ପୁରୁଣା ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ ନୂଆଗାଁ ନିକଟ ବିଜୟବିହାରରେ ନିର୍ମାଣ ହେବାକୁ ଥିବା ଡ୍ରେନ୍ କାମ ୨ ବର୍ଷ ହେଲା ଟେଣ୍ଡରରେ ଅଟକି ରହିଛି। ଏଥିପାଇଁ ବିଏମ୍ସି ପକ୍ଷରୁ ୪୪ ଲକ୍ଷ ୩୦ ହଜାର ଟଙ୍କାର ଅନୁଦାନ ମଞ୍ଜୁର ହେବା ସହ ଟେଣ୍ଡର ହୋଇସାରିଥିଲେ ହେଁ ନିର୍ମାଣ କାମ ହୋଇପାରିନାହିଁ। ଫଳରେ ବର୍ଷା ଜଳରେ ଉବୁଟୁବୁ ହେଉଥିବା ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନାନୁସାରେ ୨୦୨୦ ଜୁଲାଇ ମାସରେ ଏହି କାମ ପାଇଁ ଟେଣ୍ଡର କରାଯାଇଥିଲା ଓ ଜନୈକ ଠିକାଦାର ବିଏମ୍ସି ସହ ଚୁକ୍ତି କରିଥିଲେ। ମାତ୍ର ଠିକାଦାର ୨ ବର୍ଷ ହେଲା କାମ ଆରମ୍ଭ କରୁନାହାନ୍ତି। ଏଣେ ଲୋକେ ବର୍ଷା ଦିନରେ ବଡ଼ କଲବଲ ହେଉଛନ୍ତି। ଏନେଇ ସ୍ଥାନୀୟ କର୍ପୋରେଟରଙ୍କୁ ପଚାରିବାରୁ ସେ କିଛି ଉତ୍ତର ଦେଇନଥିଲେ।
Follow Us