କବିତା ସଂକଳନ ‘ଚିତ୍ରିତ ଆୟୁଷ’ ଲୋକାର୍ପିତ

Advertisment
କବିତା ସଂକଳନ ‘ଚିତ୍ରିତ ଆୟୁଷ’ ଲୋକାର୍ପିତ

ଭୁବନେଶ୍ବର: ଏଥେନା ବୁକସ୍ ଦ୍ବାରା ପ୍ରକାଶିତ କବି ପ୍ରତିଭା ସାହୁଙ୍କର କବିତା ସଂକଳନ ‘ଚିତ୍ରିତ ଆୟୁଷ’ ଆଜି ପୂର୍ବାହ୍ନରେ ରାଜ୍ୟ ସଂଗ୍ରହାଳୟର ସଭାଗୃହ‌ରେ ଲୋକାର୍ପିତ ହୋଇଯାଇଛି। ପ୍ରକାଶକ ରାଜକିଶୋ‌ର ଦାସଙ୍କ ସଭାପତିତ୍ବରେ ଆୟୋଜିତ ସଭା‌କୁ କବି ଫନୀ ମହାନ୍ତି ଉଦ୍‌ଘାଟନ କରିଥିଲେ। ସାରସ୍ବତ ସାଧକ ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥି, ଶିକ୍ଷାବିତ୍ ଦେବାଶିଷ୍ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାବ, ଭାଷା ଦୃଷ୍ଟିରୁ ପ୍ରତିଭା ସାହୁଙ୍କ କବିତାଗୁଡ଼ିକ ହୃଦୟସ୍ପର୍ଶୀ ହୋଇପାରିଛି ‌ବୋଲି କହିଥିଲେ।

ମାଟି ସହ ଯୋଡ଼ି ହୋଇ ରହିଲେ, କବିତା ଅଧିକ ଲୋକପ୍ରିୟ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସଭାରେ କବି ସୁରଞ୍ଜନ ପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କବି ଦୁର୍ଗାଚରଣ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା। ଏହାକୁ କବି ସୁପ୍ରିୟା ପଣ୍ଡା ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe