ବ୍ରାଉନ୍‌ସୁଗାର ବିକି ଧରାପଡ଼ିଲେ ଦମ୍ପତି

ବ୍ରାଉନ୍‌ସୁଗାର ବିକି ଧରାପଡ଼ିଲେ ଦମ୍ପତି

ଭୁବନେଶ୍ବର: ଉପରକୁ ଚା’ ଦୋକାନ, ଭିତରେ ବ୍ରାଉନସୁଗାର ବେପାର। ଏଭଳି ଅଭିନବ ଢଙ୍ଗରେ ସାଲିଆସାହି ଆଦିବାସୀ ଗାଁରେ ଧଳାଜହର କାରବାର କରୁଥିବା ଦମ୍ପତିଙ୍କୁ ନୂଆପଲ୍ଲୀ ଥାନା ପୁଲିସ୍ ଗିରଫ କରିଛି। ସେମାନେ ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ଭଗବାନପୁର ଗାଁର ଦିଲ୍ଲୀପ କୁମାର ବରାଳ(୫୩) ଓ ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା ବରାଳ(୪୫)। ପୁଲିସ ସେମାନଙ୍କଠାରୁ ପ୍ରାୟ ୭୦ ହଜାର ଟଙ୍କାର ବ୍ରାଉନ୍‌ସୁଗାର, ୬ ଲକ୍ଷ ଟଙ୍କାର ଏକ କାର୍, ନଗଦ ୫ ହଜାର ଟଙ୍କା ଓ ଏକ ସ୍ମାର୍ଟ ଫୋନ୍ ଜବତ କରିଛି।

ସୂଚନାନୁଯାୟୀ, ସାଲିଆ ସାହି ଆଦିବାସୀ ଗାଁରେ ରହୁଥିବା ବରାଳ ଦମ୍ପତି ବସ୍ତିରେ ଦୀର୍ଘ ବର୍ଷ ହେବ ନିଶା କାରବାରରେ ଲିପ୍ତ ଥିଲେ। ପୂର୍ବରୁ ମଧ୍ୟ ନୂଆପଲ୍ଲୀ ଥାନା ପୁଲିସ ସେମାନଙ୍କୁ ୩ଥର ନିଶା କାରବାର କରୁଥିବା ଅଭିଯୋଗରେ ଗିରଫ କରିଛି। ନିକଟରେ ଉଭୟ ନିଶା କାରବାର କରିବେ ନାହିଁ ବୋଲି ସର୍ତ୍ତମୂଳକ ଜାମିନ୍‌ରେ ଆସିଥିଲେ। ପରେ ଉଭୟ ଆଦିବାସୀ ଗାଁ ଭିତରେ ଏକ ଚା’ ଦୋକାନ ଦେଇଥିଲେ। ଉପରେ ଚା’ ଓ ବିସ୍କୁଟ୍ ବିକ୍ରି କରୁଥିବା ବେଳେ ଭିତରେ ଲୁଚାଛପାରେ ବ୍ରାଉନସୁଗାର କାରବାର କରୁଥିଲେ। ବିଶେଷକରି ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୋକାନ ସାମ୍ନାରେ ଭିଡ଼ ଲାଗି ରହୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe