ଅସହାୟ ମା’ ଚରିତ୍ର ମୋ ପାଇଁ ସହଜ ନଥିଲା: ଟିସ୍କା

Advertisment

କନକ ନ୍ୟୁଜ୍‌ କନ୍‌କ୍ଲେଭ ‘ଅନନ୍ୟା’

କନକ ନ୍ୟୁଜ୍‌ କନ୍‌କ୍ଲେଭ ‘ଅନନ୍ୟା’

ଅସହାୟ ମା’ ଚରିତ୍ର ମୋ ପାଇଁ ସହଜ ନଥିଲା: ଟିସ୍କା

ଭୁବନେଶ୍ବର: ଅମୀର ଖାନ୍‌, ଅମୋଲ ଗୁପ୍ତେ ନିର୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ‘ତାରେ ଜମିନ ପର’ର ଚର୍ଚ୍ଚିତ ଦର୍ସିଲଙ୍କ ମା’ ଭୂମିକାରେ ଟିସ୍କା ଚୋପ୍ରାଙ୍କ ଅଭିନୟ ଦେଖି ଏଭଳି କୌଣସି ଦର୍ଶକ ନଥିବେ ଯିଏ ଭାବୁକ ହୋଇନଥିବେ। ମାତ୍ର ଟିସ୍କାଙ୍କୁ ଏଭଳି ଅସହାୟ ମା’ ଭୂମିକା ଖୁସି ଦେଇନଥିଲା। ଏଥିରେ ସେ ଖୁବ ଅସହଜ ଥିବା କହିଛନ୍ତି। ଜଣେ ଶିକ୍ଷିତ ମହିଳା ଯିଏ କର୍ମଜୀବୀ ବି ଥିଲେ ତାଙ୍କ ଆଖି ସାମ୍ନାରେ ତାଙ୍କ ପୁଅକୁ ଦୂରେଇ ଦିଆଯାଉଛି ସେ କେମିତି କିଛି କହୁ ନାହିଁ ଏହା ତାଙ୍କୁ ବାରମ୍ବାର ଆନ୍ଦୋଳିତ କରୁଥିଲା।

ଏହି ଚରିତ୍ରଟି ଏମିତି କେମିତି ବୋଲି ସେ ବାରମ୍ବାର ନିର୍ଦେଶକ ଅମୀର ଖାନ୍‌ଙ୍କୁ ପଚାଥିଲେ। ବରଂ ଏହା ଠାରୁ କ୍ଷୁଦ୍ର ଚଳଚ୍ଚିତ୍ର ଚଟ୍‌ନିରେ ଜଣେ ଅସୁନ୍ଦରୀ ମହିଳା ଯିଏ କମ ପାଠ ପଢ଼ିଥିଲେ, ବେଶଭୂଷା କିମ୍ବା କଥାବାର୍ତ୍ତାର କୌଣସି ଶୈଳୀ ଜଣାନଥିଲା, ଯାହାଙ୍କ ସ୍ବାମୀର ଅନ୍ୟ ମହିଳା ସହିତ ସମ୍ପର୍କ ଥିଲା ଏହି ଭୂମିକା ନିର୍ବାହ କରି ବେଶି ଖୁସି ଅନୁଭବ କରିଥିଲେ। କନକ ନ୍ୟୁଜ୍‌ କନକ୍ଲେଭ ‘ଅନନ୍ୟା’ରେ ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକଙ୍କ ସହିତ ଆଲୋଚନାରେ ଟିସ୍କା

ଏହି ମତ ଦେଇଛନ୍ତି। ସେ କହିଛନ୍ତି, ଜଣେ ମହିଳା ସେତେ ଦିନ ପର୍ଯ୍ୟନ୍ତ ଆଉ ଜଣେ ମହିଳାଙ୍କ ଶତ୍ରୁ ଯେତେଦିନ ପର୍ଯ୍ୟନ୍ତ ତାଙ୍କ ପାଖରେ ପର୍ଯ୍ୟାପ୍ତ ସୁଯୋଗ ନଥିବ। ସୀମିତ ସୁଯୋଗରେ ମହିଳା ନିଜକୁ ରଖିବା ପାଇଁ ଆଉ ଜଣଙ୍କ ସହିତ ଅସୂୟା ଆଚରଣ କରିବା ସ୍ବାଭାବିକ। ବର୍ତ୍ତମାନ ସେହି ସ୍ଥିତିରେ ପରିବର୍ତ୍ତନ ହେବାକୁ ଲାଗିଲାଣି, ଶୀର୍ଷରେ କେବଳ ପୁରୁଷ ଅଧିକାରୀ ନାହାନ୍ତି ମହିଳା ବି ଅଛନ୍ତି। ମହିଳାଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ତେଣୁ ଜଣେ ମହିଳା ଆଉ ଜଣଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି। ବଲିଉଡ୍‌ରେ ଅଧିକରୁ ଅଧିକ ମହିଳା ଲେଖିକା, ନିର୍ଦେଶିକା, ପ୍ରଯୋଜିକା ଆସିବା ପରେ ମହିଳାଙ୍କୁ ଭିନ୍ନ ଭିନ୍ନ ଭୂମିକା ମିଳିବା ଆରମ୍ଭ ହୋଇଛି। ନଚେତ ଚଳଚ୍ଚିତ୍ର ଜଗତରେ ଅଧିକାଂଶ ନାୟିକା ବେବ୍ସ, ଭାବି ଏବଂ ବିଜି ଭୂମିକାରେ ସୀମିତ ହୋଇ ରହୁଥିଲେ। ବଲିଉଡରେ କାଷ୍ଟିଂ କାଉଚ ରହିଛି ଏବଂ ମି’ ଠୁ ଆନ୍ଦୋଳନ ମଧ୍ୟ ଏଠାରେ ସଫଳ ବୋଲି ଟିସ୍କା କହନ୍ତି। ପାରିବାରିକ ଜୀବନ ନେଇ ଟିସ୍କା କହନ୍ତି, ବିବାହ କରିବା ପରେ ପତିଙ୍କୁ ନୁହେଁ ଶାଶୂଙ୍କୁ ନିଜର କରନ୍ତୁ ଦେଖିବେ ଆପଣଙ୍କ ଜୀବନ ରକ୍‌ଷ୍ଟାର ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe