୮ ରେ ରମାଦେବୀ ବିଶ୍ବବିଦ୍ୟାଳୟକୁ ଆସିବେ ମୁଖ୍ୟମନ୍ତ୍ରୀ, ଉଦ୍‌ଘାଟନ ହେବ କୁନ୍ତଳା କୁମାରୀ ସାବତ ପାଠାଗାର

୧୭ରେ ଆସିବ ୟୁଜିସି ପ୍ରତିନିଧି ଦଳ

ବାଲେଶ୍ବର ପାଇଁ ପ୍ୟାକେଜ୍, ପିପିଲିକୁ ନଜର; ପ୍ରଥମ ଦଫାରେ ପୌରାଞ୍ଚଳ ପାଇଁ ୧୫୫ କୋଟି

StarsUnfolded

ଭୁବନେଶ୍ବର: ଫେବ୍ରୁ୍ଆରି ୮ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରିବେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କ୍ୟାମ୍ପସ। ସଫେଇ ସାଙ୍ଗକୁ କ୍ୟାମ୍ପସକୁ ନୂଆ ରୂପ ଦେବା ଲାଗି ପ୍ରଫେସର, ଅଧ୍ୟାପକ ଓ କର୍ମଚାରୀମାନେ ଲାଗିପଡ଼ିଛନ୍ତି। ଛାତ୍ରୀମାନେ ବି ଏଥିରେ ସାମିଲ ହୋଇଛନ୍ତି। ଛାତ୍ରୀମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ନିର୍ମାଣ ହୋଇଥିବା ୪ଟି କୋଠାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଲୋକାର୍ପଣ କରିବେ। ୮ ତାରିଖରେ କବି କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ପାଳିତ ହେବାକୁ ଥିବାରୁ ସେଦିନ ବିଶ୍ବବିଦ୍ୟାଳୟରେ ଏକ ନୂଆ ପାଠାଗାର ମଧ୍ୟ ଲୋକାର୍ପଣ କରାଯିବ। ଏହି ପାଠାଗାରକୁ କୁନ୍ତଳା କୁମାରୀ ସାବତଙ୍କ ନାମରେ ନାମିତ କରାଯାଇଛି। ଏହାବ୍ୟତୀତ କଳା ଓ ବିଜ୍ଞାନ ବ୍ଲକ୍‌, ଗବେଷଣାରତ ଛାତ୍ରୀଙ୍କ ପାଇଁ ହଷ୍ଟେଲ୍‌ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଅପରାହ୍ଣରେ ହେବାକୁ ଥିବା ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ମନ୍ତ୍ରୀ, ବିଧାୟକମାନେ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ୧୨(ବି)ରେ ସାମିଲ ହେବା ଦିଗରେ ଏହି ବିଶ୍ବବିଦ୍ୟାଳୟ ଆଉ ପାଦେ ଆଗକୁ ବଢ଼ିଛି। ୟୁଜିସି ପକ୍ଷରୁ ଏନେଇ ସହମତି ପ୍ରକାଶ ପାଇଥିବା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଫେବ୍ରୁଆରି ୧୭ରେ ୟୁଜିସି ପ୍ରତିନିଧି ଦଳ ଏହି ବିଶ୍ବବିଦ୍ୟାଳୟ ଗସ୍ତରେ ଆସିବେ। ଏହି ପ୍ରତିନିଧି ଦଳ ଦୁଇ ଦିନ ଧରି ରହି କ୍ୟାମ୍ପସର ଭିତ୍ତିଭୂମି ଯାଞ୍ଚ କରିବ। ଆସନ୍ତା ୧୭ ଓ ୧୮ ଦୁଇ ଦିନ ଧରି ଏହି ଟିମ୍‌ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଯାଞ୍ଚ କରିବା ପରେ ୟୁଜିସିକୁ ରିପୋର୍ଟ ଦେବ। ତାହାକୁ ଅନୁଧ୍ୟାନ କରାଯିବା ପରେ ବିଶ୍ବବିଦ୍ୟାଳୟ ୟୁଜିସି ୧୨(ବି)ରେ ସାମିଲ ହେବ କି ନାହିଁ ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe