Advertisment

ବଦଳିବ ଜନପଥ ଚେହେରା: ମେଡିଆନ୍‌ରୁ ହଟିବ ବାଉଁଶ, ଲାଗିବ ଷ୍ଟିଲ୍ ଗ୍ରିଲ୍

Advertisment

ବଦଳିବ ଭୁବନେଶ୍ବର ସହରର ସବୁଠୁ ଜନଗହଳିପୂର୍ଣ୍ଣ ‘ଜନପଥ’ ରାସ୍ତାର ଚେହେରା। ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ମେଡିଆନ୍‌ର ହେବ ନବକଳେବର। ହଟିବ ଭଗ୍ନ ବାଉଁଶ ବାଡ଼ା। ପ୍ରତି ବଦଳରେ ଲାଗିବ ଷ୍ଟ୍ରିଲ୍ ଗ୍ରିଲ୍।

ବଦଳିବ ଭୁବନେଶ୍ବର ସହରର ସବୁଠୁ ଜନଗହଳିପୂର୍ଣ୍ଣ ‘ଜନପଥ’ ରାସ୍ତାର ଚେହେରା। ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ମେଡିଆନ୍‌ର ହେବ ନବକଳେବର। ହଟିବ ଭଗ୍ନ ବାଉଁଶ ବାଡ଼ା। ପ୍ରତି ବଦଳରେ ଲାଗିବ ଷ୍ଟ୍ରିଲ୍ ଗ୍ରିଲ୍।

dgadgdazvc

ଭୁବନେଶ୍ବର: ବଦଳିବ ଭୁବନେଶ୍ବର ସହରର ସବୁଠୁ ଜନଗହଳିପୂର୍ଣ୍ଣ ‘ଜନପଥ’ ରାସ୍ତାର ଚେହେରା। ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ମେଡିଆନ୍‌ର ହେବ ନବକଳେବର। ହଟିବ ଭଗ୍ନ ବାଉଁଶ ବାଡ଼ା। ପ୍ରତି ବଦଳରେ ଲାଗିବ ଷ୍ଟ୍ରିଲ୍ ଗ୍ରିଲ୍। ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲାଗିବ ବିଭିନ୍ନ ପ୍ରକାରର ଫୁଲଗଛ। ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ଏଥିପାଇଁ ଟେଣ୍ଡର୍‌ ଆହ୍ବାନ କରାଯାଇଛି। ଏଥିପାଇଁ ପ୍ରାୟ ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଟେଣ୍ଡର ଚୂଡ଼ାନ୍ତ ପରେ ଖୁବଶୀଘ୍ର କାମ ଆରମ୍ଭ ବୋଲି ଜଣାପଡ଼ିଛି।

ମେଡିଆନ୍‌ରୁ ହଟିବ ବାଉଁଶ, ଲାଗିବ ଷ୍ଟିଲ୍ ଗ୍ରିଲ୍
ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲାଗିବ ଗଛ
ଖର୍ଚ୍ଚ ହେବ ୬୦ ଲକ୍ଷ

ପୂର୍ବରୁ ଜନପଥ ରାସ୍ତାର ମେଡିଆନ୍‌ରେ ଲୁହା ଗ୍ରିଲ୍ ଲାଗିଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ କଳଙ୍କି ଲାଗି ନଷ୍ଟ ହୋଇଯାଇଥିଲା।  ୨୦୧୬ ମସିହାରେ ଭୁବନେଶ୍ବର ସ୍ମାର୍ଟସିଟିର ମାନ୍ୟତା ପାଇବା ପରେ ପରୀକ୍ଷାମୂଳକ ଭାବେ ପ୍ରଥମ ରାସ୍ତା ଭାବେ ‘ଜନପଥ’ର ବିକାଶ ପାଇଁ ପରିକଳ୍ପନା କରାଯାଇଥିଲା। ସେହି ଅନୁସାରେ ସବୁଠୁ ଅଧିକ ବିକାଶ ଜନପଥ ରାସ୍ତାର କରାଯାଇଥିଲା। ପ୍ରଶସ୍ତ ରାସ୍ତା ସାଙ୍ଗକୁ ପାଦଚଲା ରାସ୍ତା, ପଥପ୍ରାନ୍ତ ବିଶ୍ରାମସ୍ଥଳୀ, ପାର୍କିଂ, ଆଲୋକୀକରଣ ଆଦି କରାଯାଇଥିଲା। ଏହି ବିକାଶକ୍ରମରେ ଜନପଥ ରାସ୍ତାର ମେଡିଆନ୍‌କୁ ଚଉଡ଼ା କରାଯାଇଥିଲା ଓ ମାଟି ପକାଇ ସୌନ୍ଦର୍ଯ୍ୟୀକରଣ ଗଛ ସବୁ ଲଗାଯାଇଥିଲା। ଗଛକୁ ସୁରକ୍ଷା ପାଇଁ ମେଡିଆନ୍‌ର ଦୁଇପାର୍ଶ୍ବରେ ପ୍ରାୟ ୫ କିମି ଧରି ବିଭିନ୍ନ ଡିଜାଇନ୍‌ର ବାଉଁଶର ବାଡ଼ା ଲଗାଯାଇଥିଲା। ସବୁଜିମାର ଭ୍ରମ ସୃଷ୍ଟି ପାଇଁ ବାଉଁଶକୁ ସବୁଜ ରଙ୍ଗରେ ସୁସଜ୍ଜିତ କରାଯାଇଥିଲା। ସରକାର ଏ ବାବଦରେ ପ୍ରାୟ ୧୦୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ଏହି କାମ କରିଥିଲା। ଜନପଥ ରାସ୍ତା ବିକାଶର ରକ୍ଷଣାବେକ୍ଷଣ ଦାୟିତ୍ବ ୨୦୨୬ ଜାନୁଆରି ପର୍ଯ୍ୟନ୍ତ ରହିଛି ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ଏହି ଦାୟିତ୍ବ ନେଇଛି। କିନ୍ତୁ ଜନପଥର ମେଡିଆନ୍‌ରେ ଲାଗିଥିବା ବାଉଁଶ ବାଡ଼ା କ୍ରମେ ଭାଙ୍ଗିଗଲାଣି। ବାଉଁଶ ଦୀର୍ଘସ୍ଥାୟୀ ହେଉନଥିବାରୁ ଏହାକୁ ବଦଳାଇ ଷ୍ଟିଲ୍ ଗ୍ରିଲ୍ ଲଗାଇବାକୁ ଯୋଜନା କରାଯାଇଛି।

ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେବେ ଜନପଥ ମେଡିଆନ୍‌ର ବିକାଶ କରାଯାଇଥିଲା, ସେବେ ଧାରଣା ଥିଲା କି ଆମେ କେବଳ ମେଡିଆନ୍‌ରେ ଲାଗିଥିବା ସୌନ୍ଦର୍ଯ୍ୟବୃଦ୍ଧି କରୁଥିବା ଗଛର ସୁରକ୍ଷା ପାଇଁ ଏହି ବାଉଁଶ ବାଡ଼ା କରୁଛୁ। କିନ୍ତୁ ଏହା ଭୁଲ୍ ପ୍ରମାଣିତ ହୋଇଥିଲା। ଲୋକେ ବାଉଁଶ ବାଡ଼ାକୁ ଭାଙ୍ଗି ରାସ୍ତା ପାର ହେଲେ। ଏଣୁ ଆମେ ଗଛର ସୁରକ୍ଷା ସହ ଲୋକଙ୍କ ଗମନାଗମନକୁ ଦୃ୍ଷ୍ଟିରେ ରଖି ମେଡିଆନ୍‌ର ପୁନର୍ବାର ବିକାଶ କରୁଛୁ। ବିଭିନ୍ନ ଡିଜାଇନ୍ ତର୍ଜମା ପରେ ଏମ୍ଏସ୍ ଗ୍ରିଲ୍(ମାଇଲ୍‌ଡ ଷ୍ଟିଲ୍ ଗ୍ରିଲ୍) ଲଗାଇବାକୁ ଯୋଜନା କରାଯାଇଛି। କେଉଁ ଡିଜାଇନ୍‌ ଗ୍ରିଲ୍ ଲାଗିବ, ତାହା ଚୂଡ଼ାନ୍ତ ହୋଇସାରିଛି। ଏଥିସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରଜାତିର ଗଛ ସବୁ ଲାଗିବ। ଏଥିପାଇଁ ୬୦ ଲକ୍ଷ ଟଙ୍କା ବଜେଟ୍‌ ହୋଇଛି। ଏ ନେଇ ଟେଣ୍ଡର ବି ଆହ୍ବାନ କରାଯାଇଥିଲା। କିନ୍ତୁ ଏହି ଟେଣ୍ଡରରେ କେହି ଅଂଶଗ୍ରହଣ କରିନଥିଲେ। ଏଣୁ ଦ୍ବିତୀୟ ଥର ପୁଣି ଟେଣ୍ଡର ଆହ୍ବାନ କରାଯାଇଛି। ଟେଣ୍ଡର ଚୂଡ଼ାନ୍ତ ପରେ ପରେ କାମ ଆରମ୍ଭ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe