଚାରୀ ନେତା ଶଙ୍କର ନାୟକ, ଠିକା କର୍ମଚାରୀ ସଂଘ ନେତା ଲିଙ୍ଗରାଜ ଚୌଧୁରୀ, ବନବିହାରୀ ଦାସ, ସଫେଇ କର୍ମଚାରୀ ସଂଘ ସଂପାଦକ ବିଜୟ ବେହେରା ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe