ଚନ୍ଦ୍ରଶେଖରପୁର: ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ଇଜିଟ୍ରକ୍ ଲଜିଷ୍ଟିକ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏକ ମୋବାଇଲ୍-ଆପ୍ ପ୍ରସ୍ତୁତ ହୋଇଛି। ଚନ୍ଦ୍ରଶେଖରପୁରସ୍ଥିତ ଏକ ହୋଟେଲରେ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆଜି ସଂସ୍ଥାର ଏହି ଆପ୍ (eztruck)କୁ ଲୋକାର୍ପଣ କରିଛନ୍ତି। ଏହି ଆପ୍ ଜରିଆରେ ଗ୍ରାହକମାନେ ଜିନିଷପତ୍ର ପରିବହନ ପାଇଁ ସୁଲଭ ମୂଲ୍ୟରେ ଟ୍ରକ୍ ବୁକିଂ କରିପାରିବେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜିର ସମୟରେ ଲଜିଷ୍ଟିକ୍ ବ୍ୟବସାୟକୁ ବ୍ୟବସ୍ଥିତ କରିପାରିଲେ ଉଭୟ ସଂସ୍ଥା ଓ ଗ୍ରାହକ ଉପକୃତ ହୋଇପାରିବେ। ଏହି ଆପ୍ ସଂସ୍ଥା ସହ ଗ୍ରାହକଙ୍କୁ ଯୋଡ଼ିବାର ସୂତ୍ର ପାଲଟିବ। ସମୟର ସଦୁପଯୋଗ କରିବା ସହ ଅଫ୍ଲାଇନ୍ରେ ରହିଥିବା ସମସ୍ୟାକୁ ମଧ୍ୟ ଏହି ଆପ୍ ସମାଧାନ କରିବାରେ ସହାୟକ ହେବ। ସେହିପରି କରୋନା ମହାମାରୀ ଯୋଗୁଁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ସଂସ୍ଥାକୁ ଏହି ଆପ୍ ଲାଭବାନ କରାଇବା ସହ ଅନେକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ ବୋଲି ଆଶାପୋଷଣ କରିଥିଲେ। ଏହି ଅବସରରେ ଉପସ୍ଥିତ ସଂସ୍ଥାର ପ୍ରତିଷ୍ଠାତା ଓ ସିଇଓ କାଳୀପ୍ରସାଦ ରଥ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଏଲୋରା ଷଡ଼ଙ୍ଗୀ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ।
ଇଜି-ଟ୍ରକ୍ ଆପ୍ ଲୋକାର୍ପିତ: ବ୍ୟବସାୟ ବ୍ୟବସ୍ଥିତ ହେଲେ ସଂସ୍ଥା ଓ ଗ୍ରାହକ ଉପକୃତ ହେବେ
Advertisment
Follow Us