ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଅଞ୍ଚଳର ଅଟୋଚାଳକ ସୁସେନ୍ କୁମାର ଦିଗଲ ଜଣେ ମହିଳାଙ୍କୁ ତାଙ୍କ ଲାପଟପ୍ ଫେରାଇ ପ୍ରଶଂସା ସାଉଁଟିଛନ୍ତି। ଗତକାଲି ସୁସେନ୍ ନୀଳାଦ୍ରିବିହାରର ଏସ୍.ଦାସ ନାମକ ଜଣେ ମହିଳା ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ସେ ତାଙ୍କ ଅଟୋରେ ଏକ ଲାପ୍ଟପ୍ ଛାଡ଼ି ଯାଇଥିଲେ। ସୁସେନ୍ ଗତକାଲି ରାତିରେ ନିଜ ଘରେ ଅଟୋ ରଖୁଥିବା ବେଳେ ଲାପ୍ଟପ୍ ଥିବା ଦେଖିଥିଲେ। ସେ ବ୍ୟାଗ୍ରୁ ଠିକଣା ଓ ମୋବାଇଲ୍ ନମ୍ବର ପାଇ ମହିଳାଙ୍କୁ ଯୋଗାଯୋଗ କରି ଆଜି ତାଙ୍କ ଲାପଟପ୍ ଫେରାଇଛନ୍ତି।
ମହିଳାଙ୍କୁ ଲାପ୍ଟପ୍ ଫେରାଇଲେ ଅଟୋ ଚାଳକ
Advertisment
Follow Us