ରାଜଧାନୀରେ ଖାଦ୍ୟ ଓ ଶୀତବସ୍ତ୍ର ବଣ୍ଟନ ଉପରେ ଲାଗିଲା ରୋକ୍, ବିଏମ୍‌ସି ବିନା ଅନୁମତିରେ ବାଣ୍ଟିଲେ ସାମଗ୍ରୀ ଜବତ ହେବ

ମୁକ୍ତା ଯୋଜନାରେ ଶୀର୍ଷରେ ବିଏମ୍‌ସି, ୧୭୦୦ ବର୍ଷାଜଳ ଅମଳ ପ୍ରକଳ୍ପ

Odisha Diary

ଭୁବନେଶ୍ବର: ବିଭିନ୍ନ ବ୍ୟକ୍ତିବିଶେଷ, ସ୍ବେଚ୍ଛାସେବୀ ସଂସ୍ଥା ଏବେ ରାସ୍ତା କଡ଼ରେ ଶୋଉଥିବା ଲୋକଙ୍କୁ ରାତିରେ ଖାଦ୍ୟ, କମ୍ବଳ, ମଶାରି, ଶୀତବସ୍ତ୍ର ଆଦି ବାଣ୍ଟୁଛନ୍ତି। ଆଗକୁ ଏହା କରିପାରିବେନି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସିର ବିନା ଅନୁମତିରେ କେହି ରାସ୍ତାକଡ଼ରେ ରହୁଥିବା ବାସଶୂନ୍ୟ ଲୋକଙ୍କୁ କୌଣସି ସାମଗ୍ରୀ ବାଣ୍ଟି‌ ପାରିବେନି। ଯଦି କେହି ବାଣ୍ଟୁଥିବାର ଦେଖାଯାଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ସମସ୍ତ ସାମଗ୍ରୀ ଜବତ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଆଜି ବିଏମ୍‌ସି ଅତିରିକ୍ତ କମିସନର ଏକ ନୋଟିସ୍‌ ଜାରି କରି କହିଛନ୍ତି ଯେ, ବିଏମ୍‌ସି ଭୁବନେଶ୍ବରକୁ ଭିକାରିଶୂନ୍ୟ କରିବାକୁ ଯୋଜନା କରିଛି। ରାସ୍ତା କଡ଼ରେ ଯେପରି କେହି ଶୋଇବେନି ସେଥିପାଇଁ ସମସ୍ତ ବାସହରାଙ୍କୁ ଆଶ୍ରୟସ୍ଥଳକୁ ନିଆଯାଉଛି। ହେଲେ କିଛି ଲୋକ ରାସ୍ତାକଡ଼ରେ ରହୁଥିବା ବାସହରାଙ୍କୁ ଖାଦ୍ୟ, ତଥା ବସ୍ତ୍ର ବାଣ୍ଟୁଥିବାରୁ ସେହି ଲୋକମାନଙ୍କର ରାସ୍ତାକଡ଼ ଛାଡ଼ି ବିଏମ୍‌ସି ଆଶ୍ରୟସ୍ଥଳୀରେ ରହିବାକୁ ଆଗ୍ରହୀ ହେଉନାହାନ୍ତି। ଯେଉଁଥିପାଇଁ ଭୁବନେଶ୍ବରକୁ ଏକ ଭିକ୍ଷାବୃତ୍ତି ମୁକ୍ତ ସହରରେ ପରିଣତ କରିବାର ସମସ୍ତ ପ୍ରୟାସ ବିଫଳ ହେଉଛି। ତେଣୁ ଏଣିକି ଆଗ୍ରହୀ ବ୍ୟକ୍ତି/ଅନୁଷ୍ଠାନଗୁଡ଼ିକ ରାସ୍ତାକଡ଼ରେ ଥିବା ଲୋକଙ୍କୁ ଖାଦ୍ୟ ତଥା ବସ୍ତ୍ର ବଣ୍ଟନ ନକରି ବିଏମ୍‌ସିଠାରୁ ଅନୁମତି ନେଇ ବିଏମ୍‌ସି ଦ୍ବାରା ପରିଚାଳିତ ଆଶ୍ରୟସ୍ଥଳରେ ଏହାକୁ ବାଣ୍ଟିପାରିବେ।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଏବେ ୮ଟି ଆଶ୍ରୟସ୍ଥଳରେ ପ୍ରାୟ ୬୦୦ରୁ ଅଧିକ ଲୋକ ରହୁଥିବାବେଳେ ବାସହରାଙ୍କ ପାଇଁ ଷ୍ଟେସନ ବଜାର ଓ ନୂଆପଲ୍ଲୀ ଅଞ୍ଚଳରେ ଦୁଇଟି ସ୍କୁଲରେ ଅସ୍ଥାୟୀ ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି। କେହି ଯେପରି ରାତିରେ ବାହାରେ ଶୋଇବେନି ସେନେଇ ବିଏମ୍‌ସି ଖୁବ୍‌ ଶୀଘ୍ର ଜିରୋ ଟଲେରାନ୍ସ ନୀତି ଆପଣାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe