ମାଟି ସତ୍ୟାଗ୍ରହ ଦ୍ୱାରା ମାଟି ପହଞ୍ଚିବା ପରେ ସ୍ଥାପିତ ହେଲା କୃଷକ ସ୍ମାରକୀ

Advertisment
ମାଟି ସତ୍ୟାଗ୍ରହ ଦ୍ୱାରା ମାଟି ପହଞ୍ଚିବା ପରେ ସ୍ଥାପିତ ହେଲା କୃଷକ ସ୍ମାରକୀ

ଭୁବନେଶ୍ବର: ଗତ ମାର୍ଚ୍ଚ ୩୦ ତାରିଖରୁ ଗୁଜୁରାଟର ଐତିହାସିକ ଗାନ୍ଧୀଜୀଙ୍କ ଲବଣ ସତ୍ୟାଗ୍ରହ ସ୍ଥଳ ଦାଣ୍ଡିରୁ ମାଟି ସଂଗ୍ରହ କରି ମାଟି ସତ୍ୟାଗ୍ରହ ଅଭିଯାତ୍ରୀ ଦଳ ଅହମ୍ମଦାବାଦ, ଉଦୟପୁର, ହରିଆନା, ପଞ୍ଜାବର ବିଭିନ୍ନ ସ୍ଥାନରୁ ବିଶେଷ କରି ସାବରମତୀ, ସହିଦ ଉଦ୍ଦାମ ସିଂହଙ୍କ ଜନ୍ମସ୍ଥାନ ସୁନମରୁ ମାଟି ସଂଗ୍ରହ କରି ଗତ ଏପ୍ରିଲ ୫ ତାରିଖରେ ଶାହାଜହାଁପୁର କୃଷକ ସଂଘର୍ଷ ସ୍ଥଳରେ ପହଞ୍ଚିଲେ। ସେହିପରି ମଧ୍ୟପ୍ରଦେଶର ବଡ଼ୱାନିଠାରୁ ଏକ ଯାତ୍ରା ଆସି ରାଜସ୍ଥାନର ଡୁଙ୍ଗୁରଠାରେ ମିଶିଥିଲେ। ଏହି ଯାତ୍ରାର ନେତୃତ୍ୱ ନେଇଥିଲେ ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟେକର, ଗ୍ରିନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା, ସଂଯୁକ୍ତ କିଷାନ ମୋର୍ଚ୍ଚାର କର୍ମକର୍ତ୍ତା ଡ. ସୁନୀଲମ ଓ ମହାରାଷ୍ଟ୍ରର ‘ଆମେ ଭାରତବାସୀ’ର ଡ. ଫିରୋଜ ମିଜୱାଲେ।

ଏହି ଯାତ୍ରାରେ ଆଠଟି ରାଜ୍ୟର କୃଷକ ଆନ୍ଦୋଳନର କର୍ମକର୍ତ୍ତା, ସାଂସ୍କୃତିକ ଯୁବ ଦଳ, ମହିଳା ଚାଷୀ, ମତ୍ସ୍ୟଜୀବୀ ସାମିଲ ଥିଲେ। ୨୩ଟି ରାଜ୍ୟର ପ୍ରାୟ ଦୁଇ ହଜାରରୁ ଅଧିକ ଗ୍ରାମର ପବିତ୍ର ମାଟି ଅଭିଯାତ୍ରୀ ଦଳଙ୍କ ପାଖରେ ପହଞ୍ଚିଥିଲା। ଓଡ଼ିଶାରେ ଗତ ମାର୍ଚ୍ଚ ୧୨ରୁ ୨୩ ପର୍ଯ୍ୟନ୍ତ କୃଷକ ଅଧିକାର ଯାତ୍ରା ବେଳେ ସଂଗୃହୀତ ମାଟି ଏଥିରେ ମିଶିଥିଲା।

ଏହି ମାଟି ସତ୍ୟାଗ୍ରହ ଯାତ୍ରାକୁ ପ୍ରଥମେ ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତା ଯୋଗେନ୍ଦ୍ର ଯାଦବ ସ୍ବାଗତ କରି ଶାହାଜହାଁପୁର ଠାରେ ସହିଦ କୃଷକମାନଙ୍କ ସ୍ମାରକୀ ସ୍ଥାପନ କରାଇଥିଲେ। ଯେଉଁଥିରେ ଆନ୍ଦୋଳନକୁ ସମର୍ଥନ କରି ଆସିଥିବା ମାଟି କଳସ ଦିଆଯାଇଥିଲା। ପୁଣି ଟିକିରି ସୀମା‌ରେ କୃଷକ ସଂଘର୍ଷ ସତ୍ୟାଗ୍ରହ ସ୍ଥଳରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତା ଜେ.ଏସ. ଉଗ୍ରହନ ମାଟି ଗ୍ରହଣ କରିଥିଲେ। ଏପ୍ରିଲ ୬ ତାରିଖରେ ଗାଜିପୁରଠାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ରାକେଶ ଟିକାୟତ ମାଟି ଗ୍ରହଣ କରି ମେଧା ପାଟେକରଙ୍କ ସହ ସ୍ମାରକୀ ଉଦ୍‌ଘାଟନ କରିଥିଲେ। ଅପରାହ୍ନରେ ସିଂଘୁ ସୀମାରେ ମାଟି କଳସ ସହ ଅଭିଯାତ୍ରୀ ଦଳ ପହଞ୍ଚିଥିଲେ। ସେଠାରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ନେତା ହନନ ମୋଲ୍ଲା, ସତ୍ୟବାନ ସମେତ ବହୁ ନେତା ମାଟିକୁ ଗ୍ରହଣ କରି ଏକ ସହିଦ କୃଷକ ସ୍ମାରକୀ ସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe