ସୋମବାରଠାରୁ ସ୍ବାଭାବିକ ଚାଲିବ କୋର୍ଟ: ମାମଲାର ବିଚାର, ସାକ୍ଷ୍ୟଗ୍ରହଣ ହେବ

Advertisment

ଯଥାସମ୍ଭବ ଭିଡିଓ କନଫରେନ୍ସିଂରେ କରିବାକୁ ନିର୍ଦେଶ

ଯଥାସମ୍ଭବ ଭିଡିଓ କନଫରେନ୍ସିଂରେ କରିବାକୁ ନିର୍ଦେଶ

ସୋମବାରଠାରୁ ସ୍ବାଭାବିକ ଚାଲିବ କୋର୍ଟ: ମାମଲାର ବିଚାର, ସାକ୍ଷ୍ୟଗ୍ରହଣ ହେବ

ଭୁବନେଶ୍ବର: ବିଚାରାଧୀନ ମାମଲା ଚାପ ବଢ଼ି ଚାଲିଥିବା ବେଳେ କୋର୍ଟ କାର୍ଯ୍ୟ ସ୍ବଭାବିକ କରିବାକୁ ନିଷ୍ପତ୍ତି ହୋଇଛି। ଖୋର୍ଧା ଜିଲ୍ଲାର ସମସ୍ତ କୋର୍ଟ ସୋମବାରଠାରୁ ସ୍ବାଭାବିକ ଭାବେ ଚାଲିବ। ପୂର୍ବରୁ କେବଳ ମୁଦାଲାଙ୍କ ଜାମିନ, ରିମାଣ୍ଡ ଶୁଣାଣି ଓ ହାଜର ହେଉଥିବା ବେଳେ ଏବେ ମାମଲାର ବିଚାର, ସାକ୍ଷ୍ୟ ଗ୍ରହଣ ପୁରୁଣା ମାମଲାର ଶୁଣାଣି ସବୁ କିଛି ଚାଲିବ। ଅଧିକରୁ ଅଧିକ ସଂଖ୍ୟାରେ ଭିଡିଓ କନଫରେନ୍ସିଂ ଏବଂ ଭର୍ଚୁଆଲ୍ ମୋଡ୍‌ରେ ଶୁଣାଣି କରିବା ପାଇଁ ଖୋର୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟ କାର୍ଯ୍ୟାଳୟରୁ ନିର୍ଦେଶନାମା ପ୍ରକାଶ ପାଇଛି। ହାଇକୋର୍ଟଙ୍କ ନିର୍ଦେଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଦାଲାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ପାଇଁ କୁହାଯାଇଛି।

ଏହା ସହ ରିମାଣ୍ଡର ପ୍ରଥମ ଶୁଣାଣି ସମୟରେ ଆବଶ୍ୟକ ସ୍ଥଳେ ମୁଦାଲାଙ୍କୁ ହାଜର କରାଯାଇ ପାରିବ। ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ମଧ୍ୟ ନିର୍ଦେଶ ରହିଛି। ସମସ୍ତ କାର୍ଯ୍ୟ ଦିବସରେ କୋର୍ଟ ସ୍ବାଭାବିକ ଚାଲିବ। ଲକଡାଉନ୍ କିମ୍ବା ସଟ୍‌ଡାଉନରେ ପୂର୍ବ ଭଳି ସାଢ଼େ ୧୦ଟାରୁ ସାଢ଼େ ୧ଟା ଯାଏ ଚାଲିବ। ଏ ନେଇ ସମସ୍ତ ଓକିଲ ସଂଘକୁ ଅବଗତ କରାଯାଇଛି। ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଭିନ୍ନ କୋର୍ଟରେ ୨୦ ଲକ୍ଷରୁ ଅଧିକ ବିଚାରାଧୀନ ମାମଲା ପଡ଼ି ରହିଛି। କରୋନା ପାଇଁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ମାମଲା ଚାପ ଆହୁରି ବଢ଼ି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe