ଦମ୍ପତିଙ୍କ କଳି ସମାଧାନ କରିବାକୁ ଯାଇ ମାଡ଼ ଖାଇଲେ: ଘରେ ପୂରାଇ ୱାର୍ଡସଭ୍ୟାଙ୍କ ସ୍ୱାମୀଙ୍କୁ ଆକ୍ରମଣ

Advertisment

ଉଭୟ ପକ୍ଷରୁ ଥାନାରେ ମାମଲା

ଉଭୟ ପକ୍ଷରୁ ଥାନାରେ ମାମଲା

ଦମ୍ପତିଙ୍କ କଳି ସମାଧାନ କରିବାକୁ ଯାଇ ମାଡ଼ ଖାଇଲେ: ଘରେ ପୂରାଇ ୱାର୍ଡସଭ୍ୟାଙ୍କ ସ୍ୱାମୀଙ୍କୁ ଆକ୍ରମଣ

ବାଲିପାଟଣା: ବାଲିପାଟଣା ଥାନା ଅର୍ନ୍ତଗତ ସୋମଣା ଶାସନ ପଞ୍ଚାୟତ ପାଳସାହି ଗ୍ରାମରେ ଦମ୍ପତିଙ୍କ ଝଗଡ଼ା ତୁଟାଇବାକୁ ଯାଇ ୱାର୍ଡସଭ୍ୟାଙ୍କ ସ୍ୱାମୀ ଆକ୍ରମଣର ଶିକାର ହୋଇଛନ୍ତି। ଏନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଲିପାଟଣା ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନା ଅନୁସାରେ ଏହି ଗ୍ରାମର ମହାଶ୍ବେତା ପାଳ ଓ ତାଙ୍କ ସ୍ୱାମୀ ପ୍ରଶାନ୍ତ ପାଳଙ୍କ ମଧ୍ୟରେ କିଛି ଦିନ ତଳେ କୌଣସି କାରଣରୁ ବିବାଦ ଲାଗି ରହିଥିଲା। ପରେ ଏହି ମାମଲାର ସମାଧାନ ହୋଇଥିଲା। ମାତ୍ର ପତ୍ନୀ ମହାଶ୍ବେତା ସମାଧାନକୁ ମାନି ନଥିଲେ। ବରଂ ଉତ୍‌କ୍ଷିପ୍ତ ହୋଇ ତାଙ୍କ ସହଯୋଗୀଙ୍କ ସହ ମିଶି ଆଜି ଅପରାହ୍ନରେ ସ୍ୱାମୀ ପ୍ରଶାନ୍ତଙ୍କୁ ଆକ୍ରମଣ କରିବା ସହ କାମୁଡ଼ି କ୍ଷତାକ୍ତ କରିଥିଲେ।

ପ୍ରଶାନ୍ତ ପ୍ରାଣ ବିକଳରେ ଗାଁ ୱାର୍ଡସଭ୍ୟାଙ୍କ ଶରଣାପନ୍ନ ହୋଇଥିଲେ। ୱାର୍ଡସଭ୍ୟାଙ୍କ ସ୍ବାମୀ ସୁରେନ୍ଦ୍ର ନାୟକଙ୍କ ହସ୍ତକ୍ଷେପ ପରେ ଘଟଣାର ଆପୋସ ସମାଧାନ ହୋଇଥିଲା। କିନ୍ତୁ ଏହି ଘଟଣା ପରେ ମହାଶ୍ବେତା ଶାନ୍ତ ପଡ଼ିନଥିଲେ। ସୁରେନ୍ଦ୍ରଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ଆଜି ଅପରାହ୍ନରେ କିଛି ସହଯୋଗୀଙ୍କ ସହ ସୁରେନ୍ଦ୍ରଙ୍କୁ ଗାଁ ମୁଣ୍ଡ ଦୋକାନ ପାଖରୁ ଉଠାଇ ଆଣି ଘରେ ରଖି ମାଡ଼ ମାରିଥିଲେ। ଏହି ଖବର ଜାଣିବା ପରେ ଗ୍ରାମବାସୀ ପୁଲିସକୁ ଖବର ଦେବା ସହିତ ମହାଶ୍ବେତାଙ୍କ ଭାଇକୁ ବାନ୍ଧି ମାଡ଼ ମାରି ତାଙ୍କ ଘର ଚାରିପଟେ ଘେରି ରହିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁରେନ୍ଦ୍ରଙ୍କୁ ଉଦ୍ଧାର କରିବା ସହ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲା। ଏହି ଗଣ୍ଡଗୋଳ ଘଟଣାରେ ବାଲିପାଟଣା ପୁଲିସ ଏକାଧିକ ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରି ଛାଡ଼ିଛି। ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିବା ଆଇଆଇସି ସୂର୍ଯ୍ୟାଂଶୁ ଶେଖର ପାଢ଼ୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe