ଅଭିଭାବକ ମହାସଂଘର ଆମରଣ ଅନଶନ

ସ୍କୁଲ୍ ଫି’ ଛାଡ଼ ଖିଲାପକାରୀ ବେସରକାରୀ ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଅଭିଭାବକ ମହାସଂଘର ଆମରଣ ଅନଶନ

ଭୁବନେଶ୍ବର: ସ୍କୁଲ୍ ଫି’ ଛାଡ଼ ଖିଲାପ କରୁଥିବା ବେସରକାରୀ ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯାଇଥିଲା। ଏହାସହ ମହାସଂଘର ଏକ ପ୍ରତିନିଧିଦଳ ଉପଜିଲ୍ଲାପାଳଙ୍କୁ ଭେଟି ଏ ସଂପର୍କିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଖୁବ୍‌ଶୀଘ୍ର ଆଇନ ଖିଲାପକାରୀ ବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆନ୍ଦୋଳନକାରୀମାନେ ଅନଶନରୁ ଓହରିଥିଲେ।

ମହାସଂଘର ସହଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି ଯେ ମହାମାରୀ ପାଇଁ ସ୍କୁଲ୍ ଫି’ ଛାଡ଼ କରିବାକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଆଦେଶ ଦେଇଛନ୍ତି। କିନ୍ତୁ କିଛି ବିଦ୍ୟାଳୟ ଏହାକୁ ମାନୁନାହାନ୍ତି। ଫି’ ଛାଡ଼ ପରିବର୍ତ୍ତେ ବର୍ଦ୍ଧିତ ହାରରେ ଜୋର୍‌ଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି ବୋଲି ଶ୍ରୀ ବିଷୋୟୀ ଅଭିଯୋଗ କରିଥିଲେ। ଏହି ବିକ୍ଷୋଭରେ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଭୂମୋହନ ପଟ୍ଟନାୟକ, ଭୁବନେଶ୍ବର ଆବାହକ ପ୍ରଦୀପ୍ତ ମିଶ୍ର, ଶିଶିର ସାହୁ, ଅଶୋକ ପଟ୍ଟନାୟକ, ଅଶୋକ ପାଇକରାୟ, ସ୍ବପ୍ନେନ୍ଦୁ ସାମନ୍ତରାୟ, ଡ. ସତ୍ୟଜିତ୍ ଆର୍ତ୍ତତ୍ରାଣ ପାତ୍ର, ସତ୍ୟବ୍ରତ ପରିଜା, ରଶ୍ମିରଞ୍ଜନ କାନୁନ୍‌ଗୋ, ଅନନ୍ତ ରାଉତ, ସୂର୍ଯ୍ୟ ପଣ୍ଡା, କୃଷ୍ଣବଲ୍ଲଭ ମହାନ୍ତି, ଲିଙ୍ଗରାଜ ପଣ୍ଡା, ତାପସ ଦାଶ, ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe