ଶିଶୁଭବନକୁ ଆସୁନାହାନ୍ତି ଡାକ୍ତର: ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀ

Advertisment

ଅସରାଏ ବର୍ଷାରେ ବୁଡ଼ି ଯାଉଛି ଶିଶୁଭବନ ରାସ୍ତା

ଅସରାଏ ବର୍ଷାରେ ବୁଡ଼ି ଯାଉଛି ଶିଶୁଭବନ ରାସ୍ତା

ଶିଶୁଭବନକୁ ଆସୁନାହାନ୍ତି ଡାକ୍ତର: ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀ

ଭୁବନେଶ୍ବର: ଶିଶୁ ଭବନକୁ ଆସୁ ନାହାନ୍ତି ଡାକ୍ତର। ଡାକ୍ତରଖାନାରେ ଜଣେ ଫାର୍ମାସିଷ୍ଟଙ୍କ ଦ୍ବାରା ରୋଗୀ ଚିକିତ୍ସା ଚାଲିଛି। ଏହା କୌଣସି ମଫସଲ ଅଞ୍ଚଳର ଡାକ୍ତରଖାନା ନୁହେଁ ବରଂ ରାଜଧାନୀର ନବୀନ ନିବାସ ପାଖରେ ଥିବା ଶିଶୁ ଭବନର ଅବସ୍ଥା। ଡାକ୍ତରଖାନାରେ ଦୁଇ ଜଣ ଡାକ୍ତର ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କରୋନା ଡ୍ୟୁଟିରେ ଥିବାବେଳେ ଅନ୍ୟ ଜଣେ ଦୀର୍ଘ ଦିନ ହେବ ଛୁଟିରେ ଅଛନ୍ତି। ହେଲେ ଏସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଜାଣିନାହାନ୍ତି।

ଦାୟିତ୍ବରେ ଥିବା ଫାର୍ମାସିଷ୍ଟ ଦୁଃଶାସନ ପ୍ରଧାନ କୁହନ୍ତି, ହସ୍ପିଟାଲକୁ ଆସୁଥିବା ଶିଶୁମାନଙ୍କ ମଧ୍ୟରୁ ଯେଉଁମାନେ ସାଧାରଣ ରୋଗରେ ପୀଡ଼ିତ ଅଛନ୍ତି ସେମାନଙ୍କ ଚିକିତ୍ସା କରାଯାଉଛି। ଗୁରୁତର ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଉଛି। ଡାକ୍ତରଖାନାକୁ ନିଜ ଝିଅକୁ ଦେଖାଇବାକୁ ଆସିଥିବା ତ୍ରିଲୋଚନ ବେହେରା କୁହନ୍ତି, ପୂର୍ବରୁ ସେ ଦୁଇଥର ଏଠାକୁ ଆସିଛନ୍ତି। ହେଲେ ଫାର୍ମାସିଷ୍ଟ ତାଙ୍କ ଝିଅର ଚିକିତ୍ସା କରିଛନ୍ତି। ଡାକ୍ତରୀ ଡିଗ୍ରି ନଥାଇ ଜଣେ କିପରି ଶିଶୁମାନଙ୍କ ଚିକିତ୍ସା କରି ଔଷଧ ବିତରଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରି କରାଯିବା ଦ୍ବାରା ଶିଶୁଙ୍କୁ ମରଣ ମୁହଁକୁ ଠେଲି ଦିଆ ଯାଉଥିବା ସେ ଅଭିଯୋଗ କରିଛନ୍ତି। ଶିଶୁ ଭବନ କ୍ୟାପିଟାଲ ହସ୍ପିଟାଲ ଅଧୀନରେ ଆସୁଥିବାରୁ ଏ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଜଗନ୍ନାଥ ପହିଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ଡାକ୍ତର ଆସୁନାହାନ୍ତି ବୋଲି ତାଙ୍କ ପାଖରେ କୌଣସି ସୂଚନା ନାହିଁ। ତାଙ୍କୁ କେହି ଛୁଟି ଦରଖାସ୍ତ ଦେଇ ନାହାନ୍ତି। ତେବେ ସେ ଆସନ୍ତାକାଲି ଅଧିକ ତଦନ୍ତ ପାଇଁ ଶିଶୁ ଭବନ ପରିଦର୍ଶନରେ ଯିବେ ବୋଲି ସୂଚନା ଦେଇଛନ୍ତି।

ଭୁବନେଶ୍ବର,: ଅସରାଏ ବର୍ଷାରେ ବୁଡ଼ି ଯାଉଛି ଶିଶୁ ଭବନ ସମ୍ମୁଖ ରାସ୍ତା। ଡାକ୍ତରଖାନାକୁ ଆସୁଥିବା ରୋଗୀ ମାନେ ଯାତାୟାତ କରିବାରେ ହଇରାଣ ହେଉଥବା ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଶିଶୁଭବନ ଛକରୁ ମାଉସୀ ମା’ ଓଭର ବ୍ରିଜ୍ ତଳେ ଏକ ଅଣ ଓସାରିଆ ରାସ୍ତା ଶିଶୁଭବନକୁ ଯାଇଛି। ତେବେ ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ରାସ୍ତାଟି ବର୍ଷା ଋତୁର ସାରା ବୁଡ଼ି ରହୁଛି। ରାସ୍ତା ମରାମତି ପାଇଁ ନେକ ଥର ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ସ୍ଥାନୀୟ ବସ୍ତିର ଜନସାଧାରଣ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe