ଚାନ୍ଦା ମାଗୁଥିଲେ ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ: ଫାଟକ ଆଗରେ ଗାତ ଖୋଳିଦେଲେ

Advertisment

ଗଜଲକ୍ଷ୍ମୀ ପୂଜା ପାଇଁ ଚାନ୍ଦା ଆଦାୟ କରିବାକୁ ଯାଇ ମଞ୍ଚେଶ୍ବର ଶିଳ୍ପାଞ୍ଚଳର ୨ ବ୍ୟବସାୟୀଙ୍କୁ ଧମକ ଦେବା ସହ ସେମାନଙ୍କ ଶିଳ୍ପ ସଂସ୍ଥାରେ ଭଙ୍ଗାରୁଜା କରିବା ଅଭିଯୋଗରେ କମିସନରେଟ୍‌ ପୁଲିସ ପୂର୍ବତନ ବିଜେଡି କର୍ପୋରେଟରଙ୍କ ସ୍ବାମୀ ସମେତ ୯ଜଣଙ୍କୁ ଗିରଫ କରିଛି।

ଗଜଲକ୍ଷ୍ମୀ ପୂଜା ପାଇଁ ଚାନ୍ଦା ଆଦାୟ କରିବାକୁ ଯାଇ ମଞ୍ଚେଶ୍ବର ଶିଳ୍ପାଞ୍ଚଳର ୨ ବ୍ୟବସାୟୀଙ୍କୁ ଧମକ ଦେବା ସହ ସେମାନଙ୍କ ଶିଳ୍ପ ସଂସ୍ଥାରେ ଭଙ୍ଗାରୁଜା କରିବା ଅଭିଯୋଗରେ କମିସନରେଟ୍‌ ପୁଲିସ ପୂର୍ବତନ ବିଜେଡି କର୍ପୋରେଟରଙ୍କ ସ୍ବାମୀ ସମେତ ୯ଜଣଙ୍କୁ ଗିରଫ କରିଛି।

sfhsfhsffhfh

ଭୁବନେଶ୍ବର: ଗଜଲକ୍ଷ୍ମୀ ପୂଜା ପାଇଁ ଚାନ୍ଦା ଆଦାୟ କରିବାକୁ ଯାଇ ମଞ୍ଚେଶ୍ବର ଶିଳ୍ପାଞ୍ଚଳର ୨ ବ୍ୟବସାୟୀଙ୍କୁ ଧମକ ଦେବା ସହ ସେମାନଙ୍କ ଶିଳ୍ପ ସଂସ୍ଥାରେ ଭଙ୍ଗାରୁଜା କରିବା ଅଭିଯୋଗରେ କମିସନରେଟ୍‌ ପୁଲିସ ପୂର୍ବତନ ବିଜେଡି କର୍ପୋରେଟରଙ୍କ ସ୍ବାମୀ ସମେତ ୯ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ଭୋଟପଡ଼ା ଗାଁର ଦାଶରଥୀ ନାୟକ ଓରଫ ଦଶୁଙ୍କ ସମେତ ସଂଗ୍ରାମ ଭୋଇ, ସାଗର ଭୋଇ, ମାନସ ବେହେରା, ଟୁଲୁ ଭୋଇ, ଲିଟୁ ଓରଫ ପ୍ରକାଶ ବେହେରା, କାହ୍ନା ଭୋଇ, ଧିରିକୁଟିବସ୍ତିର କମଳେଶ ବେହେରା ଓ ଦାଶରଥୀ ସାହୁ। ଜଣେ ଲୋକପ୍ରତିନିଧିଙ୍କ ସ୍ବାମୀଙ୍କ ଏଭଳି ଦାଦାଗିରି ଓ ପରେ ଗିରଫଦାରୀକୁ ନେଇ ମଞ୍ଚେଶ୍ବର ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଥିବା ସାଗର ଭୋଇ, କାହ୍ନା ଭୋଇ ଓ ସଂଗ୍ରାମ ଭୋଇଙ୍କ ନାଁରେ ହତ୍ୟା‌ ଉଦ୍ୟମ, ହତ୍ୟା ଧମକ ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଭଳି ସଂଗିନ୍‌ ମାମଲା ରହିଛି। ସାଗର ନାଁରେ ୯ଟି, କାହ୍ନା ନାଁରେ ୪ଟି ସଂଗିନ୍ ମାମଲା ଥିବା ପୁଲିସ ସୂଚନା ଦେଇଛି। ଭଙ୍ଗାରୁଜାରେ ବ୍ୟବହୃତ ଜେସିବିକୁ ମଧ୍ୟ ପୁଲିସ ଜବତ କରିଛି। 

ଶିଳ୍ପାଞ୍ଚଳ ବ୍ୟବସାୟୀଙ୍କୁ ଧମକ ଦେଇ ୯ ଗିରଫ
ଜେସିବିରେ ଭାଙ୍ଗିଦେଲେ ପାଚେରି ଓ ସୁରକ୍ଷାକର୍ମୀ ଘର
ଫାଟକ ଆଗରେ ଗାତ ଖୋଳିଦେଲେ

ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ଇଣ୍ଡଷ୍ଟ୍ରିଆଲ୍‌ ଗ୍ୟାସ୍‌ କୋ’ର ମାଲିକ ଓ ଟାଟା ହିଟାଚି ୱାର୍କସପ୍‌ର ମାଲିକଙ୍କୁ ଏହି ଗୋଷ୍ଠୀ ଗଜଲକ୍ଷ୍ମୀ ପୂଜା ପାଇଁ ଚାନ୍ଦା ମାଗିଥିଲେ। ଗ୍ୟାସ୍‌ ସଂସ୍ଥାକୁ ୫୦ ହଜାର ଓ ହିଟାଚି ୱାର୍କସପ୍‌ର ମ୍ୟାନେଜର୍ ସଂଜୟ ନାୟକଙ୍କୁ ୧୦ ହଜାର ଟଙ୍କା ଦେବାକୁ ଦାବି କରିଥିଲେ। ମାତ୍ର ଏତେ ପରିମାଣର ଚାନ୍ଦା ଦେବାକୁ ୨ସଂସ୍ଥା ମନା କରିବାରୁ ଏହି ଗୋଷ୍ଠୀ ବିଭିନ୍ନ ଧମକଚମକ ଦେଇଥିଲେ। ତଥାପି ସେମାନେ ଚାନ୍ଦା ନ ଦେବାରୁ ଏହି ଗୋଷ୍ଠୀ ଗତକାଲି ଅର୍ଥାତ୍ ୨ ତାରିଖ ରାତି ପ୍ରାୟ ସାଢ଼େ ୧୧ଟାରେ ୨ସଂସ୍ଥାର କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଥିଲେ। ଜେସିବି ଚଢ଼ାଇ ଗ୍ୟାସ୍‌ ସଂସ୍ଥାର ପାଚେରି ଓ ସୁରକ୍ଷାକର୍ମୀ ଗୃହକୁ ଭାଙ୍ଗି ଦେଇଥିଲେ। ସେହିଭଳି ୱାର୍କସପ୍‌ର ଫାଟକ ସମ୍ମୁଖରେ ଜେସିବି ଲଗାଇ ଗାତ ଖୋଳିଦେଇଥିଲେ। ଏଥିସହିତ ସେମାନେ ଆହୁରି ଭୟଙ୍କର ପରିଣତି ପାଇଁ ପ୍ରସ୍ତୁତ ରହିବାକୁ ଧମକ ଦେଇଥିଲେ। ତେଣୁ ୨ସଂସ୍ଥାର ମାଲିକମାନେ ଧନଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମଞ୍ଚେଶ୍ବର ଥାନାର ଦ୍ବାରସ୍ଥ ହୋଇଥିଲେ। ଜେସିବି ଦ୍ବାରା ହୋଇଥିବା ଭଙ୍ଗାରୁଜାର ଭିଡିଓ ଫୁଟେଜ୍‌ ସବୁକୁ ଛାନ୍‌ଭିନ୍‌ ପାଇଁ ପୁଲିସକୁ ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ସିସିଟିଭି ଯାଞ୍ଚ କରିବା ସହ ମାମଲାର ଖୋଳତାଡ଼ କରି ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe