ଭୁବନେଶ୍ବର: ଗଜପତି ଜିଲ୍ଲା ଲୁଡ୍ରୁର ହ୍ବିଲ୍ଚେୟାର୍ ଅସିଚାଳିକା ପୂଜାସ୍ବିନୀ ନାୟକଙ୍କୁ ସହାୟତାର ହାତ ବଢ଼ାଇଛି ରୋଟାରି କ୍ଲବ୍ ମିଡୋସ୍। ଆଜି କ୍ୟାପିଟାଲ୍ ହସ୍ପିଟାଲ୍ସ୍ଥିତ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣର କମିସନର୍ଙ୍କ କାର୍ଯ୍ୟାଳୟରେ କମିସନର୍ ସୁଲୋଚନା ଦାସଙ୍କ ଉପସ୍ଥିତିରେ ପୂଜାସ୍ବିନୀଙ୍କୁ ୩୦ହଜାର ଟଙ୍କା ସହାୟତା ଦିଆଯାଇଛି। ତେଣୁ ଆଗାମୀ ୨୭ ତାରିଖରେ ହରିୟାଣାର କର୍ଣ୍ଣଲ୍ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ହ୍ବିଲ୍ଚେୟାର୍ ଅସିଚାଳନା ପ୍ରତିଯୋଗିତାରେ ସେ ଅଂଶ ଗ୍ରହଣ କରିପାରିବେ। ତାଙ୍କ ଦୁର୍ବଳ ଆର୍ଥିକ ସ୍ଥିତି ପାଇଁ ସମସ୍ୟାକୁ ନେଇ ଗତ ୧୩ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଆଜି ପୂଜାସ୍ବିନୀଙ୍କୁ ସହାୟତା ପ୍ରଦାନ ବେଳେ କମିସନର୍ଙ୍କ ସମେତ କ୍ଲବ୍ର ପାଷ୍ଟ୍ ରୋଟାରି ଗଭର୍ଣ୍ଣର ଅଶ୍ବିନୀ କର ଓ ପାଷ୍ଟ୍ ଆସିଷ୍ଟାଣ୍ଟ୍ ଗଭର୍ଣ୍ଣର୍ ବିଜୟଲକ୍ଷ୍ମୀ କର ଉପସ୍ଥିତ ରହି ତାଙ୍କୁ ଚେକ୍ ପ୍ରଦାନ କରିଥିଲେ।
‘ସମ୍ବାଦ’ ପ୍ରଭାବ: ପୂଜାସ୍ବିନୀ ପାଇଲେ ଫେନ୍ସିଂ କିଟ୍, ରୋଟାରି କ୍ଲବ୍ ମିଡୋସ୍ ପକ୍ଷରୁ ମିଳିଲା ସହାୟତା
Advertisment
Follow Us