ମହାଶିବରାତ୍ରିରେ ଚମକିବ ଏକାମ୍ର କ୍ଷେତ୍ର

Advertisment
ପଦଚିହ୍ନ ୨୦୨୨: ବର୍ଷ ଶେଷ ଆଡ଼କୁ ସହରର ଚମକ

Odisha Bytes

ପୁରୁଣା ଭୁବନେଶ୍ୱର: ଆସନ୍ତା ମହାଶିବରାତ୍ରିରେ ଏକାମ୍ର କ୍ଷେତ୍ର ଚମକିବ। ଏହା ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିରର ସମସ୍ତ ରାସ୍ତାର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ‌ଶେଷ ହେବ। ମନ୍ଦିରକୁ ସଂଯୋଗ କରୁଥିବା ସବୁ ରାସ୍ତା କଡ଼ର ଦୋକାନଗୁଡ଼ିକୁ ଗୋଟିଏ ରଙ୍ଗରେ ରଙ୍ଗିନ କରାଯିବ ଓ ସବୁ ଦୋକାନର ସାଇନ୍‌ବୋର୍ଡ ଏକ ପ୍ରକାର ରହିବ। ମନ୍ଦିର ନିକଟରେ ଥିବା ମଠ ଗୁଡ଼ିକର ଅନାବଶ୍ୟକ ଘର ଓ ଜବରଦଖଲ ହୋଇ ହୋଇଥିବା ଘର ଭଙ୍ଗା ଯିବ। ସେହିପରି ରାସ୍ତା କଡ଼ ଯେପରି ସଫା ସୁନ୍ଦର ରହିବ ସେଥିପାଇଁ ପଦକ୍ଷେପ ନିଆଯିବ। ଆଜି ଏନେଇ ବିଡିଏ, ବିଏମ୍‌ସି ଓ ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ଓ ତଦନୁସାରେ ଆଜି ମନ୍ଦିର ଚାରିକଡ଼କୁ ସର୍ଭେ କରାଯାଇଛି।

ଆଜି ପୂର୍ବାହ୍ନରେ ବିଡିଏ, ବିଏମ୍‌ସି ଓ ସ୍ମାର୍ଟସିଟି ଲିମିଟେଡ୍‌ର ଅଧିକାରୀମାନେ ପ୍ରଥମେ ମନ୍ଦିରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ବୁଲି ଦେଖିଥିଲେ। ଅଧିକାରୀମାନେ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟ, ବିନ୍ଦୁସାଗର କୂଳ, ଉତ୍ତର ଦ୍ବାର, ହାଟ ସାହି ଛକ, ହସ୍ପିଟାଲ ନିକଟ ଓ ବଡ଼ଦାଣ୍ଡ ସର୍ଭେ କରିଥିଲେ। ସେମାନେ ବୁଲିବାବେଳେ ରାସ୍ତା କଡ଼ରେ ଅଳିଆ ଅବର୍ଜନା ନ ପକାଇବାକୁ ବିଏମ୍‌ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ ଲୋକଙ୍କୁ ବୁଝାଇଥିଲେ। ଅପରାହ୍ନରେ ବିନ୍ଦୁସାଗର କୂଳ‌ରୁ ଉତ୍ତର ଦ୍ବାର ପର୍ଯ୍ୟନ୍ତ ପ୍ରଥମେ ସର୍ଭେ କରାଯାଇଥିଲା। ସେହିପରି ପଥଚାରୀ ଯିବା ଆସିବା ପାଇଁ କ’ଣ କରାଯିବ ତାହା ଅନୁଧ୍ୟାନ କରିଥିଲେ। ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ ଓ ଡେପୁଟି କମିସନର କମଲଜିତ ଦାସ ଏହି ସବୁ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ କହିବା ଅନୁଯାୟୀ ମଠ ଓ ରାସ୍ତା କଡ଼ରେ ଜବରଦଖଲ ଉ‌ଚ୍ଛେଦ କରାଯିବ। ମନ୍ଦିର ନିକଟ ରାସ୍ତା କଡ଼ରେ ଏଏସ୍ଆଇ ଅଧୀନ ଜମିରେ ଥିବା ଐତିହ୍ୟସ୍ଥଳି ନିକଟରେ ଜବରଦଖଲ ଜମିକୁ ଉଚ୍ଛେଦ ପାଇଁ ଏଏସ୍ଆଇଠାରୁ ଅନୁମତି ମିଳିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe