ଲିଟର ୮୦ ଟଙ୍କାରେ ପେଟ୍ରୋଲ ବିକିଲା କଂଗ୍ରେସ

ଲିଟର ୮୦ ଟଙ୍କାରେ ପେଟ୍ରୋଲ ବିକିଲା କଂଗ୍ରେସ

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛି। ଲିଟର ପ୍ରତି ୮୦ ଟଙ୍କା ଦରରେ ଜନସାଧାରଣଙ୍କୁ ପେଟ୍ରୋଲ ବିକ୍ରି କରିଛି। ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ବରେ ୟୁନିଟ-୨ (ମାର୍କେଟ ବିଲ୍‌ଡିଂ) ପେଟ୍ରୋଲ ପମ୍ପ ସାମନାରେ ଆଜି କଂଗ୍ରେସ କର୍ମକର୍ତା ମାନେ ଲିଟର ପ୍ରତି ୮୦ ଟଙ୍କା ଦରରେ ୧୦୦୦ ଲିଟର ପେଟ୍ରୋଲ ସାଧାରଣ ଜନତାଙ୍କୁ ଯୋଗାଇ ଦେଇଛନ୍ତି। ଶ୍ରୀ ଦାଶ କହିଥିଲେ, କରୋନା ମହାମାରୀ ସମୟରେ ଆଜକୁ ପ୍ରାୟ ୨ ବର୍ଷ ହେବ ଲୋକଙ୍କ ରୋଜଗାର ପ୍ରାୟ ଶୂନ ହୋଇଯାଇଥିବା ବେଳେ ତୈଳଦର ଓ ରନ୍ଧନ ଗ୍ୟାସର ଅହେତକୁ ଦରବୃଦ୍ଧି ଆହୁରି ବାଧୁଛି। ଆଗକୁ କେନ୍ଦ୍ର ଓ ରାଜ୍ୟ ସରକାର ନ ଚେତିଲେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ପୁନର୍ବାର ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ସୁବ୍ରତ ମହାପାତ୍ର, ମନୋରଞ୍ଜନ ଜେନା, ଅଶୋକ ଦାସ, ମିହିର ଆଚର୍ଯ୍ୟ, ଶ୍ରୀଧର ବଳିଆର ସିଂ, ଦେବରାଜ ମିଶ୍ର, ଇନ୍ଦ୍ରଜିତ ପରିଡ଼ା, ଜୟକୃଷ୍ଣ ସୁବୁଦ୍ଧି, ପ୍ରସନ୍ନ ନାୟକ, ମନୋଜ ସାହୁ, ଦୀପକ କୁମାର ମହାପାତ୍ର, କୁସୁମ ପ୍ରଧାନ, ଶ୍ରୀୟା ପଣ୍ଡା, କୁଳମଣି ସାହୁ, ମୋହନ ଜେନା, ଏକେ ତାକୁନ, ଶୁଭ୍ରଜ୍ୟୋତି ଲେଙ୍କା, ମାନସ ସେଠୀ, ଦେବାଶିଷ ଦାସ, ଅକ୍ଷୟ ଦାସ, ଦୁର୍ଗାପ୍ରସାଦ ମହଲା, ରଜନୀ ମହାନ୍ତି, ପବିତ୍ର ମହାନ୍ତି, ପ୍ରକାଶ ମାର୍ଥା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe