Death mystery: ବ୍ୟାଙ୍କ ଅଧିକାରୀଙ୍କ ମୃତ୍ୟୁ ଏବେ ବି ରହସ୍ୟମୟ

ନୂଆପଲ୍ଲୀ ଅଣ୍ଡରପାସ ନିକଟରେ ବ୍ୟାଙ୍କ ଡେପୁଟି ମ୍ୟାନେଜର ଦେବବ୍ରତ ସାମନ୍ତରାୟଙ୍କ ମୃତ୍ୟୁର ୨୪ ଘଣ୍ଟା ପରେ ବି ରହସ୍ୟ ଉପରୁ ପରଦା ହଟିପାରି ନାହିଁ। ତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନା...

Untitled-26

Photograph: (https://timesofindia.indiatimes.com/)

ଭୁବନେଶ୍ବର: ନୂଆପଲ୍ଲୀ ଅଣ୍ଡରପାସ ନିକଟରେ ବ୍ୟାଙ୍କ ଡେପୁଟି ମ୍ୟାନେଜର ଦେବବ୍ରତ ସାମନ୍ତରାୟଙ୍କ ମୃତ୍ୟୁର ୨୪ ଘଣ୍ଟା ପରେ ବି ରହସ୍ୟ ଉପରୁ ପରଦା ହଟିପାରି ନାହିଁ। ତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନା କେହି ତାଙ୍କୁ ହତ୍ୟା କରିଛି, ସେ ନେଇ ପୁଲିସ ଦ୍ବନ୍ଦ୍ବରେ ଥିବା ବେଳେ ଆଜି ପୁଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ତେବେ ଫୁଟେଜ୍‌ରୁ ଜଣାପଡ଼ିଥିଲା ଯେ ଦେବବ୍ରତ ହେଲ୍‌ମେଟ୍‌ ପିନ୍ଧିଥିବା ଅବସ୍ଥାରେ ଅଣ୍ଡରପାସ୍‌ ଭିତରୁ ବାହାରି ବେହେରାସାହି ଆଡ଼କୁ ଯାଇଥିଲେ। ଏହାପରେ ଆଉ କୌଣସି ଦୃଶ୍ୟ ସିସିଟିଭିରୁ ମିଳି ନଥିଲା। ଅଣ୍ଡରପାସ୍‌ଠାରୁ ମାତ୍ର ୫୦ ମିଟର ଦୂରରେଡାହାଣ ପଟେ ପଡ଼ିଥିବା ବେଳେ ସେଠାରେ କୌଣସି ସିସିଟିଭି ନଥିଲା। ହେଲେ ଯେତିକି ସିସିଟିଭି ଫୁଟେଜ୍‌ ମିଳିଛି; ଦେବବ୍ରତଙ୍କ ବାଇକ୍‌ ଯିବାର କିଛି ସମୟ ମଧ୍ୟରେ ଖୁବ୍‌ କମ୍‌ ଗାଡ଼ି ଯାତାୟାତ କରିଛି।

ସେହିପରି ଯେଉଁ ଯୁବକ ଜଣଙ୍କ ଦେବବ୍ରତଙ୍କୁ ଉଦ୍ଧାର କରି ଏମ୍‌ସ ନେଇଥିଲେ, ପୁଲିସ ତାଙ୍କ ବୟାନ ରେକର୍ଡ କରିଛି। ପୁଲିସ ଜେରା ବେଳେ ସେ କହିଛନ୍ତି ଯେ ଦେବବ୍ରତଙ୍କୁ ଊଦ୍ଧାର ସମୟରେ ସେ ଜୀବିତ ଥିଲେ। ତାଙ୍କ ଆଖପାଖରେ ୫ରୁ ୭ଜଣ ଲୋକ ବି ଥିଲେ। ସେ ପାଟିକରି କିଛି ବାଉଳି ହେଉଥିଲେ। ଏହାପରେ ମୁଁ ଏବଂ ଅନ୍ୟମାନଙ୍କ ସହଯୋଗ ପରେ ତାଙ୍କୁ ଏମ୍‌ସ ନେଇଥିଲୁ। ବାଟ ସାରା ଧୀର ସ୍ବରରେ ବାଉଳି ହେଉଥିଲେ। ଯୁବକଙ୍କ ଏଭଳି ବୟାନ ପରେ ଘଟଣା ଆହୁରି ଅଧିକ ରହସ୍ୟମୟ ହୋଇଛି। ତେବେ ବ୍ୟବ‌ଚ୍ଛେଦ ରିପୋର୍ଟ ଆସିବା ପରେ ରହସ୍ୟ ଉପରୁ ପର୍ଦ୍ଦା ହଟିବ ବୋଲି ପୁଲିସ କହିଛି।

ପ୍ରକାଶ ଥାଉ କି, ଗତ ୧୫ ତାରିଖ ରାତି ପାଖାପାଖି ୧୨ଟା ସମୟରେ ଦେବବ୍ରତ ନୂଆପଲ୍ଲୀରୁ ଘରକୁ ଫେରୁଥିଲେ। ସେ ଅଣ୍ଡପାସ୍‌ ନିକଟରେ ଯାଉଥିବା ସମୟରେ ତାଙ୍କ ସହ କିଛି ଘଟିଥିଲା। ଫଳରେ ଅଣ୍ଡରପାସ୍‌ରୁ ମାତ୍ର ୫୦ ମିଟର ଦୂରରେ ସେ ପାଟି କରି ସଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଲୋକେ ତୁରନ୍ତ ପୁଲିସକୁ ଚିକିତ୍ସା ପାଇଁ ଏମ୍‌ସ ନେଇଥିଲେ।  ଖବରପାଇ ପୁଲିସ ହସ୍ପିଟାଲ୍‌ରେ ପହଞ୍ଚିବା ବେଳେକୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋ‌ଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe