ଧଉଳିରେ ନାକେଦମ୍‌ କଲା ଭିଡ଼: ଗଡ଼ିଲାନି ସଟଲ୍‌, କାମକଲାନି ଲିଫ୍‌ଟ, ଯିଏ ଯୋଉଠି ପାଇଲା ଚୁଲି ଲଗାଇଲା

Advertisment

ନୂଆବର୍ଷ ପାଇଁ ଆଜି ଧଉଳି ଶାନ୍ତିସ୍ତୂପରେ ପ୍ରବଳ ଭିଡ଼ ଜମିଥିଲା। ପର୍ଯ୍ୟଟକଙ୍କଠାରୁ ବହୁ ଗୁଣରେ ଅଧିକ ପିକ୍‌ନିକ୍‌ ପାର୍ଟିଙ୍କୁ ଦେଖିବାକୁ ମିଳିଥିଲା। ପାହାଡ଼ ପାଦଦେଶର ଚାରିପଟେ ପିକ୍‌ନିକ୍‌ ପାର୍ଟିଙ୍କ ଆସର।

ନୂଆବର୍ଷ ପାଇଁ ଆଜି ଧଉଳି ଶାନ୍ତିସ୍ତୂପରେ ପ୍ରବଳ ଭିଡ଼ ଜମିଥିଲା। ପର୍ଯ୍ୟଟକଙ୍କଠାରୁ ବହୁ ଗୁଣରେ ଅଧିକ ପିକ୍‌ନିକ୍‌ ପାର୍ଟିଙ୍କୁ ଦେଖିବାକୁ ମିଳିଥିଲା। ପାହାଡ଼ ପାଦଦେଶର ଚାରିପଟେ ପିକ୍‌ନିକ୍‌ ପାର୍ଟିଙ୍କ ଆସର।

ssfsfsf

ଧଉଳି: ନୂଆବର୍ଷ ପାଇଁ ଆଜି ଧଉଳି ଶାନ୍ତିସ୍ତୂପରେ ପ୍ରବଳ ଭିଡ଼ ଜମିଥିଲା। ପର୍ଯ୍ୟଟକଙ୍କଠାରୁ ବହୁ ଗୁଣରେ ଅଧିକ ପିକ୍‌ନିକ୍‌ ପାର୍ଟିଙ୍କୁ ଦେଖିବାକୁ ମିଳିଥିଲା। ପାହାଡ଼ ପାଦଦେଶର ଚାରିପଟେ ପିକ୍‌ନିକ୍‌ ପାର୍ଟିଙ୍କ ଆସର। ୨ ହଜାରୁ ଅଧିକ ଜାଗାରେ ଭୋଜିଭାତ ଜମିଥିଲା। ଯିଏ ଯେଉଁଠି ପାଇଲା ଚୁଲି ଲଗାଇଲା। କିନ୍ତୁ ଏହା ଭିତରେ ଭିଡ଼ ପାଇଁ ନାକେଦମ୍‌ ହୋଇଥିଲେ ପର୍ଯ୍ୟଟକ। ସଟଲ୍‌ ଗଡ଼ିଲାନି କି ଶାନ୍ତିସ୍ତୂପକୁ ଲାଗିଥିବା ଲିଫ୍‌ଟ କାମ କଲାନି। ଫଳରେ ବାହାରୁ ଆସିଥିବା ବୟସ୍କ ପର୍ଯ୍ୟଟକମାନେ ଶାନ୍ତିସ୍ତୂପ ବୁଲି ନ ପାରି ଫେରିଥିଲେ। ସେହିଭଳି ପୁଲିସ ମଧ୍ୟ ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ନାକେଦମ୍‌ ହୋଇଥିଲା। ପୂର୍ବାହ୍ଣ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ୍‌ ଲାଗିରହିଥିଲା।  

ଆଜି ଧଉଳିକୁ ପାଖାପାଖି ୫୦ ହଜାର ବୁଲି ଆସିଥିଲେ। ଦେଢ଼ ହଜାରରୁ ଅଧିକ ପିକ୍‌ନିକ୍ ପାର୍ଟି ଭୋଜିଭାତର ଆସର ଜମାଇଥିଲେ। ଧଉଳି ପଞ୍ଚାୟତ ପରିଚାଳିତ ୧୭ପିଣ୍ଡି, ବସ୍‌ଷ୍ଟାଣ୍ଡ ନିକଟରେ ଥିବା ୧୦ ପିଣ୍ଡି, ଶାନ୍ତିସ୍ତୂପ ପରିସରସ୍ଥ ଅଶୋକସ୍ତମ୍ଭ ପାର୍ଶ୍ବ, ଶାନ୍ତିପାର୍କ, ଦୟାନଦୀ ପାର୍ଶ୍ବ, ବହିରଙ୍ଗେଶ୍ବର ସଂଲଗ୍ନ ରଜ ମହୋତ୍ସବ ପଡ଼ିଆ, ଧଉଳି ମହୋତ୍ସବ ପଡ଼ିଆରେ ବଣଭୋଜି ଚାଲିଥିଲା। ସେହିଭଳି ଶତାଧିକ ଘରୋଇ ସ୍ଥାନରେ ମଧ୍ୟ ଭୋଜିଭାତର ଆସର ଜମିଥିଲା। ଯୁଆଡ଼େ ଚାହିଁବ, ସେଆଡ଼େ ଭୋଜି ହିଁ ଭୋଜି। ଯାହାକୁ ଯେଉଁଠି ଟିକିଏ ଫାଙ୍କା ଜାଗା ମିଳିଲା, ସେମାନେ ସେଠି ଚୁଲି ବସାଇଲେ। ଏବର୍ଷ ଏଠାରେ ନୂଆବର୍ଷ ଭୋଜି ରେକର୍ଡ କରିଛି ବୋଲି କୁହାଯାଇଛି। ଏହିସବୁ ପିକ୍‌ନିକ୍‌ ପାର୍ଟିଙ୍କ ପାଇଁ ପର୍ଯ୍ୟଟକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ପିକ୍‌ନିକ୍‌ ପାର୍ଟିଙ୍କ କାର୍‌ ଓ ଅଟୋ ଭଳି ଯାନବାହନ ଯୋଗୁ ପର୍ଯ୍ୟଟକମାନଙ୍କ ଗା‌ଡ଼ି ଧଉଳି ପାହାଡ଼ ପର୍ଯ୍ୟନ୍ତ ଯାଇପାରି ନଥିଲା। ଏମିତିକି ସବୁଦିନଆ ୧୨ଟି ସଟଲ୍‌ ମଧ୍ୟ ଗଡ଼ିପାରିଲା ନାହିଁ। ଫଳରେ ପର୍ଯ୍ୟଟକମାନଙ୍କୁ ଚାଲିଚାଲି ଯିବାକୁ ପଡ଼ିଲା। ଭିଡ଼ରେ ଚାଲିବା ମଧ୍ୟ ସମ୍ଭବ ନ ହେବାରୁ ପିଲାଛୁଆଙ୍କୁ ଧରି ଆସିଥିବା ବହୁ ଲୋକ ଫେରିବାକୁ ବାଧ୍ୟ ହୋଇଥିଲେ। ଏମିତିକି ଭୋଜି ସାରି ଫେରୁଥିବା ଲୋକେ ମଧ୍ୟ ଗହଳି ଭିତରୁ ମୁକୁଳିବାକୁ ବହୁ କସରତ କରିଥିଲେ। ‌ଫଳରେ ସେମାନଙ୍କ ଭୋଜି ମଉଜ ନିଶା ଛାଡ଼ିଗଲା ବୋଲି ବହୁ ପିକ୍‌ନିକ୍‌ ପାର୍ଟି କହୁଥିଲେ। ସେହିଭଳି ଲିଫ୍‌ଟ କାମ ନ କରିବାରୁ ବରିଷ୍ଠ ନାଗରିକମାନେ ଶାନ୍ତିସ୍ତୂପକୁ ଚଢ଼ିବା ସମ୍ଭବ ହୋଇନଥିଲା। ତେଣୁ ସେମାନେ ମଧ୍ୟ ନିରାଶ ହୋଇଥିଲେ। ଏସବୁଠାରୁ ବଳେଇ ପଡ଼ିଥିଲା ଶୌଚାଳୟ ସମସ୍ୟା। ଭିଡ଼ ପାଇଁ ଶୌଚାଳୟ ଏକପ୍ରକାର ଅଚଳ ହୋଇପଡ଼ିଥିଲା। ତେଣୁ ମହିଳା ପର୍ଯ୍ୟଟକମାନେ ବଡ଼ କଲବଲ ହୋଇଥିଲେ। ତେବେ ଏହି ଭିଡ଼ ଭିତରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ଠିକ୍‌ ଥିଲା। ଆଜି ଅଧିକ ଦର୍ଶକ ଟିକଟ କାଟିଥିଲେ। ଆଜି ୨୦୬ଜଣ ଦର୍ଶକ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ଦେଖିଥିବା ସୂଚନା ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe