ନିଆରା ଶିକ୍ଷୟିତ୍ରୀ ରତ୍ନା ମଞ୍ଜରୀ: ପ୍ରଶଂସାରେ ପୋତିଲା ଗଣଶିକ୍ଷା ବିଭାଗ

Advertisment
ନିଆରା ଶିକ୍ଷୟିତ୍ରୀ ରତ୍ନା ମଞ୍ଜରୀ: ପ୍ରଶଂସାରେ ପୋତିଲା ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ବୃତ୍ତିରେ ଶିକ୍ଷୟିତ୍ରୀ। ଲକ୍ଷ୍ୟ, ସମାଜରେ ପରିବର୍ତ୍ତନ ଆଣିବା। ଶ୍ରେଣୀଗୃହ ଶିକ୍ଷାଦାନ ବାଦ୍‌ ସଂସ୍କାରଧର୍ମୀ ଓ ନୈତିକ ମୂଲ୍ୟବୋଧ ଶିକ୍ଷାଦାନ କରି ପିଲାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରୁଥିବା ଶିକ୍ଷୟିତ୍ରୀଜଣଙ୍କ ହେଲେ ଆଇଆରସି ଭିଲେଜ୍‌ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରତ୍ନାମଞ୍ଜରୀ ଦାଶ। ପବିତ୍ର ଗୁରୁ ଦିବସ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ଜଣେ ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ ଟୁଇଟ୍‌ ଯୋଗେ ଅନ୍ୟମାନଙ୍କୁ ଅବଗତ କରାଇଛି।

ଶ୍ରୀମତୀ ଦାଶ କେବଳ ପାଠ ପଢ଼ାଇବାରେ ନିଜକୁ ସୀମିତ ରଖିନାହାନ୍ତି, ବରଂ ସଂସ୍କାରଧର୍ମୀ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ମାଗଣା କ୍ଲାସ୍ କରି ଛୋଟ ଛୋଟ ପିଲାଙ୍କୁ ନୈତିକ ଶିକ୍ଷା ଦେଉଛନ୍ତି। ସ୍ୱଳ୍ପ ମୂଲ୍ୟରେ ଶିକ୍ଷାଦାନ ସାମଗ୍ରୀ ପ୍ରଦାନ କରି ବସ୍ତି ପିଲାଙ୍କ ଭବିଷ୍ୟତ ଗଠନ କରୁଛନ୍ତି। ବାଲ୍ୟ ବିବାହ ଓ ସ୍କୁଲ ଡ୍ରପ-ଆଉଟ୍ ରୋକିବା କ୍ଷେତ୍ର‌ରେ ମଧ୍ୟ ତାଙ୍କର ପ୍ରମୁଖ ଅବଦାନ ରହିଛି। ଆଇଆରସି ଭିଲେଜ୍‌ ଅଞ୍ଚଳରେ ଥିବା ବସ୍ତିଗୁଡ଼ିକରେ ଅଧାରୁ ପାଠପଢ଼ା ଛାଡ଼ୁଥିବା ପିଲାଙ୍କୁ ପୁଣିଥରେ ସ୍କୁଲକୁ ‌ଫେରାଇ ଆଣିବା ଦିଗରେ ଏକାଧିକ ପଦକ୍ଷେପ ନେଇଛନ୍ତି। ତାଙ୍କରି ଦିଗ୍‌ଦର୍ଶନରେ ବହୁ ଛାତ୍ରଛାତ୍ରୀ ଏବେ ରାଜ୍ୟ ତଥା ଦେଶରେ ନାଁ କରିଛନ୍ତି।

ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ବି ଶ୍ରୀମତୀ ଦାଶଙ୍କ ଅବଦାନ ଅତୁଳନୀୟ। ଛାତ୍ରୀ ଓ ତାଙ୍କ ପରିବାରଙ୍କୁ ବାଲ୍ୟ ବିବାହର କୁ-ପରିଣାମ ସମ୍ପର୍କରେ ବିଭିନ୍ନ ସମୟରେ ସଚେତନ କରାଇଛନ୍ତି। ଶିଶୁ ଶ୍ରମିକ ବିରୋଧରେ ତାଙ୍କର ସଂଗ୍ରାମ ଫଳପ୍ରଦ ହୋଇଛି। ଅଧାରୁ ପାଠ ଛାଡ଼ି କଅଁଳ ବୟସରେ କାମ କରିବାକୁ ପଦାକୁ ବାହାରୁଥିବା ପିଲାଙ୍କୁ ପୁଣିଥରେ ବିଦ୍ୟାଳୟକୁ ଫେରାଇ ଆଣିବାରେ ତାଙ୍କ ଅବଦାନ ରହିଛି। ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଦିଗରେ ମଧ୍ୟ ଅନବରତ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ପୁରାତନ ଛାତ୍ରଛାତ୍ରୀ ତଥା ସମ୍ପ୍ରଦାୟର ସଙ୍ଗଠନକୁ ସାଙ୍ଗରେ ବି ଉଲ୍ଲେଖନୀୟ କାର୍ଯ୍ୟ କରିବା ସହ ପ୍ରଶଂସା ସାଉଁଟିଛନ୍ତି। ଡ୍ରପ୍-ଆଉଟ୍ ଛାତ୍ରମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ତାଙ୍କର ପ୍ରୟାସ ଅଧିକ ଫଳପ୍ରଦ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe