‘ସମ୍ବାଦ’ ପ୍ରଭାବ, ବାଦ୍‌ ପଡ଼ିଥିବା ୪ ପଞ୍ଚାୟତ ଟିକାକରଣରେ ସାମିଲ୍‌

କରୋନା ଟିକା ନେବାପରେ  ବୃଦ୍ଧଙ୍କ ମୃତ୍ୟୁ

Image Courtesy of India Today

ବାଲିପାଟଣା, ୧୯/୭ (ଇମିସ): ଟିକାକରଣରୁ ବାଦ୍ ପଡ଼ିଥିବା ୪ ପଞ୍ଚାୟତକୁ ସାମିଲ୍‌ କରିଛି ବାଲିପାଟଣା ବ୍ଲକ ପ୍ରଶାସନ। ଟିକାକରଣରୁ ବାଦ୍‌ ପଡ଼ିବା ପରେ ଲୋକଙ୍କ ଭିତରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ଏହି ପଦକ୍ଷେପ ନେଇଛି। ବାଦ୍ ପଡ଼ିଥିବା ପଞ୍ଚାୟତମାନଙ୍କୁ ଶହେ ଲେଖାଏ ଟିକା ମିଳିବ ବୋଲି ଘୋଷଣା କରାଯାଇଛି।

ସୂଚନାନୁସାରେ ବାଲିପାଟଣା ବ୍ଲକରେ ୧୭ଟି ପଞ୍ଚାୟତ ଅଛି। ୧୯ରୁ ୨୩ ଯାଏ ଚାଲିବାକୁ ଥିବା ଟିକାକରଣ କାର୍ଯ୍ୟକ୍ରମରେ ୧୩ଟି ପଞ୍ଚାୟତକୁ ସାମିଲ୍ କରାଯାଇଥିଲା ଓ ପ୍ରତି ପଞ୍ଚାୟତକୁ ଶହେ ଲେଖାଏ ଟିକା ମିଳିବ ବୋଲି ଚିଠା କରାଯାଇଥିଲା। ଏହି ଚିଠାରୁ ପମ୍ପାଲୋ, କୁରୁଞ୍ଜିପୁର, ମାର୍ଥାପୁର ଏବଂ ଆମେଣାକୁଦ ପଞ୍ଚାୟତକୁ ବାଦ୍‌ ଦିଆଯାଇଥିଲା। ବ୍ଲକ ପ୍ରଶାସନର ଏହି ପାତରଅନ୍ତର ନୀତିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ। ତେବେ ଆଜି ବ୍ଲକ ପ୍ରଶାସନ ଉକ୍ତ ଚିଠାକୁ ସଂଶୋଧନ କରିଛି।

ପ୍ରତ୍ୟେକ ପଞ୍ଚାୟତକୁ ଶହେ ଲେଖାଏ ଦ୍ୱିତୀୟ ଡୋଜ୍‌ ଟିକା ମିଳିବ ବୋଲି ଆଜି ନୂତନ ଚିଠା ପ୍ରକାଶ ପାଇଛି। ତୁରିନ୍ତିରା ପଞ୍ଚାୟତ ବିପିନି ବିହାରୀ ହାଇସ୍କୁଲ ଟିକାକେନ୍ଦ୍ରରେ ତୁରିନ୍ତିରା, ଗୁଆପୁର, ଗାରେଡିପାଞ୍ଚଣ, ଅଠାନ୍ତର, ମଝିହରା ଗ୍ରାମବାସୀମାନେ ଟିକା ପାଇବେ। କୁରୁଞ୍ଜିପୁର ପଞ୍ଚାୟତ ରାଜସ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ରାଜସ, ଆଳିସି, ମକୁନ୍ଦଦାସପୁର, ସୋମଣା ଗାଁର ଲୋକେ ଟିକା ନେବେ। ପମ୍ପାଲୋ ପଞ୍ଚାୟତ ବନମାଳୀପୁର ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଭାକରସାହି, ଭାପୁର, ନରିଶୋ ‌ଗ୍ରାମବାସୀମାନେ ଟିକା ନେବେ। ଆମେଣାକୁଦ ପଞ୍ଚାୟତ ଅଭୟମୁଖି ବରାହୀ ହାଇସ୍କୁଲ ଠାରେ ଦେଉଳିଧରପୁର ଏବଂ ମାର୍ଥାପୁର ପଞ୍ଚାୟତର ଲୋକେ ଟିକା ନେବା ପାଇଁ ବ୍ୟବସ୍ଥା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe