ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ମୁଖା ପିନ୍ଧାଇ ରାସ୍ତାରେ ଚଲାଇଲେ

Advertisment

ମମିତା ଓ ମାହାଙ୍ଗା ମାମଲାରେ ବିଜେପିର ଅଭିନବ ଶୋଭାଯାତ୍ରା, ଶିଶୁଭବନ ଛକରେ ଖଣ୍ଡଯୁଦ୍ଧ, ୭ ମହିଳା କର୍ମୀ ଆହତ

ମମିତା ଓ ମାହାଙ୍ଗା ମାମଲାରେ ବିଜେପିର ଅଭିନବ ଶୋଭାଯାତ୍ରା, ଶିଶୁଭବନ ଛକରେ ଖଣ୍ଡଯୁଦ୍ଧ, ୭ ମହିଳା କର୍ମୀ ଆହତ

ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ମୁଖା ପିନ୍ଧାଇ ରାସ୍ତାରେ ଚଲାଇଲେ

ଭୁବନେଶ୍ବର: କଳାହାଣ୍ଡି ମମିତା ମେହେର ଓ ମାହାଙ୍ଗା‌ ଡବଲ୍‌ ମର୍ଡର ମାମଲାରେ ଆଜି ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଅଭିନବ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ନବୀନ ନିବାସ ଘେରାଉ କରିବାକୁ ଯାଇ ବିଜେପି ପକ୍ଷରୁ ଏକ ହଜାର କର୍ମୀଙ୍କୁ ନେଇ ଏହି ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ମୁଖା ପିନ୍ଧିଥିବା ତିନି ବିଜେପି କର୍ମୀଙ୍କୁ ବାନ୍ଧି ବିକ୍ଷୋଭକାରୀମାନେ ରାଜପଥରେ ଚଲାଇ ଚଲାଇ ନିଆରା ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବାବୁ ସିଂଙ୍କ ନେତୃତ୍ବରେ ପ୍ରାୟ ଏକ ହଜାରରୁ ଅଧିକ ବିଜେପି କର୍ମୀ ଶୋଭାଯାତ୍ରାରେ ରାଜମହଲ ଛକରୁ ବାହାରିଥିଲେ। କଳାହାଣ୍ଡି ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ଓ ମାହାଙ୍ଗା ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ନାରାବାଜି କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରି ସେମାନେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ୩ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମୁଖା ପିନ୍ଧିଥିଲେ। ସେମାନଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ମାରିମାରି (ଅଭିନୟ) ବିକ୍ଷୋଭକାରୀମାନେ ରାଜପଥରେ ଚାଲିଥିଲେ। ଶିଶୁଭବନ ଛକରେ ପୁଲିସ ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ କଲା ବେଳେ ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ଉପୁଜିଥିଲା। ବିଜେପି ନେତା ବାବୁ ସିଂ ଓ ଦିଲ୍ଲୀପ ମହାନ୍ତି କହିଥିଲେ ଯେ ମମିତା ହତ୍ୟାକାଣ୍ଡ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ମନ୍ତ୍ରୀଦ୍ବୟଙ୍କୁ ସମର୍ଥନ କରୁଛନ୍ତି। ତୁରନ୍ତ ଦୁଇମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ, ଆନ୍ଦୋଳନ ଜୋର୍‌ଦାର୍‌ ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ।

ବିକ୍ଷୋଭରେ ହରେକୃଷ୍ଣ ଖୁଣ୍ଟିଆ, ଅର୍ପିତା ବଡ଼ଜେନା, ବିଭାସ ସେନଗୁପ୍ତା, ତୃପ୍ତିମୟୀ ମକଦ୍ଦମ, ଅଭିଷେକ ଆଚାର୍ଯ୍ୟ, ଉନ୍ନତି ପରିଡ଼ା, ମନ୍ଦାକିନୀ ପାତ୍ର, ରଶ୍ମୀରଂଜନ ମୁଦୁଲି, ଉପେନ୍ଦ୍ର ଭଞ୍ଜ, ସୁରେନ୍ଦ୍ର ପ୍ରଧାନ, ଅରୁଣ ପୁରୋହିତ, ଅମରଜ୍ୟୋତି ଜଗଦ୍ଦେବ, ସୁନୀଲ ପ୍ରଧାନ, ମନୋଜ ପଶ୍ଚିମକବାଟ, ସୁବାସିନୀ ପୃଷ୍ଟି, ପ୍ରଶାନ୍ତ ମହାନ୍ତି, ଶତରୂପା ମିଶ୍ର, କାର୍ତ୍ତିକ ସୁନ୍ଦରାୟ, ଲିପା ଦାସ, କବିତା ଲେଙ୍କା, ସୁମିତ୍ରା ଆଚାର୍ଯ୍ୟ, ବନ୍ଦନା କାନୁନ୍‌ଗୋ, ବିନ୍ଦୁଲତା ବଳିଆରସିଂହ, ସ୍ବୟଂସେବକ ରାୟ, ଅନୀଲ ରାଉତ ପ୍ରମୁଖ ସାମିଲ୍ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe