ଶ୍ରୀଲିଙ୍ଗରାଜ ମନ୍ଦିରର ଆର୍ଥିଂ ସମସ୍ୟା ପ୍ରସଙ୍ଗ, ଚୂଡ଼ାରେ ଲାଗିବ ଆର୍ଥିଂ ଆରେଷ୍ଟର

Advertisment
ଶ୍ରୀଲିଙ୍ଗରାଜ ମନ୍ଦିରରୁ ଖୋଲା ହେଲା ୧୦୮ହାତିଆ ପତାକା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରକୁ ବଜ୍ରପାତରୁ ସୁରକ୍ଷା ଦେବା ପାଇଁ ମନ୍ଦିର ଚୂଡ଼ାରେ ଆର୍ଥିଂ ଆରେଷ୍ଟର ଲଗାଯିବ। ଏଥିପାଇଁ ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯିବ। ଆଜି କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍ଆଇ) ପକ୍ଷରୁ ଏହି ସୂଚନା ମିଳିଛି। ଏହି କାରୁକାର୍ଯ୍ୟଭରା ପ୍ରସିଦ୍ଧ ମନ୍ଦିରରେ ଆର୍ଥିଂ ବ୍ୟବସ୍ଥା ନଥିବାରୁ ବଜ୍ରପାତ ଭୟ ରହିଛି ବୋଲି ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ପୂର୍ବରୁ ବଜ୍ରପାତ ଯୋଗୁଁ ବାନା ପୋଡ଼ି ଯାଇଥିଲା, କିନ୍ତୁ ସୌଭାଗ୍ୟବଶତଃ ମନ୍ଦିରର କୌଣସି କ୍ଷତି ହୋଇନଥିଲା।

ବଜ୍ରପାତ ଯୋଗୁଁ ମନ୍ଦିର କୀର୍ତ୍ତିରାଜି ନଷ୍ଟ ହେବ ବୋଲି ସବୁବେଳେ ଆଶଙ୍କା ରହିଥିଲା। ଆଜି ଏହି ଖବର ପ୍ରକାଶ ପାଇବା ପରେ ଏଏସ୍ଆଇ ପକ୍ଷରୁ ତତ୍ପରତା ପ୍ରଦର୍ଶନ କରାଯାଇଛି। ଅଧିକାରୀମାନେ ମନ୍ଦିର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ମୂଳରୁ ଚୂଡ଼ା ସହ ଆର୍ଥିଂ ସଂଯୋଗ ନଥିବାରୁ, କେଉଁ ଦିଗରୁ ଆର୍ଥିଂ ତାର ସଂଯୋଗ ହେବ, ତାହା ଅନୁଧ୍ୟାନ କରାଯାଇଥିଲା। ତେଣୁ ଏହା ପୂର୍ବରୁ ପ୍ରଥମେ ମନ୍ଦିର ଚାରିପେଟ ଭାରା ବନ୍ଧା ହେବ ବୋଲି କୁହାଯାଇଛି। ଖୁବ୍‌ ଶୀଘ୍ର ଭାରା ବନ୍ଧା କାର୍ଯ୍ୟ ଆରମ୍ଭ ହେବ ବୋଲି ‌ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଆଜି ସମୀକ୍ଷା ବେଳେ ଏଏସ୍ଆଇ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe