Challenge at Tinimundia: ତିନିମୁଣ୍ଡିଆ ଛକରେ ମୁଣ୍ଡ ଟେକି ରହିଛି ନିଯୋଗ

Advertisment

ଏକଦା ଗୋସାଗରେଶ୍ବର ଛକରୁ ତିନିମୁଣ୍ଡିଆ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବ୍ରାହ୍ମଣ ସେବାୟତମାନେ ବସବାସ କରୁଥିଲେ ବୋଲି କୁହାଯାଏ।

ଏକଦା ଗୋସାଗରେଶ୍ବର ଛକରୁ ତିନିମୁଣ୍ଡିଆ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବ୍ରାହ୍ମଣ ସେବାୟତମାନେ ବସବାସ କରୁଥିଲେ ବୋଲି କୁହାଯାଏ।

Untitled-7

ପୁରୁଣା ଭୁବନେଶ୍ବର: ଏକଦା ଗୋସାଗରେଶ୍ବର ଛକରୁ ତିନିମୁଣ୍ଡିଆ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବ୍ରାହ୍ମଣ ସେବାୟତମାନେ ବସବାସ କରୁଥିଲେ ବୋଲି କୁହାଯାଏ। ସେହି ଅଞ୍ଚଳକୁ ବ୍ରାହ୍ମଣ ସାହି ବା ମହାସୁଆର ସାହି କୁହାଯାଉଥିଲା। କିନ୍ତୁ କାଳକ୍ରମେ ବ୍ରାହ୍ମଣ ସେବାୟତମାନଙ୍କ ପରିବାର ବଢ଼ିବଢ଼ି ଚାଲିଲା ଏବଂ ସେମାନେ ମନ୍ଦିର ଚାରିପଟେ ଗଢ଼ିଉଠିଥିବା ବିଭିନ୍ନ ସାହିରେ ବସବାସ କରିବାକୁ ଲାଗିଲେ। ଏବେ ପ୍ରାୟ ସବୁ ସାହିରେ ବିଭିନ୍ନ ବର୍ଗର ବ୍ରାହ୍ମଣ ସେବାୟତମାନଙ୍କ ଘର ରହିଛି। ମାତ୍ର ମହାସୁଆର ସାହିର ମୁଖ୍ୟ କାର୍ଯ୍ୟାଳୟ ବା ନିଯୋଗ ରହିଛି ତିନିମୁଣ୍ଡିଆ ଛକରେ। ଆଜି ବ୍ରାହ୍ମଣ ସାହି କହିଲେ ତିନିମୁଣ୍ଡିଆ ଛକର ନିଯୋଗ କାର୍ଯ୍ୟାଳୟକୁ ହିଁ ବୁଝାପଡ଼େ।  

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିଭିନ୍ନ ସେବା ପାଇଁ ବ୍ରାହ୍ମଣ ସେବାୟତ ନିଯୁକ୍ତି ପାଇଛନ୍ତି। ଖଟଶେଯ ବ୍ରାହ୍ମଣ, ପତ୍ରୀ, ପନ୍ତି ବଡ଼ୁ ମହାସୁଆର, ଗରାବଡ଼ୁ ମହାସୁଆର, ହଡ଼ପନାୟକ ମହାସୁଆର, ଭିତର ଖୁଣ୍ଟିଆ ମହାସୁଆର, ଧୋପଖାଳ ମହାସୁଆର, ଚାଙ୍ଗଡ଼ା ମହାସୁଆର, ଧଳା ଛତା, କଳା ଛତା ପାଳିଆ, ତ୍ରାସ ମହାସୁଆର, ପୁଷ୍ପାଳକ, ପୁଷ୍ପାଞ୍ଜଳି, ମହାସୁଆର, ପାର୍ବତୀ ପାଳିଆ ମହାସୁଆର, ମେକାପ, ‌ଚର୍ଚ୍ଚେଇତ, ଅଖଣ୍ଡ, ପର୍ବଯାତ୍ରା, ରାଜବଂଶୀ ସେବକ ଏମିତି ବହୁ ଭାଗରେ ବ୍ରାହ୍ମଣ ବା ମହାସୁଆର ପ୍ରଭୁଙ୍କ ସେବାରେ ନିୟୋଜିତ। ଏବେ ଏହି ସେବକମାନେ ବିଭିନ୍ନ ସାହିରେ ବାସ କରୁଛନ୍ତି। ହରଚଣ୍ଡୀ ସାହି, ମିଶ୍ର ସାହି, ଗୋଡ଼ିପୋଖରୀ ସାହି, ଗରାବଡ଼ୁ ସାହି, ପଣସତୋଟା, ପୁନମା ଗେଟ୍‌ ଗଳି, କାଜୁ ଫ୍ୟାକ୍ଟ୍ରି ଗଳି, ଶ୍ମଶାନ ରୋଡ୍‌, ସୁଆରସାହି, କପାଳିଦେବୀ ସାହି, ବଡ଼ଦାଣ୍ଡ ସାହି ଆଦିରେ ବ୍ରାହ୍ମଣ ସେବାୟତମାନେ ରହୁଛନ୍ତି। ବ୍ରାହ୍ମଣ ନିଯୋଗ ଅଧୀନରେ ୩୦୦ ପରିବାର ସଭ୍ୟ ଅଛନ୍ତି। କିଛି ବର୍ଷ ପୂର୍ବରୁ ହରଚଣ୍ଡୀ ସାହି, ମିଶ୍ର ସାହି, ଗୋଡ଼ିପୋଖରୀ ସାହି, ଗରାବଡ଼ୁ ସାହି, ସୁଆର ସାହି, କପାଳିଦେବୀ ସାହି, ବଡ଼ଦାଣ୍ଡ ସାହିରେ ସବୁ ବ୍ରାହ୍ମଣ ସେବାୟତଙ୍କ ପରିବାର ବାସ କରୁଥିଲେ। କାଳକ୍ରମେ ପୁଣି ପରିବାର ବୃଦ୍ଧି ପାଇବାରୁ ସେମାନେ ପଣସ ତୋଟା, ପୁନମା ଗେଟ୍‌ ଗଳି, କାଜୁ ଫ୍ୟାକ୍ଟ୍ରି ଗଳି, ଶ୍ମଶାନ ରୋଡ୍‌ ଭଳି ବିଭିନ୍ନ ଅଞ୍ଚଳରେ ବାସ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe