‘ଜୟ ଶ୍ରୀରାମ’ ଧ୍ୱନିରେ କମ୍ପିବ ସହର: ୧୫ ଶୋଭାଯାତ୍ରା, ଜଗିବେ ୧୯ ପ୍ଲାଟୁନ୍‌‌ ଫୋର୍ସ

Advertisment

ରବିବାର ରାମନବମୀ ଉତ୍ସବ। ଜୟ ଶ୍ରୀରାମ ନାମରେ ପ୍ରକମ୍ପିତ ହେବ ସାରା ସହର। ଖରା ସତ୍ତ୍ୱେ ପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଜମିବ ଭକ୍ତଙ୍କ ଗହଳି। ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରିବା ସହିତ...

ରବିବାର ରାମନବମୀ ଉତ୍ସବ। ଜୟ ଶ୍ରୀରାମ ନାମରେ ପ୍ରକମ୍ପିତ ହେବ ସାରା ସହର। ଖରା ସତ୍ତ୍ୱେ ପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଜମିବ ଭକ୍ତଙ୍କ ଗହଳି। ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରିବା ସହିତ...

ddvvxc

ଭୁବନେଶ୍ୱର: ରବିବାର ରାମନବମୀ ଉତ୍ସବ। ଜୟ ଶ୍ରୀରାମ ନାମରେ ପ୍ରକମ୍ପିତ ହେବ ସାରା ସହର। ଖରା ସତ୍ତ୍ୱେ ପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଜମିବ ଭକ୍ତଙ୍କ ଗହଳି। ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରିବା ସହିତ ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମନ୍ଦିରଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷର ରାମନବମୀ ପାଇଁ ନବବଧୂ ବେଶରେ ସଜେଇ ହୋଇଛି ୟୁନିଟ୍‌-୩ ସ୍ଥିତ ଶ୍ରୀରାମ ମନ୍ଦିର। ମନ୍ଦିର ପରିସରରେ ସୁନ୍ଦର ଆଲୋକ, ପୁଷ୍ପମାଳା ସହିତ ଆକର୍ଷଣୀୟ ତୋରଣ ବନ୍ଧା ହୋଇଛି। ସେହିପରି ଟାଣ ଖରାକୁ ଦୃଷ୍ଟିରେ ରଖି ଛାମୁଣ୍ଡିଆ ବନ୍ଧା ହେବା ସହିତ ଭକ୍ତଙ୍କ ପାଇଁ ପାନୀୟ ଜଳ, ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ହୋଇଛି। ଭୋର୍‌ ୫ ଘଟିକାରୁ ପ୍ରଭୁଙ୍କର ମଙ୍ଗଳ ଆରତୀ ଅନୁଷ୍ଠିତ ହେବ। ଏହା ପରେ ସକାଳ ୭ଟାରେ ଶୃଙ୍ଗାର ଆରତୀ ଓ ମଧ୍ୟାହ୍ନ ୧୨ଟାରେ ମୁଖ୍ୟ ଆଳତି ହେବ।

ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ରାମନବମୀ ଉତ୍ସବ ପାଇଁ ଗତ ୮ଦିନ ଧରି ମନ୍ଦିର ପରିସରରେ ଶ୍ରୀରାମ ଚରିତ ମାନସ ପଠନ କରାଯାଉଥିଲା ବୋଲି ମନ୍ଦିରର ମୁଖ୍ୟ ପୂଜକ ମହାରୁଦ୍ର ଝା ମତ ପ୍ରକାଶ କରିଛନ୍ତି। ଜୟଦେବବିହାର ସ୍ଥିତ ଶ୍ରୀରାମେଶ୍ୱର ମନ୍ଦିରରେ ଆଜି କଳସ ସ୍ଥାପନ କରାଯାଇଛି। ରବିବାର ସକାଳେ ସୂର୍ଯ୍ୟ ପୂଜା ପରେ ସକାଳ ଆରତୀ ଓ ଅନ୍ୟାନ୍ୟ ନୀତିକାନ୍ତି ହେବ। ମଧ୍ୟାହ୍ନ ୧୨ଟାରେ ମୁଖ୍ୟ ପୂଜା ଅନୁଷ୍ଠିତ ହେବ। ଖରାକୁ ଦୃଷ୍ଟିରେ ରଖି ବାହାରେ ତମ୍ୱୁ ଟଣା ସହିତ ମନ୍ଦିର ପ୍ରାଙ୍ଗଣରେ ସ୍ୱତନ୍ତ୍ର ପଣା, ପାଣିର ମଧ୍ୟ ବ୍ୟବସ୍ଥା ହୋଇଛି। ସେହିପରି ଅଗ୍ନି ନିର୍ବାପକ ଯନ୍ତ୍ର ସହିତ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ଅନୁଷ୍ଠାନର ସ୍ୱେଚ୍ଛାସେବୀଙ୍କ ସମେତ ଦୁଇ ଜଣ ସିକ୍ୟୁରିଟି ଗାର୍ଡ ଓ ପୁଲିସର ମଧ୍ୟ ସାହାଯ୍ୟ ନିଆଯାଇଛି ବୋଲି ଜୟଦେବବିହାର ସାଂସ୍କୃତିକ ଉନ୍ନୟନ ପରିଷଦ ସଭାପତି ମନୋରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। 

ସେହିପରି ଲକ୍ଷ୍ମୀସାଗର ବିଡିଏ କଲୋନିସ୍ଥିତ ଶ୍ରୀଶ୍ରୀ ରାମ ମନ୍ଦିର ଶ୍ରୀରାମ ମହୋତ୍ସବ ପାଇଁ ଗତ ୨୯ ତାରିଖରେ କଳସ ଯାତ୍ରା ଓ ଅଙ୍କୁର ରୋପଣ କରାଯାଇଥିଲା। ପ୍ରତ୍ୟେକ ଦିନ ସକାଳ ୭ଟାରେ ଶ୍ରୀରାମ ଚରିତ ମାନସ ପଠନ ସମେତ ସନ୍ଧ୍ୟା ସମୟରେ ସାଧୁ ଶ୍ରୀଗୋପାଳ ଦାସଜୀ ମହାରାଜ, ପରିବ୍ରାଜକ ପ୍ରମୋଦ କୁମାର, ପ୍ରାଧ୍ୟାପକ ଅରୁଣ କୁମାର ପଣ୍ଡାଙ୍କ ପ୍ରବଚନ ପରିବେଷିତ ହେଉଥିଲା। ରବିବାର ପ୍ରଭୁଙ୍କର ପୂର୍ଣ୍ଣାହୁତି ଯଜ୍ଞ ମଧ୍ୟାହ୍ନ ୧୨ଟାରେ ଅନୁଷ୍ଠିତ ହେବ। ସୁଦର୍ଶନ ମିଶ୍ରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ସୂଚନା ଦିଆଯାଇଛି।

୧୫ ଶୋଭାଯାତ୍ରା, ଜଗିବେ ୧୯ ପ୍ଲାଟୁନ୍‌‌ ଫୋର୍ସ
ଭୁବନେଶ୍ବର: ରାମନବମୀ ପାଇଁ ସହରରେ ୧୯ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏଡିସିପି ରୢାଙ୍କର ୫ ଜଣ, ଏସିପି ୯ ଜଣ, ୨୦ ଥାନା ଅଧିକାରୀ ଏହି ଫୋର୍ସ‌ରେ ରହିଛନ୍ତି। ଏହାବାଦ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା‌ କରାଯାଇଛି। ଅନ୍ୟପକ୍ଷରେ ରବିବାର ୧୫ଟି ସଂଗଠନ ପକ୍ଷରୁ ଶୋଭାଯାତ୍ରା କରିବେ। ୧୦ ଟି ପଦଯାତ୍ରା ଥିବା‌ ବେଳେ ୫ଟି ବାଇକ୍‌ ଶୋଭାଯାତ୍ରା ରହିଛି। କଟ୍ଟର ହିନ୍ଦୁ ସଂଗଠନ ଶିଖରଚଣ୍ଡୀରୁ, ରାମ ମହୋତ୍ସବ ସମିତି ବରମୁଣ୍ଡା ପଡ଼ିଆରୁ, ରାମ ସେନା ଭିଏସ୍‌ଏସ୍‌ନଗରରୁ, ଶ୍ରୀରାମ ସେନା ଶୈଳଶ୍ରୀବିହାରରୁ, ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଖାଓ ଗଳିରୁ ବାହାରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe