ଶୁଖିଗଲା ଭାଗଚାଷୀଙ୍କ ମୁହଁ: ଗଜା ଓ ଫିମ୍ପିମରା ଧାନ କଚଡ଼ା ଦେଖିଲେ ସମବାୟ ମନ୍ତ୍ରୀ

Advertisment

ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଆଜି ଜୟଦେବ ନିର୍ବାଚନମଣ୍ଡଳୀ ଗସ୍ତ କରି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଧାନ ଫସଲ ଓ ପନିପରିବା ଫସଲ ସ୍ଥିତି ଅନୁଧ୍ୟାନ କରିଥିଲେ। ଚ‌ାଷୀମାନେ ମନ୍ତ୍ରୀଙ୍କୁ ବିଲରେ ପାଣି ଭିତରେ ପଡ଼ିଥିବା ପଚାସଢ଼ା ଧାନ କଚଡ଼ା(ହଳା) ଦେଖାଇଥିଲେ।

ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଆଜି ଜୟଦେବ ନିର୍ବାଚନମଣ୍ଡଳୀ ଗସ୍ତ କରି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଧାନ ଫସଲ ଓ ପନିପରିବା ଫସଲ ସ୍ଥିତି ଅନୁଧ୍ୟାନ କରିଥିଲେ। ଚ‌ାଷୀମାନେ ମନ୍ତ୍ରୀଙ୍କୁ ବିଲରେ ପାଣି ଭିତରେ ପଡ଼ିଥିବା ପଚାସଢ଼ା ଧାନ କଚଡ଼ା(ହଳା) ଦେଖାଇଥିଲେ।

dsdsdvc

ବାଲିଅନ୍ତା/ବାଲିପାଟଣା: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଆଜି ଜୟଦେବ ନିର୍ବାଚନମଣ୍ଡଳୀ ଗସ୍ତ କରି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଧାନ ଫସଲ ଓ ପନିପରିବା ଫସଲ ସ୍ଥିତି ଅନୁଧ୍ୟାନ କରିଥିଲେ। ଚ‌ାଷୀମାନେ ମନ୍ତ୍ରୀଙ୍କୁ ବିଲରେ ପାଣି ଭିତରେ ପଡ଼ିଥିବା ପଚାସଢ଼ା ଧାନ କଚଡ଼ା(ହଳା) ଦେଖାଇଥିଲେ। ବହୁ ଜମିରେ କଚଡ଼ାରେ ଧାନ ଗଜା ହୋଇଯାଇଥିଲା ଓ ଫିମ୍ପି ମାରିଯାଇଥିବା ଦେଖି ମନ୍ତ୍ରୀ ଶ୍ରୀ ସାମନ୍ତ ଦୁଃଖ ପ୍ରକାଶ କରିଥିଲେ। ନିଜ ଉଜୁଡ଼ା କ୍ଷେତ ମୁଣ୍ଡରେ ମନ୍ତ୍ରୀଙ୍କୁ ଦେଖି ଚାଷୀମାନେ ଖୁସି ହୋଇଯାଇଥିଲେ। ନିଶ୍ଚୟ କ୍ଷତିପୂରଣ ମିଳିବା ସହ କୃଷି ଋଣ ଛାଡ଼ ହୋଇଯିବ ବୋଲି ସେମାନଙ୍କ ଆଶା ଦୃଢ଼ୀଭୂତ ହୋଇଥିଲା। ମାତ୍ର ଭାଗଚାଷୀମାନଙ୍କ ମୁହଁ ଶୁଖିଯାଇଥିଲା। ଭାଗଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ମନ୍ତ୍ରୀ ଦୃଢ଼ ପ୍ରତିଶ୍ରୁତି ଦେଇପାରି ନଥିଲେ। ସରକାର ଏବାବଦରେ ଆଲୋଚନା କରିବେ ବୋଲି ମନକୁ ବୁଝାଇବା ଭାଷାରେ କହିଥିଲେ। ତେଣୁ ଭାଗଚାଷୀମାନଙ୍କ ଆଶା ମଉଳି ଯାଇଥିଲା। ଏହି ଅବସରରେ ଆର୍‌ଆଇ ଓ ଗ୍ରାମସେବକମାନେ ଲୋକଙ୍କ ପାଖକୁ ଯାଇ କ୍ଷୟକ୍ଷତି ଆକଳନ କରିବା ସହ ଠିକ୍‌ ରିପୋର୍ଟ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।  

ଆଜି ମନ୍ତ୍ରୀ ଶ୍ରୀ ସାମନ୍ତଙ୍କ ସହିତ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲ୍ଲାପାଳ ଚଞ୍ଚଲ୍‌ ରାଣା, ସମବାୟ ବିଭାଗ ଓ କୃଷି ବିଭାଗର ପଦସ୍ଥ ଅଧିକାରୀମାନେ ସାମିଲ ହୋଇଥିଲେ। ଏହି ଅବସରରେ ମନ୍ତ୍ରୀ ପୂରଣପଧାନ ପଞ୍ଚାୟତର ଶିଶିଲୋ, ବୋଧଖଣ୍ଡି ମୌଜା, ପୁରୋହିତପୁର, ଜିତେନା, ବାରିଜଙ୍ଗ ଆଦି ଅଞ୍ଚଳର ଗହୀର ବୁଲି ଦେଖିଥିଲେ। ଏହାପରେ ବାଲିପାଟଣା ବ୍ଲକ୍‌ ଅଧୀନ ପମ୍ପାଲୋ ପଞ୍ଚାୟତରେ ଧାନ ବିଲ ବୁଲିଥିଲେ। ଜିଲ୍ଲା ପ୍ରଶାସନର ପୋର୍ଟାଲ୍‌ ଓ ଟୋଲ୍‌ ଫ୍ରି ନମ୍ବରରେ କ୍ଷୟକ୍ଷତି ବାବଦରେ ଅଭିଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ ରାଣା ଚାଷୀମାନଙ୍କୁ ସୂଚନା ଦେଇଥିଲେ। ମନ୍ତ୍ରୀଙ୍କ ସହ ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ସେନାପତି, ଭୁବନେଶ୍ବର କୃଷି ଜିଲ୍ଲା ଅଧିକାରୀ ମନୋରଞ୍ଜନ ରାଉଳ, ବାଲିଅନ୍ତା ସହକାରୀ କୃଷି ଅଧିକାରୀ ସ୍ଥିତିପ୍ରଜ୍ଞା ଖମାରୀ, ସମବାୟ ସହକାରୀ ଉପନିବନ୍ଧକ ଅମୀୟ କୁମାର ଖୁଣ୍ଟିଆଙ୍କ ସହିତ ସାଂସଦ ପ୍ରତିନିଧି ଶିବ ମଲ୍ଲିକ, ବସନ୍ତ କୁମାର ନାୟକ, ସିଦ୍ଧେଶ୍ବର ନାଥ, ପ୍ରଦୀପ୍ତ ମହାନ୍ତି, ବିଜୟ ମହାରଣା ପ୍ରମୁଖ ଚାଷୀ ପ୍ରତିନିଧିମାନେ ଯୋଡ଼ିହୋଇଥିଲେ। ସେହିଭଳି ବାଲିପାଟଣା ତହସିଲଦାର କଳ୍ପନା ଦାସ, ବ୍ଲକ୍‌ କୃଷି ଅଧିକାରୀ ରୋହନ କୁମାର ପଣ୍ଡା, ସରାଟ ସମବାୟ ସମିତି ସଭାପତି ଭାରତ ଭୂଷଣ ମହାନ୍ତି ଓ ସମ୍ପାଦକ ପ୍ରଭୁପ୍ରସାଦ ଜେନା, ଗାରେଡିପାଞ୍ଚଣ ସମବାୟ ସଭାପତି ଅଭିମନ୍ୟୁ ନାୟକ, ସମ୍ପାଦକ ସୁନିଲ କୁମାର ପଣ୍ଡା, ବିଜେପି ନେତା ବସନ୍ତ ନାୟକ, ନାରାୟଣ ଖୁଣ୍ଟିଆ ପ୍ରମୁଖ ମନ୍ତ୍ରୀଙ୍କ ଟିମ୍‌ ସହ ବୁଲିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe