‘ମେଲୋଡ୍‌ ୱିଥ୍ ଇୟର୍ସ’ କବିତା ସଂକଳନ ଉନ୍ମୋଚିତ

Advertisment
‘ମେଲୋଡ୍‌ ୱିଥ୍ ଇୟର୍ସ’ କବିତା ସଂକଳନ ଉନ୍ମୋଚିତ

ଭୁବନେଶ୍ବର: ବିଶ୍ବ କବିତା ଦିବସ ଅବସରରେ ସ୍ଥାନୀୟ ଅକ୍ସଫୋର୍ଡ ବୁକ୍ ଷ୍ଟୋର‌୍‌ରେ ଖ୍ୟାତିସମ୍ପନ୍ନ ଲେଖକ ତଥା କବି ଦେବାଶିଷ ପାଣିଗ୍ରାହୀଙ୍କ ରଚିତ ‘ମେଲୋଡ୍‌ ୱିଥ୍ ଇୟର୍ସ’ କବିତା ସଂକଳନ ଉନ୍ମୋଚିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ସାହିତ୍ୟିକ ରାମଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ କବି ସଂଗ୍ରାମ ଜେନା, ସମୀକ୍ଷକ ଏବଂ ଅନୁବାଦକ ଲିପିପୁଷ୍ପା ନାୟକ, ଉତ୍କଳ ବିଶ୍ବବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ ଅସୀମା ରଞ୍ଜନ ପାଢ଼ୀ ଉପସ୍ଥିତ ରହି ପୁସ୍ତକ ସମୀକ୍ଷା କରିଥିଲେ। ବିଶିଷ୍ଟ ଇଂରାଜୀ ପ୍ରାବନ୍ଧିକ ତଥା କବି ଜୟନ୍ତ ମହାପାତ୍ର ଏହାର ମୁଖବନ୍ଧ ଲେଖିଛନ୍ତି। ଇଂରାଜୀ ସାହିତ୍ୟରେ ସମ୍ମାନପ୍ରାପ୍ତ କବି ଅରୁନ୍ଧତୀ ସୁବ୍ରମଣ୍ୟମ୍ ଏହି ପୁସ୍ତକର ବେଶ୍‌ ପ୍ରଶଂସା କରିଛନ୍ତି। ଉତ୍ସବ ପ୍ରାରମ୍ଭରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ବସନ୍ତ ସାହୁଙ୍କ ଦ୍ବାରା ଏହି କବିତା ସଂକଳନର ଦୃଶ୍ୟଶ୍ରାବ୍ୟ ଚିତ୍ରାବଳୀ ପ୍ରଦର୍ଶନ କରାଯାଇଥିଲା। କବି ବିଭୁ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସୂଚନାଯୋଗ୍ୟ ଏହି ପୁସ୍ତକର କିଛି କବିତା କରୋନା ସଂକଟକୁ ଦୃଷ୍ଟିରେ ରଖି ଲେଖାଯାଇଛି। କରୋନା ସମୟରେ ଘଟିଥିବା ଘଟଣା ସବୁକୁ ଏହି ପୁସ୍ତକରେ ସ୍ଥାନିତ କରାଯାଇଛି। କ୍ଷୁଦ୍ର ଗଳ୍ପ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା କବି ଶ୍ରୀ ପାଣିଗ୍ରାହୀଙ୍କ ‘ଥିଙ୍ଗ୍‌ସ ଲେଫେ୍‌ଟ ଅନ୍‌ସେଡ଼୍’ ବେଜିଂ ଏବଂ ଲଣ୍ଡନ ପୁସ୍ତକ ମେଳାରେ ପ୍ରଶଂସିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe