ଡାକ୍ତରଙ୍କ ଦେଖା ନାହିଁ, ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ

Advertisment

ଏମିତି ଚାଲିଛି ଜିଜିପି କଲୋନି ୟୁପିଏଚ୍‌ସି

ଏମିତି ଚାଲିଛି ଜିଜିପି କଲୋନି ୟୁପିଏଚ୍‌ସି

ଡାକ୍ତରଙ୍କ ଦେଖା ନାହିଁ, ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ

ଭୁବନେଶ୍ବର,୨୦/୧(ଇମିସ): ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ୟୁପିଏଚ୍‌ସିରେ ଚୂଲିକୁ ଗଲାଣି ରୋଗୀ ସେବା। ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର କେତେବେଳେ ଆସୁଛନ୍ତି ଓ ଯାଉଛନ୍ତି ତାହାର କିଛି ନିର୍ଦ୍ଦିଷ୍ଟ ସମୟ ନାହିଁ। ଅଧିକାଂଶ ସମୟରେ ଫାର୍ମାସିଷ୍ଟ ହିଁ ରୋଗୀ ଦେଖୁଛନ୍ତି। ଏଭଳି ଭାବେ ଚାଲିଛି ରାଜଧାନୀରେ ଚାଲିଛି ରୋଗୀ ସେବା।

ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ ଉପରୁ ରୋଗୀ ଚାପ କମାଇବା ଲାଗି ବିଭିନ୍ନ ସ୍ଥାନରେ ଡିସ୍‌ପେନସାରି ପ୍ରତିଷ୍ଠା କରାଯାଇଥିଲା। ଯାହାଫଳରେ ସ୍ଥାନୀୟ ଲୋକମାନେ ଅନ୍ୟ ସ୍ଥାନକୁ ନ ଯାଇ ସେଠାରେ ରୋଗୀ ସେବା ପାଇପାରିବେ। ଜାତୀୟ ସ୍ବାସ୍ଥ୍ୟ ମିସନ୍ ଜରିଆରେ ଏସବୁ ଡିସ୍‌ପେନସାରିଗୁଡ଼ିକୁ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଦିଆଯାଇଥିଲା। ପରବର୍ତୀ ସମୟରେ ସପ୍ତାହକୁ ଗୋଟିଏ ଦିନ ବିଶେଷଜ୍ଞ ଡାକ୍ତରଙ୍କୁ ରୋଗୀସେବା ପାଇଁ ଦାୟିତ୍ବ ମଧ୍ୟ ଦିଆଯାଉଛି। ୟୁପିଏଚ୍‌ସି/ୟୁସିଏଚ୍‌ସିକୁ ସୁଦୃଢ଼ କରିବା ଲାଗି ସରକାରୀସ୍ତ ରରେ ପଦକ୍ଷେପ ନିଆଯାଉଥିଲେ ହେଁ, ତୃଣମୂଳସ୍ତରରେ ଏହାର ଠିକ୍ ଓଲଟା ଦେଖିବାକୁ ମିଳୁଛି।

publive-image

ୟୁପିଏଚ୍‌ସିଗୁଡ଼ିକର ସକାଳ ୮ଟାରୁ ଦିନ ୧୧ଟା ଓ ସଂଖ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ଖୋଲା ଯାଉଛି। ହେଲେ ଜିଜିପି କଲୋନି ମେଡିକାଲ ଅଫିସରଙ୍କ ଦିନ ୧୦ଟାରେ ମଧ୍ୟ ଦେଖା ମିଳୁନି। ଯେଉଁସବୁ ରୋଗୀ ଆସୁଛନ୍ତି ସେମାନଙ୍କୁ ଫାର୍ମାସିଷ୍ଟଙ୍କୁ ଚିକିତ୍ସା କରୁଛନ୍ତି। ଡାକ୍ତର ମନଇଚ୍ଛା ହସ୍ପିଟାଲକୁ ଆସୁଥିବା ଅଭିଯୋଗ ହେଉଛି। କେତେବେଳେ ଅଧଘଣ୍ଟା ପାଇଁ ତ ଆଉ କେତେବେଳେ ୧୦ମିନିଟ୍‌ ପାଇଁ। ଇଚ୍ଛା ହେଲେ ରୋଗୀ ଦେଖୁଛନ୍ତି। ମେଡିକାଲ ଅଫିସରଙ୍କ ଏଭଳି ଢଙ୍ଗରେ ମେଡିକାଲକୁ ପରିଚଳନା କରିବାକୁ ନେଇ ହସ୍ପିଟାଲର କର୍ମଚାରୀମାନେ ମଧ୍ୟ ଅସନ୍ତୁଷ୍ଟ ହୋଇ ଗଲେଣି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ନିୟମିତ ଭାବେ ଏସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଅଚାନକ ଯାଞ୍ଚ କରାଯାଉ ନାହିଁ। ଶେଷଥର ଲାଗି କେବେ ଯାଞ୍ଚ ହୋଇଥିଲା ତାହା କେହି ଜାଣି ନାହାନ୍ତି।

ଏ ସଂପର୍କରେ ଜିଜିପି କଲୋନି ୟୁପିଏଚ୍‌ସିର ମେଡିକାଲ ଅଫିସର ଡ‌ା.ତିଳ ପ୍ରସାଦ ମିତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳି ନ ଥିଲା। ଏଡିଏମ୍‌ଓ(ଜନସ୍ବାସ୍ଥ୍ୟ) ଡା.ଭି. ସତ୍ୟନାରାୟଣ ରାଓ କହିଛନ୍ତି ଏ ସଂପର୍କରେ ବୁଝିବା ପରେ ଯାହା କିଛି କହିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe