ଓଡ଼ିଶୀ ସଙ୍ଗୀତ ପ୍ରଚାର ପ୍ରସାର ଉପରେ ଗୁରୁତ୍ବ, ସଙ୍ଗୀତ ସାଧନା କ୍ଷେତ୍ରରେ ସ୍ବତନ୍ତ୍ର ବଜେଟ୍ ପାଇଁ ପ୍ରସ୍ତାବ

Advertisment
ଓଡ଼ିଶୀ ସଙ୍ଗୀତ ପ୍ରଚାର ପ୍ରସାର ଉପରେ ଗୁରୁତ୍ବ, ସଙ୍ଗୀତ ସାଧନା କ୍ଷେତ୍ରରେ ସ୍ବତନ୍ତ୍ର ବଜେଟ୍ ପାଇଁ ପ୍ରସ୍ତାବ

ଭୁବନେଶ୍ବର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ‘ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ମାନ୍ୟତା ପାଇଁ ବର୍ତ୍ତମାନ ପରିପ୍ରେକ୍ଷୀରେ ସରକାରୀ ସ୍ତରରେ ଆଗାମୀ ପଦକ୍ଷେପ’ ପ୍ରସଙ୍ଗରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶୀ ସଙ୍ଗୀତ ଉତ୍ସବକୁ ଜିଲ୍ଲାମାନଙ୍କୁ ବ୍ୟାପ୍ତ କରାଯିବ ବୋଲି କୁହାଯାଇଛି। ଆଗାମୀ ୨୪ ଓ ୨୫ ତାରିଖରେ ସମ୍ବଲପୁରରେ ସଙ୍ଗୀତ ଉତ୍ସବ ଆୟୋଜନ କରାଯିବ ବୋଲି ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁ କହିଛନ୍ତି।

ଅପରପକ୍ଷରେ ଓଡ଼ିଶୀ ସଙ୍ଗୀତ ସାଧନା କ୍ଷେତ୍ରରେ ସ୍ବତନ୍ତ୍ର ବଜେଟ୍‌ ପାଇଁ କେନ୍ଦ୍ର ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଆଲୋଚନାଚକ୍ରରେ ପଣ୍ଡିତ ଦାମୋଦର ହୋତା, ଗୋପାଳ ଚନ୍ଦ୍ର ପଣ୍ଡା, ଶ୍ୟାମାମଣି ଦେବୀ, ରାମହରି ଦାସ, ଧନେଶ୍ବର ସ୍ବାଇଁ, କୀର୍ତ୍ତନ ନାରାୟଣ ପାଢ଼ୀ, ହରମୋହନ ଖୁଣ୍ଟିଆ, ରାମାରାଓ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଓଡ଼ିଶୀ ସଙ୍ଗୀତ ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ଗୁରୁ କେଶବ ଚନ୍ଦ୍ର ରାଉତ ଗୀତ ପ୍ରସ୍ତୁତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe