ତାରକା ପରିବାର କଳି ପଦାରେ ପଡ଼ିଲା

Advertisment
ତାରକା ପରିବାର କଳି ପଦାରେ ପଡ଼ିଲା

Kalinga TV, Social Raze

ଝିଅ ପାଇଁ ଅଣ୍ଟା ଭିଡ଼ିଲେ ମନ୍ମଥ ମିଶ୍ର

publive-image Argus News

ଏହି ଘଟଣାକୁ ନେଇ ପ୍ରକୃତି ମିଶ୍ରଙ୍କ ବାପା ବିଶିଷ୍ଟ ସଂଗୀତଜ୍ଞ ମନ୍ମଥ ମିଶ୍ର ଓ ମା’ କୃଷ୍ଣାପ୍ରିୟା ମିଶ୍ର ଝିଅ ପାଇଁ ଅଣ୍ଟା ଭିଡ଼ିଛନ୍ତି। ପ୍ରକୃତିକୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଛି ବୋଲି ସେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଝିଅ ଚେନ୍ନାଇରେ ‘ଦ ଉତ୍କଳ ଆସୋସିଏସନ୍ ଅଫ୍ ମାଦ୍ରାସ୍‌’ର ଏକ ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ଲଳିତ ଶତପଥୀଙ୍କ ଝିଅ ତଥା ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତି ୭/ ୮ଜଣ ଗୁଣ୍ଡାଙ୍କୁ ସାଙ୍ଗରେ ଆଣି ତାଙ୍କୁ ମାଡ଼ ମାରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାବୁସାନ୍ ଓ ପ୍ରକୃତି ଭଲ ବନ୍ଧୁ, ବାକି ସବୁ ଭ୍ରମ। ବାବୁସାନ୍‌ଙ୍କ ପରିବାରରେ ଅଶାନ୍ତି ସୃଷ୍ଟି କରିବାରେ ତାଙ୍କ ଝିଅର କେବେ ଭୂମିକା ନଥିଲା କି ଆଗକୁ କୌଣସି ଭୂମିକା ମଧ୍ୟ ରହିବ ନାହିଁ। ଏବେ ଠାରୁ କେବଳ ବୃତ୍ତିଗତ ଜୀବନରେ ବାବୁସାନଙ୍କ ସହ ପ୍ରକୃତି ମିଶିବେ।

ସାମାଜିକ ଗଣମାଧ୍ୟମରେ ପୋଷ୍ଟ କଲେ ପ୍ରକୃତି

ଆଜିର ଘଟଣାକୁ ନେଇ ପ୍ରକୃତି ମଧ୍ୟ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ୍ କରିଛନ୍ତି। ସେ ପୋଷ୍ଟ୍‌ରେ ଲେଖିଛନ୍ତି, ପ୍ରତ୍ୟେକ କାହାଣୀର ଦୁଇଟି ପାର୍ଶ୍ବ ଥାଏ। ମାତ୍ର ସମାଜରେ ସତ କଥା ଶୁଣିବା ପୂର୍ବରୁ ମହିଳାମାନଙ୍କୁ ଦୋଷୀ ସଜାଇ ଦିଆଯାଏ। ତେବେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ତାଙ୍କୁ ଯେମିତି ଆକ୍ରମଣ କଲେ, ତାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଲେଖିଛନ୍ତି। ଗଣମାଧ୍ୟମକୁ ସେ ଫୋନ୍‌ ଯୋଗେ କହିଛନ୍ତି, ବାବୁସାନ କେବଳ ମୋର ଜଣେ ସାଙ୍ଗ, ତାଙ୍କ ସହ ଅନ୍ୟ କୌଣସି ସମ୍ପର୍କ ନାହିଁ। ଆଜିର ଘଟଣା ମୋର ସମ୍ମାନହାନୀ କରିଛି। ମୁଁ ନିଶ୍ଚିତ ଆଇନଗତ ପଦକ୍ଷେପ ନେବି।

publive-image OrissaPOST

ପ୍ରକୃତିଙ୍କ ସହ ଫିଲ୍ମ କରିବେନି ବାବୁସାନ୍‌

ବାବୁସାନ୍ କହିଛନ୍ତି ଯେ ତାଙ୍କ ପତ୍ନୀ ଚଳଚ୍ଚିତ୍ର ଦୁନିଆର ଲୋକ ନୁହଁନ୍ତି। ତେଣୁ ସମସ୍ୟା। ଲୋକ ତ ବହୁତ କଥା କହିବେ, କିନ୍ତୁ ସେ ନିଜେ ଠିକ୍‌ ଅଛନ୍ତି। ପ୍ରକୃତି ତାଙ୍କର କେବଳ ଜଣେ ଭଲ ସାଙ୍ଗ। ତେବେ ଏଣିକି ସେ ଆଉ ପ୍ରକୃତିଙ୍କ ସହ ଫିଲ୍ମ କରିବେ ନାହିଁ। ଏମିତିକି ଦରକାର ହେଲେ କୌଣସି ନାୟିକାଙ୍କ ସହ ସେ କାମ କରିବେ ନାହିଁ। ଆଜିର ଘଟଣାକୁ ନେଇ ପତ୍ନୀଙ୍କ ଉପରେ ତାଙ୍କର କୌଣସି ଅଭିଯୋଗ ନାହିଁ କି ସେ ଆଇନର ଆଶ୍ରୟ ନେବେ ନାହିଁ।

ପୁଅକୁ ଦୋଷ ଦେଲେ ଉତ୍ତମ ମହାନ୍ତି

ବାବୁସାନଙ୍କ ବାପା ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ମଧ୍ୟ ପୁଅ ବିରୋଧରେ ମୁହଁ ଖୋଲିଛନ୍ତି। ବାବୁସାନ୍‌ ଚଳଚ୍ଚିତ୍ର ଦୁନିଆରେ ପାଦ ଦେଉ ବୋଲି ସେ କେବେ ଚାହୁନଥିଲେ। ତାକୁ ଜଣେ କଣ୍ଠଶିଳ୍ପୀ କରାଇବା ପାଇଁ ଲାଗିପଡ଼ିଥିଲେ। ହେଲେ ସମୟଚକ୍ରରେ ବାବୁସାନ୍‌ ଅଭିନେତା ପାଲଟିଗଲେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି। ଏହି ମାମଲାରେ ସେ ଆପଣା ସୁନା ଭେଣ୍ଡି ବୋଲି କହି ବାବୁସାନ୍‌ ଉପରକୁ ଦୋଷ ଠେଲିଛନ୍ତି। ଉତ୍ତମ କହିଛନ୍ତି, ମୁଁ ଓ ତା’ ମା’ ଏ ସମ୍ପର୍କରେ ତାକୁ ପୂର୍ବରୁ ବୁଝାଇଥିଲୁ। ସମୁଦି ଓ ମୁଁ ବହୁବାର ଆଲୋଚନା କରିଛୁ। କିନ୍ତୁ କିଛି ସୁଫଳ ମିଳିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe