ଅସହ୍ୟ ହେଲା ଋଣବୋଝ, ବେକରେ ଲୁଗା ଦେଇ ଝୁଲି ପଡ଼ିଲେ ବ୍ୟବସାୟୀ

ସମୁଦ୍ରରେ ଗାଧୋଇବା ବେଳେ ପୁଣି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ

ଭୁବନେଶ୍ବର: ମାତ୍ରାଧିକ ଋଣଭାର ସହିନପାରି ଜଣେ ବ୍ୟବସାୟୀ ଆଜି ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ଟଙ୍କପାଣି ସାଇମନ୍ଦିର ଅଞ୍ଚଳର ଅଜିତ ସାହାଣୀ। ଆଜି ଦିନ ପ୍ରାୟ ୧୧ଟା ବେଳେ ଘରେ କେହି ନଥିବା ବେଳେ ଅଜିତ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବଡ଼ଗଡ଼ ପୁଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଛି। ତେବେ ଆତ୍ମହତ୍ୟାର କାରଣ ଋଣ ବୋଝ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଅଜିତ ମାର୍କେଟ୍ ବିଲ୍‌ଡିଂରେ କମ୍ବଳ ଓ ବେଡସିଟ୍ ବ୍ୟବସାୟ କରିବା ପାଇଁ ପ୍ରାୟ ୪ଲକ୍ଷ ଟଙ୍କା ବ୍ୟାଙ୍କ୍‌ରୁ ଋଣ ଆଣିଥିଲେ। ମାତ୍ର ଗତ ୨ବର୍ଷ ହେଲା କରୋନା ପାଇଁ ବ୍ୟବସାୟ ପୂରା ମାନ୍ଦା ପଡ଼ିଥିଲା। ତେଣୁ ଏହାକୁ ନେଇ ସେ ମାନସିକ ଦୁଶ୍ଚିନ୍ତା ଭିତରେ ଗତି କରୁଥିଲେ। ଏପରିକି ଅନେକ ସମୟରେ ଏହାକୁ ନେଇ ପରିବାରରେ କଳହ ହେଉଥିଲା। ତେବେ ଗତକିଛି ଦିନ ତଳେ ବ୍ୟବସାୟୀ ସଂଘ ସହ ହୋଇଥିବା ବିବାଦରେ ଉଠାଦୋକାନୀଙ୍କ ଦୋକାନ ବନ୍ଦ କରିବାକୁ ଦାବି ହୋଇଥିଲା। ପୁଣି ଦୋକାନ ବନ୍ଦ ହୋଇଯିବାରୁ ଋଣ ଦୁଶ୍ଚିନ୍ତା ମୁଣ୍ଡକୁ ଘାରିଥିଲା।

ଆଜି ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଗଣମାଧ୍ୟମକୁ କହିଛନ୍ତି।
ଖବର ଅନୁଯାୟୀ, ଅଜିତ ଦୀର୍ଘ ୧୦ବର୍ଷରୁ ଅଧିକ ସମୟ ହେବ ମାର୍କେଟ୍ ବିଲ୍‌ଡିଂରେ ଦୋକାନ କରିଥିଲେ। ଉଠା ଦୋକାନ ବନ୍ଦ କରିବାକୁ ଦାବି ହେବା ପରେ ବିଏମ୍‌ସି କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସାମୟିକ ସମୟ ପାଇଁ ଉଠା ଦୋକାନ ବନ୍ଦ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe