Bhubaneswar, Orissa. For Archive. Date:24/12/2010. Chief Minister Naveen Patnaik is at a function in Bhubaneswar. Photo: Ashoke Chakrabarty
ଭୁବନେଶ୍ବର: ଭୁବନେଶ୍ବର ଜନତା ମଇଦାନରେ ଉଦ୍ଘାଟିତ ହୋଇଥିବା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଓ କଳାକୃତି ସମ୍ମାନ ପ୍ରଦାନ କରାଯାଇଛି। ମାତ୍ର ୨୦୧୨ ମସିହାରୁ ପ୍ରଦାନ କରାଯାଉଥିବା ଜୀବନବ୍ୟାପୀ ସାଧନା ପୁରସ୍କାରକୁ ଚଳିତ ବର୍ଷ ପ୍ରଦାନ କରାଯାଇନାହିଁ। ଯାହାକୁ ନେଇ ଓଡ଼ିଶା ଶିଳ୍ପୀ ମହାସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ଶିଳ୍ପୀ ଜାତି ପ୍ରତି ଏହା ପ୍ରତାରଣା। ମହାସଂଘର ସଭାପତି ଉଦୟ ମହାନ୍ତି ଏନେଇ ସିଧାସଳଖ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଓ ସଚିବ ଶୁଭା ଶର୍ମାଙ୍କୁ ଦାୟୀ କରିଛନ୍ତି। ଏପରିକି ଜଣେ ବିଭାଗୀୟ ସଚିବଙ୍କ ପ୍ରରୋଚନାରେ ରାଜ୍ୟର ଜଣେ ବରିଷ୍ଠ ଶିଳ୍ପୀଙ୍କୁ ଚଳିତ ବର୍ଷ ଜୀବନବ୍ୟାପୀ ସାଧନା ପୁରସ୍କାରରୁ ବଂଚିତ କରାଯାଇଛି ବୋଲି ସେ କହିଛନ୍ତି। ଗତ ଡିସେମ୍ବରରେ ହୋଇଥିବା ଚୟନ ପ୍ରକ୍ରିୟାରେ ବିଚାରକ ମଣ୍ଡଳୀ ଜୀବନବ୍ୟାପୀ ସାଧନା ପୁରସ୍କାର ପାଇଁ ରାଜ୍ୟର ଜଣେ ବିଶିଷ୍ଟ ଶିଳ୍ପୀଙ୍କୁ ମନୋନୀତ କରି ମଧ୍ୟ ତାଙ୍କୁ ପୁରସ୍କାର ନ ଦେବା ନିନ୍ଦନୀୟ ବୋଲି କହିଛନ୍ତି।
ସେହିଭଳି ୨୦୧୯ ମାର୍ଚ୍ଚରୁ ମାସିକ ଆର୍ଥିକ ସହାୟତା ଘୋଷଣା ସରିଥିଲେ ବି ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କୁ ତା’ ଏଯାବତ୍ ନ ମିଳିବା, ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ କାର୍ଯ୍ୟକ୍ଷମ ନ କରିବା ଏବଂ ଶିଳ୍ପୀ ଓ ବୁଣାକାରଙ୍କୁ କରୋନାକାଳୀନ ସହାୟତା ନ ମିଳିବା ପଛରେ ଶୁଭା ଶର୍ମାଙ୍କ ହାତ ରହିଛି ବୋଲି ମହାସଂଘ ଅଭିଯୋଗ କରିଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସଚିବ ବଦଳି ଦାବି କରିଛି ମହାସଂଘ। ଯଦି ସଚିବଙ୍କ ବଦଳି ଦାବିରେ ସରକାର ପଦକ୍ଷେପ ନ ନିଅନ୍ତି ଶିଳ୍ପୀ ମହାସଂଘ ରାସ୍ତାକୁ ଓହ୍ଲାଇବ ବୋଲି ସଭାପତି ସୂଚନା ଦେଇଛନ୍ତି।
Follow Us